ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନୂଆପଡାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ , ବହୁ ବିସ୍ଫୋରକ ସାମଗ୍ରୀ ଜବତ

ନୂଆପଡା(କେନ୍ୟୁଜ୍) : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନୂଆପଡା ଜିଲ୍ଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ। ବୋ଼ଡେନ ବ୍ଲକ ପାଟବରା ଜଙ୍ଗଲର କୋଦୋବେଡା ଗାଁ ନିକଟରେ ସିଆରପିଏଫ, ଏସ୍‌ଓଜି ଓ ଡିଭିଏଫଙ୍କ କମ୍ବିଂ ଅପରେସନ ଚାଲିଥିବା ବେଳେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ୧ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା। ଯବାନଙ୍କ ପାଲଟା ଆକ୍ରମଣକୁ ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଘଟଣାସ୍ଥଳରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ସାରିବାକୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.