ମନୋରଂଜନ

ରିଲିଜ ହେଲା ‘ପୃଥ୍ଵୀରାଜ’ର ଗୀତ ‘ମଖମଲ୍ଲୀ’ର ଟିଜର, ଦେଖିବାକୁ ମିଳିଲା ଅକ୍ଷୟ ଓ ମାନୁଷୀଙ୍କ କେମେଷ୍ଟ୍ରୀ

ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ପୃଥ୍ଵୀରାଜ’ ରିଲିଜ ଅପେକ୍ଷାରେ ରହିଛି। ଫିଲ୍ମର ଗୀତ ‘ମଖମଲ୍ଲୀ’ର ଟିଜର ସେୟାର କରିଛନ୍ତି ଅକ୍ଷୟ କୁମାର। ଏହି ଗୀତ ରୋମାଣ୍ଟିକ ଗୀତ। ଗୀତ ଟିଜର ରିଲିଜ ହେବା ପରେ ଲୋକେ ବହୁତ ପସନ୍ଦ କରୁଛନ୍ତି ମଧ୍ୟ। ଅକ୍ଷୟ କୁମାର ଏହି ଗୀତରେ ଟିଜର ସେୟାର କରିଛନ୍ତି। ଫ୍ୟାନ୍ସ କିନ୍ତୁ ଏହି ଗୀତକୁ ଫିଲ୍ମ ହଲରେ ଦେଖିପାରିବେ।

ଅକ୍ଷୟ କୁମାର ଲେଖିଛନ୍ତି, ସମ୍ମାନ ଏବଂ ଭକ୍ତି ସହିତ ମଖମଲ୍ଲୀ ଗୀତର ଟିଜର ଅନୁଭବ କରନ୍ତୁ। ପୁରା ଗୀତ କେବଳ ଥିଏଟରରେ ଦେଖିପାରିବେ ! ଫିଲ୍ମଟି ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ ହେବ। ୩ ଜୁନକୁ ଫିଲ୍ମଟି ରିଲିଜ ହେବ। ଏହି ଗୀତରେ ଅକ୍ଷୟ କୁମାର ଏବଂ ମାନୁଷୀ ଚିଲ୍ଲରଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳିବ।

ଫିଲ୍ମ ପୃଥ୍ଵୀରାଜରେ ଅକ୍ଷୟ କୁମାର ସମ୍ରାଟ ପୃଥ୍ଵୀରାଜ ଚୌହ୍ଵାନଙ୍କ ଭୂମିକାରେ ନଜର ଆସିବେ। ମାନୁଷୀ ଚିଲ୍ଲର ରାଜକୁମାରୀ ସଂଯୋଜିତା ଭୂମିକାରେ ନଜର ଆସିବେ। ମାନୁଷୀ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି। ଟିଜରରେ ଅକ୍ଷୟ ଓ ମାନୁଷୀଙ୍କ ମଧ୍ୟ ରୋମାଣ୍ଟିକ କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ଗୀତର ପିକ୍ଚରାଇଜେସନ ମଧ୍ୟ ବେଶ୍‌ କମାଲ ରହିଛି।

ଗୀତର ମ୍ୟୁଜିକ ଶଙ୍କର ଏହସାନ ଲୟ ଦେଇଛନ୍ତି। ଏହାକୁ ବରୁଣ ଗ୍ରୋଭର ଲେଖିଛନ୍ତି। ଗୀତକୁ ଅରିଜିତ ସିଂ ଏବଂ ଶେୟା ଘୋଷାଲ ଗାଇଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦ୍ରପ୍ରକାଶ ଦ୍ୱିବେଦୀ। ଏହା ୟଶ ରାଜ ବ୍ୟାନର ଦ୍ୱାରା ପ୍ରସ୍ତୁତ । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଏବଂ ମାନୁଷୀଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଏବଂ ସୋନୁ ସୁଦଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ସୂଚନାଯୋଗ୍ୟ, ନିକଟରେ ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଥିଲେ। ନିଜେ ଟ୍ଵିଟ୍‌ କରି ସୂଚନା ଦେଇଥିଲେ। ଖାସ୍‌ ଏଥିପାଇଁ ଅକ୍ଷୟ କୁମାର କାନ୍ସ ଫେଷ୍ଟିଭାଲରେ ଯୋଗ ଦେଇନଥିଲେ। ପୂର୍ବରୁ ୨୦୨୧ରେ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ ଅକ୍ଷୟ କୁମାର। ଫିଲ୍ମ ରାମସେତୁର ସୁଟିଂ ସମୟରେ କରୋନା କବଳରେ ଫସିଥିଲେ ଖିଲାଡି ଷ୍ଟାର। ଫଳରେ ଫିଲ୍ମର ସୁଟିଂ ଅଧାରେ ବନ୍ଦ ହୋଇଥିଲା।

Swagatika

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

5 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

11 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

25 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago