କ୍ରୀଡା

ଫିଫା ବଶ୍ୱକପରେ ବ୍ୟାପିପାରେ କ୍ୟାମେଲ ଫ୍ଲ୍ୟୁ, WHO ଦେଲା ସତର୍କ ସୂଚନା

କେନ୍ୟୁଜ୍‌ ବ୍ୟୁରୋ: କରୋନା ଭାଇରସରେ ପୁରା ବିଶ୍ୱ ଭୟରେ ଥରିଲା, ଲୋକମାନେ ପୋକ ମାଛି ପରି ମରିଗଲେ । ତା ପରେ ପରେ ମଙ୍କିପକ୍ସ ବି  କାୟା ବିସ୍ତାର କଲା । ଏହି ସବୁ ମହାମାରୀ ସମୟରେ ଲୋକଙ୍କର ବଞ୍ଚିବା ମୁସ୍କିଲ ହୋଇଗଲା । ଏହି ସବୁ ଦୁର୍ଦ୍ଦିନରୁ ଲୋକେ ନିସ୍ତାର ପାଇନଥିବା ବେଳେ ପୁଣି ଆଉ ଏକ ମହାମାରୀ ମୁଣ୍ଡ ଟେକୁଛି । ତା ନାମ ହେଉଛି କ୍ୟାମେଲ-ଫ୍ଲ୍ୟୁ । ଏହି ବିଷୟରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ (WHO)ସୂଚନା ଦେଇଛି । WHOର ବିଶେଷଜ୍ଞମାନେ ସତର୍କ ସୂଚନା ଜାରି କରିଛନ୍ତି । ଏହି ରୋଗକୁ ମିଡିଲ୍‌ ଇଷ୍ଟ ରେସ୍ପାଇରେଟୋରୀ ସିଣ୍ଡ୍ରୋମ (MERS) ବୋଲି ମଧ୍ୟ କୁହାଯାଉଛି ।

ଏବେ କତାରରେ ଫିଫା ବିଶ୍ୱକପ ଚାଲିଥିବାରୁ ଏହି କ୍ୟାମେଲ-ଫ୍ଲ୍ୟୁ ବ୍ୟାପିବାର ସମ୍ଭାବନା ରହିଛି । ଲକ୍ଷ ଲକ୍ଷ ସଂଖ୍ୟାରେ ଏଠାରେ ଲୋକ ଏକାଠି ହେଉଥିବାରୁ ଏହି ଭାରରସ ବ୍ୟାପିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ନ୍ୟୁ ମାଇକ୍ରୋବସ୍‌ ଏବଂ ନ୍ୟୁଜ୍‌ ଇନ୍‌ଫେକ୍‌ସନ (New Microbes and News Infections)ନାମକ ଏକ ପତ୍ରିକାରର ଏକ ଷ୍ଟଡିରୁ ଜଣାପଡ଼ିଛି ଯେ, ଏହା ଏକ ମାରାତ୍ମକ ସଂକ୍ରାମକ ରୋଗ ଯାହା ୪ ସପ୍ତାହ ଧରି ଚାଲିଥିବା ବିଶ୍ୱକପରେ ଏହା ପ୍ରଭାବ ପକାଇବ ବୋଲି କୁହାଯାଉଛି । ଏହି ରୋଗ ଶ୍ୱାସ ସମ୍ବନ୍ଧୀୟ ଭାଇରସ । ଏହି ରୋଗ ୨୦୧୨ ମସିହାରେ ସାଉଦି ଆରବରେ ଦେଖାଯାଇଥିଲା । ଏହି ରୋଗ ପଶୁ ଏବଂ ମଣିଷମାନଙ୍କ ଭିତରେ ବ୍ୟାପେ । ଓଟମାନଙ୍କ ଭିତରେ ଏହି ରୋଗ କ୍ଷୀପ୍ରଗତିରେ ବ୍ୟାପିଥାଏ ।  କରୋନା ପରି ଅତି ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ ବୋଲି WHO କହିଛି । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ କହିଛି ଯେ ,ଏହି ଭାଇରସରେ ସଂକ୍ରମିତ ହେଉଥିବା ଲୋକଙ୍କ ଭିତରୁ ୩୫ ପ୍ରତିଶତ ଲୋକ ମରିଯାଆନ୍ତି ।

କ୍ୟାମେଲ-ଫ୍ଲୁର ରୋଗର ଲକ୍ଷଣ :

