କ୍ରୀଡା

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR) ଆଇପିଏଲ୍‌ ୨୦୨୪ର ଟାଇଟଲ୍‌ ବିଜୟୀ ହୋଇଥିଲା । ଏବେ ଗମ୍ଭୀରଙ୍କ ନାମ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍‌ ଦୌଡ଼ରେ ଆଗରେ ରହିଛି ।

ରିପୋର୍ଟ ମୁତାବକ, ବିସିସିଆଇ ସହିତ ତାଙ୍କର ଡିଲ୍‌ ଫାଇନାଲ ହୋଇସାରିିଛି । ଏବେ କେବଳ ଔପଚାରିକ ଘୋଷଣା ବାକି ରହିଛି । କହି ରଖୁଛୁ, ଟି୨୦ ବିଶ୍ୱକପ୍‌ ୨୦୨୪ର ସମାପ୍ତି ସହିତ ହିଁ ବର୍ତ୍ତମାନର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ ।

ଏହାରି ଭିତରେ ଗୌତମ ଗମ୍ଭୀର ଜୁନ୍‌ ୧୭ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଛନ୍ତି । ଗମ୍ଭୀର ‘X’ରେ ଫଟୋ ସେୟାର କରି ଲେଖିଛନ୍ତି, ‘ମାନନୀୟ ଗୃହମନ୍ତ୍ରୀ ଅମିତ୍‌ ଶାହ ଜୀଙ୍କ ସହ ସାକ୍ଷାତ କରି ନିର୍ବାଚନରେ ମିଳିଥିବା ସଫଳତା ପାଇଁ ଶୁଭେଚ୍ଛା ଜଣାଇଲି । ଗୃହମନ୍ତ୍ରୀ ଭାବରେ ତାଙ୍କର ନେତୃତ୍ୱ ଆମ ଦେଶର ସୁରକ୍ଷା ଏବଂ ସ୍ଥିରତାକୁ ଆହୁରି ମଜଭୁତ କରିବ’ ।

ସୂଚନାଥାଉ କି, ଗୌତମ ଗମ୍ଭୀର ବିଜେପି ଟିକେଟ୍‌ରେ ପୂର୍ବ ଦିଲ୍ଲୀ ଆସନରୁ ଲୋକସଭା ସାଂସଦ ରହିସାରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ଗମ୍ଭୀର ଏହି ଆସନରୁ ବିପୁଳ ବିଜୟ ହାସଲ କରିଥିଲେ । ସେତେବେଳେ ସେ ଅରବିନ୍ଦର ସିଂ ଲଭଲିଙ୍କୁ ପାଖାପାଖି ୩ ଲକ୍ଷ ୯୧ ହଜାର ଭୋଟ୍‌ରେ ହରାଇଥିଲେ । ଗମ୍ଭୀରଙ୍କୁ ଏହି ନିର୍ବାଚନରେ ୭ ଲକ୍ଷ ପାଖାପାଖି ଭୋଟ୍‌ ମିଳିଥିଲା । ଗମ୍ଭୀର କ୍ରିକେଟ୍‌ ଉପରେ ଫୋକସ୍‌ କରିବା ପାଇଁ ରାଜନୀତି ଛାଡ଼ିବାକୁ ଘୋଷଣା କରିଥିଲେ । ତେଣୁ ସେ ୨୦୨୪ ନିର୍ବାଚନ ଲଢ଼ି ନ ଥିଲେ ।

୪୨ ବର୍ଷୀୟ ଗୌତମ ଗମ୍ଭୀର ୨୦୧୮ ଡିସେମ୍ବର ୪ରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କହିଥିଲେ । ସେ ଭାରତ ପକ୍ଷରୁ ନିଜର ଶେଷ ଟେଷ୍ଟ ମ୍ୟାଚ୍‌ ୨୦୧୬ରେ ରାଜକୋଟ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ । ଗୌତମ ଗମ୍ଭୀର ୫୮ଟି ଟେଷ୍ଟ ମ୍ୟାଚ୍‌ରେ ୪୧୫୪ ରନ୍‌ ସଂଗ୍ରହ କରିଛନ୍ତି, ଯେଉଁଥିରେ ୯ଟି ଶତକ ଅନ୍ତର୍ଭୁକ୍ତ ରହିଛି ।

Roshni

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

2 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

18 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

34 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

47 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

56 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

59 mins ago