ଲାଇଫ୍ ଷ୍ଟାଇଲ୍

ନନଭେଜ୍‌ ପ୍ରେମୀ ଯଦି, ଥରେ ନିଶ୍ଚୟ ଟ୍ରାଏ କରନ୍ତୁ ଚିକେନ୍‌ ଶାହି ରୋଲ୍‌

ନନଭେଜ୍‌ ସୌକିନଙ୍କୁ ନନଭେଜର ନୂଆ ନୂଆ ଆଇଟମ୍‌ ବହୁତ ପସନ୍ଦ ହୋଇଥାଏ। ଓ୍ଵିକେଣ୍ଡରେ ଯଦି କିଛି ନୂଆ ଡିସର ସ୍ୱାଦ ଚାଖିବାକୁ ଚାହୁଁଛନ୍ତି ତାହେଲେ ଆପଣ ଆଜି ଚିକେନ ଶାହି ରୋଲ ବନାଇପାରିବେ। ଯାହା ଟେଷ୍ଟରେ ଏକଦମ୍‌ ଜବରଦସ୍ତ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ରୁମାଲ ରୁଟି – ୩ଟି
  • ପିଆଜ – କଟା ହୋଇଥିବା
  • ସିମଲା ଲଙ୍କା – ଛୋଟ କଟା ହୋଇଥିବା
  • ବୋନଲେସ୍‌ ଚିକେନ (ଚକଟା ହୋଇଥିବା) – ୨ କପ୍‌
  • ଅଦା ରସୁଣ ପେଷ୍ଟ – ୨ ଚାମଚ୍‌
  • କଟା ଟମାଟୋ – ୧/୪ କପ୍‌
  • କଞ୍ଚା ଲଙ୍କା – ୧ଟି
  • ଧନିଆପତ୍ର – ୨ ଚାମଚ୍‌
  • ଲାଲ ଲଙ୍କା ସ୍ୱାଦାନୁସାରେ
  • ଲୁଣ ସ୍ୱାଦାନୁସାରେ
  • ତେଲ – ୪ ଟେବୁଲ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

  • ମିଡିୟମ୍‌ ଆଞ୍ଚରେ ପ୍ୟାନ୍‌ ବସାଇ ୨ ଚାମଚ୍‌ ତେଲ ଗରମ କରନ୍ତୁ।
  • ଏଥିରେ ରୁମାଲୀ ରୁଟି ରଖି ଦୁଇ ପାଖକୁ ସେକି ଅଲଗା ରଖି ଦିଅନ୍ତୁ।
  • ସେହି ପ୍ୟାନରେ ବଳକା ରହିଯାଇଥିବା ତେଲକୁ ପକାଇ ଗରମ କରିବା ପାଇଁ ରଖିଦିଅନ୍ତୁ।
  • ଏବେ ପିଆଜ ଏବଂ ଅଦା ରସୁଣ ପେଷ୍ଟ ପକାଇ ଫ୍ରାଏ କରିଦିଅନ୍ତୁ।
  • ଏହାପରେ ଟମାଟୋ, କଞ୍ଚା ଲଙ୍କା ଏବଂ ସିମଲା ଲଙ୍କା ପକାଇ ଭଲଭାବେ ଭାଜନ୍ତୁ।
  • ଏଥିରେ ଲାଲ ଲଙ୍କା ପାଉଡର, ଚିକେନ ଏବଂ ଲୁଣ ପକାଇ ୪ ରୁ ୫ ମିନିଟ୍‌ ପର୍ଯ୍ୟନ୍ତ ସିଝାନ୍ତୁ।
  • ନିର୍ଦ୍ଧିଷ୍ଟ ସମୟ ପରେ ଧନିଆ ପତ୍ର ପକାନ୍ତୁ।
  • ଷ୍ଟଫିଙ୍ଗ ପାଇଁ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ରୁମାଲ ରୁଟି ମଝିରେ ବରାବର ମାତ୍ରାରେ ରଖି ରୋଲ କରିଦିଅନ୍ତୁ।
  • ଏବେ ପ୍ରସ୍ତୁୁତ ହୋଇଗଲା ଆପଣଙ୍କର ଚିକେନ୍‌ ଶାହି ରୋଲ। ଏହାକୁ ସସ୍‌ କିମ୍ବା ଚଟଣୀ ସହିତ ସର୍ଭ କରି ମଜା ଉଠାନ୍ତୁ।
Pritiparna

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

6 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

15 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

15 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

33 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

33 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

37 mins ago