କରୱା ଚୌଥ୍ ବ୍ରତ : ଜାଣନ୍ତୁ ତିଥି, ମୁହୂର୍ତ୍ତ, ଧାର୍ମିକ ମହତ୍ତ୍ବଏବଂ ସମ୍ପୂର୍ଣ୍ଣ ପୂଜା ବିଧି ସମ୍ପର୍କରେ

ସ୍ବାମୀ-ସ୍ତ୍ରୀ ମଧ୍ଯରେ ବିଶ୍ବାସର ଡୋରକୁ ଆହୁରୀ ମଜବୁତ୍ କରିବାର ବ୍ରତ ହେଉଛି କରୱା ଚୌଥ୍ । ଏହି ବ୍ରତ ଆସନ୍ତା ଅକ୍ଟୋବର ୨୭ ତାରିଖ ଶନିବାର ଦିନ ପାଳନ କରାଯିବ । କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ମହିଳାମାନେ ଏହି ବ୍ରତ ନିଜର ସ୍ବାମୀଙ୍କ ପ୍ରତି ସମର୍ପିତ ହୋଇ, ଉତ୍ତମ ସ୍ବାସ୍ଥ୍ଯ, ଦୀର୍ଘାୟୁ ଏବଂ ଜନ୍ମ ଜନ୍ମାନ୍ତର ପାଇଁ ସ୍ବାମୀ ହିସାବରେ ପାଇବା ପାଇଁ ମଙ୍ଗଳକାମନା କରିଥାନ୍ତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ଅତୁଟ ବନ୍ଧନର ଏହି ବ୍ରତ ସବୁ ବବାହିତା ନାରୀଙ୍କ ମନରେ ଏକ ସୁଖଦ ଅନୁଭୁତି ଆଣିଥାଏ ।

ଏହି ବ୍ରତକୁ କଣ ପାଇଁ କୁହାଯାଏ କରୱା ଚୌଥ୍:

କରୱା ଚୌଥ୍ ଦୁଇଟି ଶବ୍ଦକୁ ମିଶାଇକି କରାଯାଇଛି । କରୱା ମାନେ ମାଟିର ପାତ୍ର ଏବଂ ଚୌଥ୍ ମାନେ ଗଣେଷ ପ୍ରଭୁଙ୍କ ପ୍ରିୟ ତିଥି ଚତୁର୍ଥୀ । ପ୍ରେମ, ତ୍ଯାଗ ଏବଂ ବିଶ୍ବାସର ଏହି ମହାପର୍ବ ରେ ମାଟି ପାତ୍ର ମାନେ କରୱା ପୂଜାର ବିଶେଷ ମହତ୍ତ୍ବରହିଛି । ଯେଉଁଥିରେ ରାତ୍ର ସମୟରେ ଚନ୍ଦ୍ରଦେବଙ୍କୁ ଜଳ ଅର୍ପଣ କରାଯାଇଥାଏ ।

ଧର୍ମ ଗ୍ରନ୍ଥରେ ଏହି ବ୍ରତର ବର୍ଣ୍ଣନା :

