ଜାଣନ୍ତୁ ଶାସ୍ତ୍ର ଅନୁଯାୟୀ କିପରି କରିପାରିବେ ନିଜ ଲକ୍ଷ୍ୟ ହାସଲ

ମହାଭାରତ ଗ୍ରନ୍ଥରେ ସଫଳ ଜୀବନ ସମ୍ପର୍କରେ ଅନେକ ରହସ୍ୟ ଲୁଚି ରହିଛି। ବହାଭାରତ ପାତ୍ରମାନଙ୍କ ମଧ୍ୟରେ ବିଦୂର ଏବଂ ଦୃତରାଷ୍ଟ୍ର ପ୍ରମୁଖ ଥିଲେ। ବିଦୂରଙ୍କ ଦ୍ୱାରା ଦୃତରାଷ୍ଟ୍ରଙ୍କୁ ଶିକ୍ଷା ଦିଆଯାଇଥିବା ନୀତି ଆଜି ମଧ୍ୟ ପ୍ରାସଙ୍ଗିକ। ଆଧୁନିକ ସମାଜରେ ଏହି ନୀତି ଗୁଡ଼ିକୁ ପାଳନ କରି ଜୀବନକୁ ସୁଖମୟ ଏବଂ ସଫଳ କରାଯାଇପାରିବ। ମହାଭାରତର ଉଦ୍ୟୋଗ ପର୍ବ ଅନୁସାରେ ଯଦି ଆପଣ କୌଣସି କାମରେ ସଫଳତା ହାସଲ କରିବାକୁ ଚାହୁଁଛନ୍ତି ତେବେ ବିଦୂର ନୀତିରେ ଶିକ୍ଷା ଦିଆଯାଇଥିବା ଏହି ଚାରି କଥାକୁ ଅନୁସରଣ କରିବା ଉଚିତ।

ଦୃଢ ନିଶ୍ଚିନ୍ତ ରହିବା ଉଚିତ

ଯେ କୌଣସି କାମ ହୋଇଥିଲେ ମଧ୍ୟ ହୋଇଥିଲେ ମଧ୍ୟ ସେଥିରେ ଦୃଢ ନିଶ୍ଚିତ ରହିବା ଉଚିତ। ବିନା ଭାବି ଚିନ୍ତି ଆରମ୍ଭ କରିବା କାମ କେବେ ମଧ୍ୟ ପୂରଣ ହୋଇନଥାଏ। ବିଦ୍ୱାନ ବିଦୂରଙ୍କ ମତ ଅନୁଯାୟୀ କୌଣସି କାମରେ ସଫଳତା ପାଇବା ପାଇଁ ପ୍ରଥମେ ସେହି କାମ ଆରମ୍ଭ କରିବା ପୂର୍ବରୁ ଭଲ ଭାବେ ପ୍ରସ୍ତୁତ କରିବା ଉଚିତ। ଏହା ପରେ ସେଥିରେ ସଫଳ ହେବା ପାଇଁ ନିଶ୍ଚିନ୍ତ ହୋଇ ରୁହନ୍ତୁ। ଏଭଳି କରିବା ଦ୍ୱାରା କାମରେ ନିଶ୍ଚିନ୍ତ ସଫଳତା ପ୍ରାପ୍ତ ହୋଇଥାଏ।

କାର୍ଯ୍ଯ ମଝିରେ ବନ୍ଦ କରିବା ଅନୁଚିତ

ଯେଉଁ କାମରେ ନିରନ୍ତରତା ଦେଖାଯାଇଥାଏ ସେହି କାମରେ ସୁନିଶ୍ଚିନ୍ତ ସଫଳତା ମିଳିଥାଏ। ଅନେକ ଲୋକମାନେ ପ୍ରଥମେ ଆଗ୍ରହର ସହ କାମ ଆରମ୍ଭ କରିଥାନ୍ତି କିନ୍ତୁ କିଛି ସମୟ ପରେ ସେହି କାମକୁ ଅଧାରେ ଛାଡି ଦେଇଥାନ୍ତି। ଏହି କାରଣରୁ କାରଣ ଯାହା ହେଲେ ମଧ୍ୟ କାମକୁ ଅଧାରେ ଛାଡିବା ଅନୁଚିତ।

ସମୟର ମହତ୍ୱ

ହେଉଁ ବ୍ୟକ୍ତି ସମୟର ମୂଲ୍ୟ ବୁଝିଥାନ୍ତି ଭଲ ସମୟ ସର୍ବଦା ତାଙ୍କ ସହ ସାଥ୍‌ ଦେଇଥାଏ। ସମୟକୁ ଦୁରୁପଯୋଗ କରୁଥିବା ବ୍ୟକ୍ତି ଜୀବନରେ କେବେ ମଧ୍ୟ ସଫଳତା ପାଇପାରିନଥାନ୍ତି। ନିଜକୂୁ ସର୍ବଦା ଲକ୍ଷ୍ୟ ପ୍ରତି ସମର୍ପିତ କରିବା ଉଚିତ। ଯଦି ଆପଣ ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଯେଉଁ କାମ କରୁଛନ୍ତି ସେହି କାମ ସମ୍ପୂର୍ଣ୍ଣ ନହେବା ପଯ୍ୟର୍ନ୍ତ ଅନ୍ୟ କୌଣସି କାମରେ ସମୟ ନଷ୍ଟ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣ ନିଶ୍ଚିନ୍ତ ସଫଳତା ପାଇପାରିବେ।

ମନ ସ୍ଥିର ରଖିବା ଉଚିତ

ଯେଉଁ ବ୍ୟକ୍ତି ନିଜର ମନକୁ ସ୍ଥିର ବା ଆୟତରେ ରଖିପାରି ନଥାନ୍ତି, ସେହି ବ୍ୟକ୍ତି ଜୀବନରେ କେବେ ସଫଳତା ପାଇ ପାରିନଥାନ୍ତି। ଜୀବନରେ ସଫଳତା ପାଇବାକୁ ହେଲେ ଆବଶ୍ୟକୀୟ ଇଛାକୁ ଆୟତ କରି ରଖିବା ଉଚିତ। ସଫଳତା ପାଇବା ପାଇଁ ମନ ଠାରୁ ଅଧିକ ମସ୍ତିଷ୍କର ବ୍ୟବହାର କରିବା ଉଚିତ।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

10 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

27 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

40 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

49 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

52 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago