Below header

କରୱା ଚୌଥ୍ ବ୍ରତ : ଜାଣନ୍ତୁ ତିଥି, ମୁହୂର୍ତ୍ତ, ଧାର୍ମିକ ମହତ୍ତ୍ବଏବଂ ସମ୍ପୂର୍ଣ୍ଣ ପୂଜା ବିଧି ସମ୍ପର୍କରେ

ସ୍ବାମୀ-ସ୍ତ୍ରୀ ମଧ୍ଯରେ ବିଶ୍ବାସର ଡୋରକୁ ଆହୁରୀ ମଜବୁତ୍ କରିବାର ବ୍ରତ ହେଉଛି କରୱା ଚୌଥ୍ । ଏହି ବ୍ରତ ଆସନ୍ତା ଅକ୍ଟୋବର ୨୭ ତାରିଖ ଶନିବାର ଦିନ ପାଳନ କରାଯିବ । କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ମହିଳାମାନେ ଏହି ବ୍ରତ ନିଜର ସ୍ବାମୀଙ୍କ ପ୍ରତି ସମର୍ପିତ ହୋଇ, ଉତ୍ତମ ସ୍ବାସ୍ଥ୍ଯ, ଦୀର୍ଘାୟୁ ଏବଂ ଜନ୍ମ ଜନ୍ମାନ୍ତର ପାଇଁ ସ୍ବାମୀ ହିସାବରେ ପାଇବା ପାଇଁ ମଙ୍ଗଳକାମନା କରିଥାନ୍ତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ଅତୁଟ ବନ୍ଧନର ଏହି ବ୍ରତ ସବୁ ବବାହିତା ନାରୀଙ୍କ ମନରେ ଏକ ସୁଖଦ ଅନୁଭୁତି ଆଣିଥାଏ ।

ଏହି ବ୍ରତକୁ କଣ ପାଇଁ କୁହାଯାଏ କରୱା ଚୌଥ୍:

karwa-chauthକରୱା ଚୌଥ୍ ଦୁଇଟି ଶବ୍ଦକୁ ମିଶାଇକି କରାଯାଇଛି । କରୱା ମାନେ ମାଟିର ପାତ୍ର ଏବଂ ଚୌଥ୍ ମାନେ ଗଣେଷ ପ୍ରଭୁଙ୍କ ପ୍ରିୟ ତିଥି ଚତୁର୍ଥୀ । ପ୍ରେମ, ତ୍ଯାଗ ଏବଂ ବିଶ୍ବାସର ଏହି ମହାପର୍ବ ରେ ମାଟି ପାତ୍ର ମାନେ କରୱା ପୂଜାର ବିଶେଷ ମହତ୍ତ୍ବରହିଛି । ଯେଉଁଥିରେ ରାତ୍ର ସମୟରେ ଚନ୍ଦ୍ରଦେବଙ୍କୁ ଜଳ ଅର୍ପଣ କରାଯାଇଥାଏ ।

ଧର୍ମ ଗ୍ରନ୍ଥରେ ଏହି ବ୍ରତର ବର୍ଣ୍ଣନା :

karva3ରାମଚରିତ ମାନସରେ ଲଙ୍କାକାଣ୍ଡ ଅନୁସାରେ ଏହି ବ୍ରତ ପାଇଁ ଏକ ପକ୍ଷ ଏହା ମଧ୍ଯ ଅଛି କି ଯେଉଁ ସ୍ବାମୀ-ସ୍ତ୍ରୀ କେଉଁ କାରଣ ବଶତଃ ପରସ୍ପର ସହିତ ଅଲଗା ହୋଯାଇଥାନ୍ତି, ଚନ୍ଦ୍ରମାଙ୍କ କିରଣ ସେମାନଙ୍କୁ ଅଧିକ କଷ୍ଟ ପହଁଞ୍ଚାଇଥାଏ । ଏଥିପାଇଁ କରୱା ଚୌଥ୍ ଦିନ ଚନ୍ଦ୍ରଦେବଙ୍କ ପୂଜା ମହିଳାମାନେ କରି ଏହା କାମନା କରିଥାନ୍ତି କି ତାଙ୍କ ସ୍ବାମୀଙ୍କ ଠାରୁ ସେ କେବେବି ଅଲଗା ନହୁଅନ୍ତୁ । ମହାଭାରତରେ ମଧ୍ଯ ଏହି ପ୍ରସଙ୍ଗ ଉପରେ ଆଲୋଚନା ରହିଛି ଯେଉଁଥିରେ, ପାଣ୍ଡବଙ୍କ ଉପରେ ଥିବା ଏକ ସଙ୍କଟକୁ ଦୂର କରିବା ପାଇଁ ଭଗବାନ ଶ୍ରୀକ୍ରିଷ୍ଣଙ୍କ ଉପଦେଶ କ୍ରମେ ଦ୍ରୌପଦୀ ମଧ୍ଯ ଏହି ବ୍ରତ ପାଳନ କରିଥିଲେ, ଯାହାଫଲରେ ପାଣ୍ଡବ ମାନେ ଯୁଦ୍ଧରେ ବିଜୟ ଲାଭ  କରିଥିଲେ ।

ଏଥିପାଇଁ କରୱା ଚୌଥ୍ ବ୍ରତରେ ମହିଳାମାନେ ଚାଲୁଣିରେ ଚନ୍ଦ୍ରଙ୍କୁ ଦେଖିଥାନ୍ତି :

Karwa-Chauth୩ଭାବଭରା ମନରେ ପୂଜାକରି ଏହି ବ୍ରତରେ ମହିଳାମାନେ ଚାଲୁଣିରେ ଚାନ୍ଦକୁ ଦେଖିଥାନ୍ତି । ଏହାପଛରେ ପୌରାଣିକ ମାନ୍ଯତା ଏହା ରହିଛି କି, ବୀରବତି ନାମକ ଜଣେ ପତିବ୍ରତା ସ୍ତ୍ରୀ ଏହି ବ୍ରତ କରିଥିଲେ । ଭୋକରେ ବ୍ଯାକୁଳ ବୀରବତିଙ୍କ ଅବସ୍ଥା ଦେଖି ତାଙ୍କ ଭାଇମାନେ ସହିପାରୁନଥିଲେ । ଯାହାଫଳରେ ନିଜ ଭଉଣୀ ପାଇଁ ଭାଇମାନେ ଚନ୍ଦ୍ର ଉଦୟ ପୂର୍ବରୁ ହିଁ ଏକ ଗଛର ଗୁମ୍ଫାରେ ଚାଲୁଣି ଲଗେଇକି ତା ପଛରେ ନିଆଁ ଲଗାଇଦେଇଥିଲେ । ଆଉ ପ୍ରିୟ ଭଉଣୀ ପାଖକୁ ଆସି କହିଥିଲେ ଦେଖ ଚାନ୍ଦ୍ର ଦେଖାଗଲାଣି ଆସିକି ଅର୍ଘ୍ଯ ଦେଇଦିଅ । ଭଉଣୀ ମିଛ ଚାନ୍ଦ ଦେଖିକି ନିଜର ବ୍ରତ ଖୋଲିଦେଇଥିଲେ । ଯାହାଫଳରେ ତାଙ୍କ ସ୍ବାମୀଙ୍କର ବିୟୋଗ ହୋଇଥିଲା । ସାହାସୀ ବୀରବତି ନିଜର ପ୍ରେମ ଆଉ ବିଶ୍ବାସ ଦ୍ବାରା ନିଜ ସ୍ବାମୀଙ୍କ ମୃତ ଶରୀରକୁ ସୁରକ୍ଷିତ ରଖିଥିଲେ । ଏବଂ ଆସନ୍ତା ବର୍ଷରେ ଏହି ବ୍ରତକୁ ନିୟମ ପୂର୍ବକ ପାଳନ କରିଥିଲେ, ଯାହାଫଳରେ ମାଆ ପ୍ରସନ୍ନ ହୋଇ ତାଙ୍କ ସ୍ବାମୀଙ୍କୁ ଜୀବନ ଦେଇଥିଲେ । ସେବେଠାରୁ ଚାଲୁଣିରେ ଚନ୍ଦ୍ରଙ୍କୁ ଦେଖିବାର ପରମ୍ପରା ଆଜି ପର୍ଯ୍ଯନ୍ତ ଚାଲୁରହିଛି ।

