ଲାଇଫ୍ ଷ୍ଟାଇଲ୍

ଯଦି ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଭୁଲରେ ବି ଛୁଅନ୍ତୁ ନାହିଁ ଏହି ସବୁ ଫଳ, ନଚେତ ଲାଭ ବଦଳରେ ହେବ କ୍ଷତି

ଫଳ ତଥା ପୋଷାକ ତତ୍ତ୍ୱ ଶରରକୁ ଆବଶ୍ୟକ ମୁତାବକ ପୋଷାକ ତତ୍ତ୍ୱ, ଭିଟାମିନ, ମିନେରାଲ ପ୍ରଦାନ କରିଥାଏ । ହୁଏତ ସେଥିପାଇଁ ହିଁ ପ୍ରତିଦିନ ଏଗୁଡ଼ିକୁ ଖାଇବାକୁ ଡାକ୍ତର ତଥା ଏକ୍ସପଟ ମାନେ ପରାମର୍ଶ ଦେଇଥାନ୍ତି । ଏକ୍ସପର୍ଟଙ୍କ ଅନୁଯାୟୀ ସକାଳର ଜଳଖିଆରେ ନିହାତି ଗୋଟିଏ ଫଳ ଖାଇବା ଉଚିତ । ଆଉ ସବୁଜ ପନିପରିବା ଆଦିକୁ ନିଜ ଡାଏଟରେ ସାମିଲ କରିବା ଉଚିତ । WHO ମୁତାବକ ଯେଉଁମାନେ ଦିନରେ ଅତନ୍ତ ୫ ଥର ଫଳ ପନିପରିବା ଆଦିର ସେବନ କରନ୍ତି ସେମାନଙ୍କୁ ହୃଦରୋଗ, ଷ୍ଟ୍ରୋକ, କ୍ୟାନ୍ସର ପରି ମାରାତ୍ମକ ରୋଗ ହେବାର ଆଶଙ୍କା ଖୁବ ଥାଏ । ଯେଉଁମାନେ ଓଜନ କମେଇବା ପାଇଁ ଚେଷ୍ଟା କରୁଥାନ୍ତି ସେମାନେ ନିଜ ଖାଦ୍ୟରେ ଅଧିକରୁ ଅଧିକ ଫଳ ତଥା ପନିପରିବା ସାମିଲ କରିବା ଉଚିତ । ଡାକ୍ତର ତଥା ଡାଏଟ ଏକ୍ସପର୍ଟ ଡ଼ଃ ମାଇକେଲ ମୋସଲେ ନିକଟରେ କହିଛନ୍ତିକି ଯଦି ଜଣେ ଓଜନ କମ କରିବାକୁ ଚାହୁଁଥାନ୍ତି ତେବେ କେତେ ଗୁଡିଏ ଫଳ ଠାରୁ ଦୁରେଇ ରହିବା ଉଚିତ । ନଚେତ ଏଗୁଡିକ ଆପଣଙ୍କ ଓଜନ ବଢ଼ାଇ ଦେଇପାରେ । ସେଗୁଡିକ କେଉଁ କେଉଁ ଫଳ ଆସନ୍ତୁ ସେବିଷୟରେ ଜାଣିବା ।

ଏକ ସମ୍ବାଦ ସଂସ୍ଥା ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ସୁସ୍ଥ ଅଛନ୍ତି ତେବେ ସେମାନେ ସବୁ ପ୍ରକାରର ଫଳ ଖାଇପାରିବେ । କିନ୍ତୁ ଯଦି ଜଣେ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ସେମାନେ ସେଓ, ଆଭକାଡୋ, ଜାମୁ, ଅଙ୍ଗୁର, ରାଷ୍ବେରୀ ପରି ଫଳ ଖାଇପାରିବେ । କାରଣ ଏଥିରେ ଖୁବ କମ ପରିମାଣରେ ସୁଗାର ଥାଏ । କିନ୍ତୁ ଆମ୍ବ, ତରଭୁଜ, ବେଦନା ପରି ଫଳ ଠାରୁ ଟିକେ ଦୁରେଇ ରୁହନ୍ତୁ । କାରଣ ଏଗୁଡିକରେ ମାତ୍ରାଧିକ ନ୍ୟାଚୁରାଲ ସୁଗାର ଥାଏ ।

ଡ଼ଃ ମାଇକେଲ ମୋଷଲେଙ୍କ କହିବା ଅନୁଯାୟୀ, ଏକ ସାଧାରଣ ଆମ୍ବରେ ୪୫ ଗ୍ରାମ, ଅଙ୍ଗୁରରେ ୨୩ ଗ୍ରାମ, ରାଷ୍ବେରିରେ ୫ ଗ୍ରାମ, ଆଭୋକାଡୋରେ ୧.୩୩ ଗ୍ରାମ ଚିନି ରହିଥାଏ । ଆଉ ମଧ୍ୟ ଓଜନ କମ କରିବାକୁ ଚାହୁଁଥିବା ଲୋକେ ନିଜ ଡାଏଟରୁ ଆମ୍ବ- କଦଳୀ ଆଦିକୁ ବି ଦୂର କରିବା ଉଚିତ । କିନ୍ତୁ ଯେଉଁମାନେ ଦୁର୍ବଳ ପତଳା ସେମାନେ ଏଗୁଡ଼ିକୁ ଖାଇପାରିବେ ।

ଆଉ ମଧ୍ୟ ଓଜନ କମ କରିବା ପାଇଁ ଯେବେବି ଫୁଲ ପେଟ ଭୋଜନ କରନ୍ତୁ ନାହିଁ । ଅତ୍ୟାଧିକ ଚିନି ଓ ଲୁଣ ଥିବା ଖାଦ୍ୟ ଠାରୁ ଦୂରତା ରକ୍ଷା କରନ୍ତୁ । ଏହା ବ୍ୟତୀତ ପ୍ୟାକେଜଡ଼ ଖାଦ୍ୟ ଠାରୁ ବି ଦୁରେଇ ରହିବା ଉଚିତ । କାରଣ ଏଗୁଡିକ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଏହା ସହ ବିସ୍କୁଟ- ଚିପ୍ସ ପରି ଫ୍ୟାଟ ଯୁକ୍ତ ଖାଦ୍ୟ ନିଜ ଠାରୁ ଦୁରେଇ ରଖନ୍ତୁ । ଯଦି ବି ଘରେ ଏମିତି କିଛି ଅଛି ସେଗୁଡିକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ ।

KNews Bureau

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

3 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

4 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

4 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

4 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

4 hours ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

5 hours ago