ରାମଚରିତ ମାନସରେ ଲଙ୍କାକାଣ୍ଡ ଅନୁସାରେ ଏହି ବ୍ରତ ପାଇଁ ଏକ ପକ୍ଷ ଏହା ମଧ୍ଯ ଅଛି କି ଯେଉଁ ସ୍ବାମୀ-ସ୍ତ୍ରୀ କେଉଁ କାରଣ ବଶତଃ ପରସ୍ପର ସହିତ ଅଲଗା ହୋଯାଇଥାନ୍ତି, ଚନ୍ଦ୍ରମାଙ୍କ କିରଣ ସେମାନଙ୍କୁ ଅଧିକ କଷ୍ଟ ପହଁଞ୍ଚାଇଥାଏ । ଏଥିପାଇଁ କରୱା ଚୌଥ୍ ଦିନ ଚନ୍ଦ୍ରଦେବଙ୍କ ପୂଜା ମହିଳାମାନେ କରି ଏହା କାମନା କରିଥାନ୍ତି କି ତାଙ୍କ ସ୍ବାମୀଙ୍କ ଠାରୁ ସେ କେବେବି ଅଲଗା ନହୁଅନ୍ତୁ । ମହାଭାରତରେ ମଧ୍ଯ ଏହି ପ୍ରସଙ୍ଗ ଉପରେ ଆଲୋଚନା ରହିଛି ଯେଉଁଥିରେ, ପାଣ୍ଡବଙ୍କ ଉପରେ ଥିବା ଏକ ସଙ୍କଟକୁ ଦୂର କରିବା ପାଇଁ ଭଗବାନ ଶ୍ରୀକ୍ରିଷ୍ଣଙ୍କ ଉପଦେଶ କ୍ରମେ ଦ୍ରୌପଦୀ ମଧ୍ଯ ଏହି ବ୍ରତ ପାଳନ କରିଥିଲେ, ଯାହାଫଲରେ ପାଣ୍ଡବ ମାନେ ଯୁଦ୍ଧରେ ବିଜୟ ଲାଭ  କରିଥିଲେ ।

ଏଥିପାଇଁ କରୱା ଚୌଥ୍ ବ୍ରତରେ ମହିଳାମାନେ ଚାଲୁଣିରେ ଚନ୍ଦ୍ରଙ୍କୁ ଦେଖିଥାନ୍ତି :

ଭାବଭରା ମନରେ ପୂଜାକରି ଏହି ବ୍ରତରେ ମହିଳାମାନେ ଚାଲୁଣିରେ ଚାନ୍ଦକୁ ଦେଖିଥାନ୍ତି । ଏହାପଛରେ ପୌରାଣିକ ମାନ୍ଯତା ଏହା ରହିଛି କି, ବୀରବତି ନାମକ ଜଣେ ପତିବ୍ରତା ସ୍ତ୍ରୀ ଏହି ବ୍ରତ କରିଥିଲେ । ଭୋକରେ ବ୍ଯାକୁଳ ବୀରବତିଙ୍କ ଅବସ୍ଥା ଦେଖି ତାଙ୍କ ଭାଇମାନେ ସହିପାରୁନଥିଲେ । ଯାହାଫଳରେ ନିଜ ଭଉଣୀ ପାଇଁ ଭାଇମାନେ ଚନ୍ଦ୍ର ଉଦୟ ପୂର୍ବରୁ ହିଁ ଏକ ଗଛର ଗୁମ୍ଫାରେ ଚାଲୁଣି ଲଗେଇକି ତା ପଛରେ ନିଆଁ ଲଗାଇଦେଇଥିଲେ । ଆଉ ପ୍ରିୟ ଭଉଣୀ ପାଖକୁ ଆସି କହିଥିଲେ ଦେଖ ଚାନ୍ଦ୍ର ଦେଖାଗଲାଣି ଆସିକି ଅର୍ଘ୍ଯ ଦେଇଦିଅ । ଭଉଣୀ ମିଛ ଚାନ୍ଦ ଦେଖିକି ନିଜର ବ୍ରତ ଖୋଲିଦେଇଥିଲେ । ଯାହାଫଳରେ ତାଙ୍କ ସ୍ବାମୀଙ୍କର ବିୟୋଗ ହୋଇଥିଲା । ସାହାସୀ ବୀରବତି ନିଜର ପ୍ରେମ ଆଉ ବିଶ୍ବାସ ଦ୍ବାରା ନିଜ ସ୍ବାମୀଙ୍କ ମୃତ ଶରୀରକୁ ସୁରକ୍ଷିତ ରଖିଥିଲେ । ଏବଂ ଆସନ୍ତା ବର୍ଷରେ ଏହି ବ୍ରତକୁ ନିୟମ ପୂର୍ବକ ପାଳନ କରିଥିଲେ, ଯାହାଫଳରେ ମାଆ ପ୍ରସନ୍ନ ହୋଇ ତାଙ୍କ ସ୍ବାମୀଙ୍କୁ ଜୀବନ ଦେଇଥିଲେ । ସେବେଠାରୁ ଚାଲୁଣିରେ ଚନ୍ଦ୍ରଙ୍କୁ ଦେଖିବାର ପରମ୍ପରା ଆଜି ପର୍ଯ୍ଯନ୍ତ ଚାଲୁରହିଛି ।

କରୱା ଚୌଥ୍ ପୂଜାର ବିଧି :

ନାରଦ ପୁରାଣ ଅନୁସାରେ ମହିଳାମାନେ ବସ୍ତ୍ରଭୂଷଣ ପରିଧାନ କରି ସଂନ୍ଧ୍ଯା ସମୟରେ ଭଗବାନ ଶିବ-ପାର୍ବତୀ,ସ୍ବାମୀ କାର୍ତ୍ତୀକ,ଗଣେଷ ଏବଂ ଚନ୍ଦ୍ରମାଙ୍କୁ ବିଧିପୂର୍ବକ ପୂଜା କରି ନୈବେଦ୍ଯ ଅର୍ପଣ କରିଥାନ୍ତି । ଅର୍ପଣ ସମୟରେ ଏହା କୁହାଯାଇଥାଏ କି, ଭଗବାନ ଗଣେଷ ମୋ ଉପରେ ପ୍ରସନ୍ନ ହୁଅ । ଏବଂ ରାତ୍ର ସମୟରେ ଚନ୍ଦ୍ରମାଙ୍କ ଦର୍ଶନ ସମୟରେ ଏହି ମନ୍ତ୍ର ପଢାଯାଇଥାଏ – ‘’ସୌମ୍ଯରୂପ ମହାଭାଗ ମନ୍ତ୍ରରାଜ ଦ୍ବିଜୋତ୍ତମ, ମମ ପୂର୍ବକ୍ରୁତଂ ପାପଂ ଓୗଷଧୀଶ କ୍ଷମସ୍ବ ମେ’’। ଏହାର ଅର୍ଥ ହେଉଛି, ମନକୁ ଶୀତଳତା ପହଁଞ୍ଚାଉଥିବା ସୌମ୍ଯ ସ୍ବଭାବ ବିଶିଷ୍ଟ ବ୍ରାହ୍ମଣମାନଙ୍କ ମଧ୍ଯରେ ଶ୍ରେଷ୍ଠ, ସବୁ ମନ୍ତ୍ର ଏବଂ ଔଷଧୀୟଙ୍କ ସ୍ବାମୀ ଚନ୍ଦ୍ରମା ମୋ ଦ୍ବାରା ପୂର୍ବ ଜନ୍ମରେ କରିଥିବା ପାପକୁ କ୍ଷମା କର । ମୋ ପରିବାର ରେ ଖୁସି ଶାନ୍ତି ବଜାୟ ରଖ। ଏହାସହ ମାଆ ପାର୍ବତୀ ସବୁ ମହିଳାଙ୍କୁ ସର୍ବଦା ସୌଭାଗ୍ଯତୀ ରହିବା ପାଇଁ ଆଶୀର୍ବାଦ ଦେଇଥାନ୍ତି ଯେଉଁମାନେ ସତ ମନରେ ଏହି ବ୍ରତ ପାଳନ କରିଥାନ୍ତି । ଏହାଛଡା ସ୍ବାମୀ ମାନଙ୍କୁ ମଧ୍ଯ ନିଜ ସ୍ତ୍ରୀଙ୍କୁ ଲକ୍ଷ୍ମୀ ସ୍ବରୂପା ଭାବିବା ସହ ଆଦର ସମ୍ମାନ କରିବା ଦରକାର । ପରସ୍ପରକୁ ଭଲପାଇବା ଏବଂ ସମର୍ପିତ ଭାବନା ବିନା ଏହି ବ୍ରତ ଅଧୁରା ରହିଥାଏ ।

 

 

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

8 hours ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

10 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

10 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

10 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

11 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

12 hours ago