ଯେଉଁ ବଙ୍ଗଳାରେ ରହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ସେଠାରେ ତିଆରି ହୋଇଛି ୨ କିଲୋମିଟର ଲମ୍ବର ସୁଡଙ୍ଗ, ଏଇଠି ରହିଛି ଏହା ପଛର କାରଣ

୨୦୧୯ ମସିହା ଦେଶର ରାଜନୀତି ପାଇଁ ବଡ ମହତ୍ତ୍ବପୂର୍ଣ୍ଣ ବର୍ଷ ଅଟେ। ଦେଶରେ ସପ୍ତମ ଏବଂ ଅନ୍ତିମ ପର୍ଯ୍ୟାୟ ଭୋଟିଂ ଶେଷ ହୋଇସାରିଲାଣି। ମେ ୨୩ ରେ ଦେଶ କାହାର ସରକାର ହେବ ତାହାର ନିଷ୍ପତ୍ତି ହୋଇଯିବ। ଏହାସହିତ ରାଜଧାନୀ ଦିଲ୍ଲୀରେ ଲୁଟିୟନ ଜୋନରେ ରହିଥିବା ୭, ଲୋକ କଲ୍ୟାଣ ମାର୍ଗ (ପ୍ରଧାନମନ୍ତ୍ରୀ ଆବାସ) ୭, ରେସ କୋର୍ସରେ ଆଗାମୀ ପାଞ୍ଚ ବର୍ଷ କିଏ ରହିବ ଏହା ମଧ୍ୟ ଧାର୍ଯ୍ୟ ହୋଇଯିବ।

ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ମେ ୨୬ ୨୦୧୪ରେ ଏହି ସରକାର ଆବାସରେ ରହୁଥିଲେ। ସେଣ୍ଟର ଅଫ୍ ଦିଲ୍ଲୀ (ଦିଲ୍ଲୀର ହ୍ରୁଦୟ)ରେ ଥିବା ଏହି ପ୍ରଧାନମନ୍ତ୍ରୀ ଆବାସ ୧୨ ଏକର ଜମି ଉପରେ ନିର୍ମିତ ହୋଇଛି। ଏହି ବଙ୍ଗଳାର ଖାସ କଥା ହେଉଛି ଏଠାରେ ଗୋଟିଏ ନୁହେଁ ପାଞ୍ଚଟି ବଙ୍ଗଳା ରହିଛି। ଏହା ୧୯୮୦ ମସିହାରେ ତିଆରି ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ଆବାସ ବ୍ୟତୀତ ସୁରକ୍ଷା ପ୍ରତିଷ୍ଠାନ ଏସିପିଜି ଏବଂ ଗେଷ୍ଟ ହାଉସ ମଧ୍ୟ ସାମିଲ ଅଛି। ଏହି ବଙ୍ଗଳାକୁ ରବର୍ଟ ଟରଙ୍କ ଦ୍ବାରା ୧୯୮୪ରେ ନିର୍ମିତ କରାଯାଇଥିଲା।

ଏହି ବଙ୍ଗଳାର ସଂଖ୍ୟା କିଛି ଏପରି ୧,୩,୫,୭ ଏବଂ ୯ ଅଟେ। ବର୍ତ୍ତମାନର ବଙ୍ଗଳା ସଂଖ୍ୟା ୫, ଲୋକ କଲ୍ୟାଣ ମାର୍ଗ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଆବାସ ଅଛି ଏବଂ ତାର ସଂଖ୍ୟା ୭, ଲୋକ କଲ୍ୟାଣ ମାର୍ଗ ତାଙ୍କର କାର୍ଯ୍ୟାଳୟ। ବଙ୍ଗଳା ନମ୍ବର-୯ରେ ଏସପିଜି ର ଲୋକ ରହନ୍ତି ଯେଁଉମାନେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦେଖିଥାନ୍ତି। ବଙ୍ଗଳା ନମ୍ବର-୩ ପ୍ରଧାନମନ୍ତ୍ରୀଙ୍କ ଅତିଥିଙ୍କ ପାଇଁ ନିର୍ମିତ କରାଯାଇଛି। ସେହିଭଳି ବଙ୍ଗଳା ନମ୍ବର-୧ରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ହେଲିପ୍ୟାଡ୍ ନିର୍ମିତ କରାଯାଇଛି।

ଏହା ସହିତ ପଢ଼ନ୍ତୁ : କେଦାରନାଥର ଯେଉଁ ଗୁମ୍ଫାରେ ଧ୍ୟାନ କରୁଥିଲେ ମୋଦି, ତାର ଗୋଟିଏ ଦିନର ଭଡା ଜାଣନ୍ତି କେତେ ?

ଏବେ ଆପଣ ଏହା ଭାବୁଥିବେ ଏହି ବଙ୍ଗଳା ଆକାରରେ ବହୁତ ବଡ ହୋଇଥିବ। କିନ୍ତୁ ଏମିତି ନୁହେଁ। ଏହି ବଙ୍ଗଳାରେ ଦୁଇଟି ବେଡରୁମ୍ ରହିଛି, ଆଉ ଗୋଟେ କୋଠରୀ ବ୍ୟତୀତ ଗୋଟିଏ ଡାଇନିଂ ରୁମ୍ ଏବଂ ଏକ ଡ୍ରଗ୍ ରୁମ୍ ରହିଛି। ଏହି ଡ୍ରଇଂ ରୁମରେ ଏକାସାଥିରେ ୩୦ ଲୋକ ବସିପାରିବେ।

ରିପୋର୍ଟ ଅନୁଯାୟୀ ୭, ଲୋକ କଲ୍ୟାଣ ମାର୍ଗରେ ପ୍ରାୟ ୨ କିମି ଲମ୍ବାର ଏକ ସୁଡଙ୍ଗ ମଧ୍ୟ ରହିଛି। ଯାହା ପ୍ରଧାନମନ୍ତ୍ରୀ ଆବାସକୁ ସଫଦରଜଙ୍ଗ୍ ବିମାନବନ୍ଦର ସହିତ ଯୋଡି ହୋଇଛି। ଏହି ସୁଡଙ୍ଗ ଆପାତକାଳୀନ ସ୍ଥିତି ପାଇଁ ତିଆରି କରାଯାଇଛି। ଏହି ସୁଡଙ୍ଗର କାମ ୨୦୧୦ରେ ଆରମ୍ଭ ହୋଇଥିଲା ଏବଂ ୨୦୧୪ ଜୁଲାଇରେ କାର୍ଯ୍ୟ ସମାପ୍ତ ହୋଇଥିଲା।

Pritiparna

Recent Posts

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

6 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

12 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

13 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

19 mins ago

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

36 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

41 mins ago