କରୱା ଚୌଥ୍ ପୂଜାର ବିଧି :

vvନାରଦ ପୁରାଣ ଅନୁସାରେ ମହିଳାମାନେ ବସ୍ତ୍ରଭୂଷଣ ପରିଧାନ କରି ସଂନ୍ଧ୍ଯା ସମୟରେ ଭଗବାନ ଶିବ-ପାର୍ବତୀ,ସ୍ବାମୀ କାର୍ତ୍ତୀକ,ଗଣେଷ ଏବଂ ଚନ୍ଦ୍ରମାଙ୍କୁ ବିଧିପୂର୍ବକ ପୂଜା କରି ନୈବେଦ୍ଯ ଅର୍ପଣ କରିଥାନ୍ତି । ଅର୍ପଣ ସମୟରେ ଏହା କୁହାଯାଇଥାଏ କି, ଭଗବାନ ଗଣେଷ ମୋ ଉପରେ ପ୍ରସନ୍ନ ହୁଅ । ଏବଂ ରାତ୍ର ସମୟରେ ଚନ୍ଦ୍ରମାଙ୍କ ଦର୍ଶନ ସମୟରେ ଏହି ମନ୍ତ୍ର ପଢାଯାଇଥାଏ – ‘’ସୌମ୍ଯରୂପ ମହାଭାଗ ମନ୍ତ୍ରରାଜ ଦ୍ବିଜୋତ୍ତମ, ମମ ପୂର୍ବକ୍ରୁତଂ ପାପଂ ଓୗଷଧୀଶ କ୍ଷମସ୍ବ ମେ’’। ଏହାର ଅର୍ଥ ହେଉଛି, ମନକୁ ଶୀତଳତା ପହଁଞ୍ଚାଉଥିବା ସୌମ୍ଯ ସ୍ବଭାବ ବିଶିଷ୍ଟ ବ୍ରାହ୍ମଣମାନଙ୍କ ମଧ୍ଯରେ ଶ୍ରେଷ୍ଠ, ସବୁ ମନ୍ତ୍ର ଏବଂ ଔଷଧୀୟଙ୍କ ସ୍ବାମୀ ଚନ୍ଦ୍ରମା ମୋ ଦ୍ବାରା ପୂର୍ବ ଜନ୍ମରେ କରିଥିବା ପାପକୁ କ୍ଷମା କର । ମୋ ପରିବାର ରେ ଖୁସି ଶାନ୍ତି ବଜାୟ ରଖ। ଏହାସହ ମାଆ ପାର୍ବତୀ ସବୁ ମହିଳାଙ୍କୁ ସର୍ବଦା ସୌଭାଗ୍ଯତୀ ରହିବା ପାଇଁ ଆଶୀର୍ବାଦ ଦେଇଥାନ୍ତି ଯେଉଁମାନେ ସତ ମନରେ ଏହି ବ୍ରତ ପାଳନ କରିଥାନ୍ତି । ଏହାଛଡା ସ୍ବାମୀ ମାନଙ୍କୁ ମଧ୍ଯ ନିଜ ସ୍ତ୍ରୀଙ୍କୁ ଲକ୍ଷ୍ମୀ ସ୍ବରୂପା ଭାବିବା ସହ ଆଦର ସମ୍ମାନ କରିବା ଦରକାର । ପରସ୍ପରକୁ ଭଲପାଇବା ଏବଂ ସମର୍ପିତ ଭାବନା ବିନା ଏହି ବ୍ରତ ଅଧୁରା ରହିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.