• ଏହି ରୋଗର ଲକ୍ଷଣ କରୋନାର ଲକ୍ଷଣ ସହିତ ପ୍ରାୟ ସମାନ । ଜ୍ୱର , କାଶ, ଥଣ୍ଡା ଏବଂ ନିଶ୍ୱାସ ନେବାରେ ଅସୁବିଧା । WHOର ମୁତାବକ ଡାଇରିଆ ହେଉଛି ଏହାର ପ୍ରମୁଖ ଲକ୍ଷଣ ।
• ଏହି ରୋଗ ୬୦ ବର୍ଷରୁ ଅଧିକ ବୟସର ଲୋକ, ବୃଦ୍ଧ ଲୋକ, କମ ରୋଗପ୍ରତି ରୋଧକ ଶକ୍ତି ଥିବା ଲୋକ ଏବଂ ଗମ୍ଭୀର ରୋଗରେ ପୀଡ଼ିତ ଥିବା ଲୋକଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରିବ । ଏହା ଛଡ଼ା କେନ୍‌ସର, କ୍ରୋନିକ୍‌ ଲଙ୍ଗ୍‌ ଡିଜିଜ୍‌, ହାଇପର୍‌ଟେନ୍ସନ, କାର୍ଡିଓଭାସ୍କୁଲାର ଡିଜିଜ୍‌, ଡାଇବେଟିସ୍‌ ଇତ୍ୟାଦି ରୋଗଥିବା ଲୋକଙ୍କ ପାଇଁ ଏହି ଭାଇରସ ବହୁତ ଖରାପ ।

କେମିତି ବ୍ୟାପେ:

କ୍ୟାମେଲ-ଫ୍ଲୁ ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପିଥାଏ । ଅଧ୍ୟୟନରୁ ଜଣାଯାଇଛି, ସଂକ୍ରମିତ ଓଟଠାରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ମଣିଷକୁ ବ୍ୟାପିଥାଏ । ଏହାର ଏପର୍ଯ୍ୟନ୍ତ କୌଣସି ଟିକା କିମ୍ବା ଔଷଧ ବାହାରି ନାହିଁ ।

ଓଟ ମାଂସରୁ ସଂକ୍ରମଣ ହେବାର ଭୟ ଅଛି :

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଓଟର ମାଂସ ଏବଂ କ୍ଷୀର ସେବନ କାରିବା ସୁରକ୍ଷିତ ନୁହେଁ । ଏହି ଭାଇରସ ଓଟରୁ ହେଉଥିବାରୁ ସଂକ୍ରମିତ ହେବାର ବିପଦ ଅଛି । ଓଟର ମାଂସ ପୁଷ୍ଟିକର ହୋଇଥିବାରୁ ଏହାକୁ ଖାଇବା ପୂର୍ବରୁ ଭଲ ଭାବରେ ପ୍ରସ୍ତୁତି ହେବା ନିହାତି ଦରକାର । ବିଶେଷଜ୍ଞମାନେ ଫିଫା ବିଶ୍ୱକପ ପାଇଁ ଯାଉଥିବା ଯାତ୍ରୀମାନଙ୍କୁ ଓଟ ଠାରୁ ଦୂରେଇ ରହିବା ପାଇଁ ଉପଦେଶ ଦେଇଛନ୍ତି । ତା ସହିତ ସେଠାରେ ଖାଇବା ପିଇବା ସହିତ, ଭେକ୍ସିନେସନ୍‌ ଏବଂ ସବୁ ପ୍ରୋଟୋକଲ ମାନିବା ପାଇଁ କହିଛନ୍ତି ।

KNews Bureau

Recent Posts

୩୩ କେଭି ଲାଇନ ତାର ଲାଗି ୨ ଶ୍ରିମିକ ଗୁରୁତର

କାମାକ୍ଷାନଗର: ଘର କାମ କରୁଥିବା ବେଳେ ଅଘଟଣ । ଲୁହା ରଡ ଭିଡୁଥିବା ସମୟରେ ୩୩ କେଭି ଲାଇନ ତାର…

20 mins ago

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ୩୦୦୦ ପଦବୀ ଖାଲି, ୧୭ ଜୁନ୍‌ ପର୍ଯ୍ୟନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଅପାରଣ୍ଟିସ ପଦବୀରେ ୩୦୦୦…

26 mins ago

ଜମ୍ମୁ କଶ୍ମୀର : ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ, ୧୦ ମୃତ, ୩୩ ଗୁରୁତର

ଜମ୍ମୁ କଶ୍ମୀରର ରିଆସି ଜିଲ୍ଲାରେ ତୀର୍ଥ ଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏଥିରେ ୧୦ ଜଣଙ୍କ…

39 mins ago

Vi ଦେଉଛି ବଢ଼ିଆ ଡିଲ୍‌, ପୂରା ବର୍ଷ ପାଇଁ ମିଳିବ ରିଚାର୍ଜ ଅଫର

ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତୃତୀୟ ବଡ଼ ଟେଲିକମ୍ କମ୍ପାନୀ । Viର କମ୍ ଗ୍ରାହକ ଥିଲେ ମଧ୍ୟ ଏହା…

52 mins ago

ହସ୍ପିଟାଲ ବେଡ୍‌ରୁ ଚୋରି ଶିଶୁ ଉଦ୍ଧାର, ସିସିଟିଭି ପାଇଁ ଧରାପଡିଲା ଚୋର

ବାଲେଶ୍ୱର(କେନ୍ୟୁଜ): ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ୱର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି ।…

55 mins ago

ଓଲଟିଲା ଅମୃତଭଣ୍ଡା ଵୋଝେଇ ଟ୍ରକ, ଜଣେ ମୃତ

ସୋରୋ: ବାଲେଶ୍ଵର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସିମୁଳିଆ ଠାରେ ଅମୃତଭଣ୍ଡାଵୋଝେଇ ଟ୍ରକ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି…

1 hour ago