ଲାଇଫ୍ ଷ୍ଟାଇଲ୍

ଏହିପରି ପ୍ରସ୍ତୁତ କରନ୍ତୁ ଓଡ଼ିଆଙ୍କ ଅତି ପ୍ରିୟ କାର୍ତ୍ତିକ ମାସ ସ୍ପେଶାଲ ହବିଷ ଡାଲମା

ଡାଲମା ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ। ଡାଲମା କଥା କହିଲା ମାନେ ମନରେ କୌଣସି ପରମ୍ପରା କଥା ଧ୍ୟାନକୁ ପ୍ରଥମେ ଆସେ। କାରଣ ପ୍ରତି ଓଡ଼ିଆଙ୍କ ଅତି ପ୍ରିୟ ଡାଲମା ଫେଷ୍ଟିଭ ସମୟରେ ସ୍ୱତନ୍ତ୍ର ଉପାୟରେ ପ୍ରସ୍ତୁତ କରାଯାଏ। ମନ୍ଦିରର ବାଡ଼ିଆ ଡାଲମା ହେଉ ଅବା କାତ୍ତିର୍କ ମାସରେ ପ୍ରସ୍ତୁତ ହେଉଥିବା ସ୍ପେଶାଲ ହିବଷ ଡାଲମା , ସବୁ ସ୍ୱାଦରେ ଥାଏ ଏକଦମ ବଢ଼ିଆ।

ଆଜି ଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ଆଉ ତା ଠୁ ବଡ଼ କଥା ହେଉଛି ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ପୁରା ମାସ ସାରା ହବିଷ୍ୟାଳୀ ଭଗବାନ ବିଷ୍ଣୁଙ୍କ ପାଇଁ ଓଷା କରି ହବିଷ ଖାଦ୍ୟ ଖାଉଥିବା ବେଳେ ଅନ୍ୟମାନେ ଖାସ କରି ସୋମବାର ଦିନ ମହାଦେବଙ୍କ ସୋମନାଥ ବ୍ରତ କରି ହିବଷ ଖାଦ୍ୟ ଖାଇଥାନ୍ତି। ତେବେ ଆଉ ଡେରି ନକରି ଆଜି ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ଓଡ଼ିଆଙ୍କ ସ୍ପେଶାଲ ହବିଷ ଡାଲମା।

କାର୍ତ୍ତିକ ମାସ ସୋମବାରରେ ହବିଷିଆଳି ମାନେ ହବିଷ ଡାଲାମା ପ୍ରସ୍ତୁତ କରନ୍ତି। ତେବେ ଆପଣ ତ ଘରେ ମାଆର ହାତ ତିଆରି ହବିଷ ଡାଲମା ଖାଇଥିବେ, କିନ୍ତୁ ଯଦି ଆପଣ ବାହାରେ ଅଛନ୍ତି କିମ୍ବା ହଷ୍ଟେଲରେ ରହୁଛନ୍ତି। ଆଉ କାର୍ତ୍ତିକ ମାସରେ ହବିଷ ଡାଲମା ବନାଇବାକୁ ଚାହୂଁଛନ୍ତି ତାହା ପୁଣି ମାଆର ହାତ ତିଆରି ଭଳି, ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏହାକୁ ବନାଇବାର ସହଜ ତରିକା। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ:
ପାଣି କଖାରୁ, ଅଉ, ମୁଗ ଡାଲି, କଞ୍ଚା କଦଳୀ, ସାରୁ, ସୁଖିଲା ଲଙ୍କା, ଆଳୁ, ଗୋଟା ଜିରା, ନଡିଆ କୋରା, ଫୁଟଣ, ୩ ରୁ ୪ ଚାମଚ ଦେଶୀ ଘିଅ , ପାଣି ଆବଶ୍ୟକ ଅନୁସାରେ ଏବଂ ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଆପଣ ଆବଶ୍ୟକ ପରିମାଣର ପାଣି ଗରମ କରନ୍ତୁ। ପାଣି ଫୁଟିଯିବା ଆରମ୍ଭ କଲେ ପାଣିରେ ମୁଗ ଡାଲି ପକାଇ ଫୁଟାନ୍ତୁ। ଏହାକୁ ୧୫ ମିନିଟ୍‌ ଫୁଟାଇବା ପରେ କାଟି ରଖିଥିବା ଅନ୍ୟ ପରିବା ସବୁକୁ ପକାଇ ଦିଅନ୍ତୁ। ମିଡିୟମ ଫ୍ଲେମରେ ଏହାକୁ ୧୫ ରୁ ୨୦ ମିନିଟ୍‌ ପଯ୍ୟର୍ନ୍ତ ଫୁଟାନ୍ତୁ। ମନେ ରଖନ୍ତୁ ହବିଷ ଡାଲମାରେ ହଳଦିର ବ୍ୟବହାର ବିଲକୁଲ ବି କରାଯିବନାହିଁ। ଡାଲି ଏବଂ ପରିବା ଫୁଟିବା ଭିତରେ ଆପଣ ଏପଟେ ଜିରା ଏବଂ ଲଙ୍କାଗୁଣ୍ଡ ଭାଜି ଗୁଣ୍ଡ କରିଦିଅନ୍ତୁ। ପରିବା ଏବଂ ଡାଲି ସାମାନ୍ୟ ସିଝି ଗଲା ପରେ ଏଥିରେ କାଟି ରଖିଥିବା ଅଉ ପକାଇ ଗୋଳାନ୍ତୁ।

ଏହାପରେ ଅନ୍ୟ ଏକ ପ୍ୟାନରେ ଫୁଟଣ ଏବଂ ଶୁଖିଲା ଲଙ୍କାକୁ ଭାଜି ଦିଅନ୍ତୁ, ଫୁଟଣ ଫୁଟିଗଲା ପରେ ସେଥିରେ ଘିଅ ପକାନ୍ତୁ। ଏବେ ଏହି ଛୁଙ୍କକୁ ଡାଲିରେ ନେଇ ପକାନ୍ତୁ। ଏହାକୁ ପକାଇବା ତୁରନ୍ତ ପରେ ଢ଼ାଙ୍କୁଣୀ ଦେଇ ଦିଅନ୍ତୁ। ଗୋଟେ ମିନିଟ ପରେ ଢ଼ାଙ୍କୁଣୀ ଖୋଲି ଗୋଳାନ୍ତୁ। ଏହାପରେ ନଡିଆ କୋରା ପକାଇ ଚଲାନ୍ତୁ। ଏହାପରେ ଏଥିରେ ଭଜା ଜିରା ଲଙ୍କା ଗୁଣ୍ଡକୁ ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ହବିଷ ଡାଲମା।

D Sonali

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

18 mins ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

4 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago