ଲାଇଫ୍ ଷ୍ଟାଇଲ୍

ଦୀପାବଳି ପାର୍ଟି ପାଇଁ ଘରେ ବନାଇପାରିବେ ଆଳୁ ପନିର କୋପ୍ତା, ବନାଇବା ବହୁତ ସହଜ

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି ପାଳନ କରାଯିବ। ଆଉ ଏହିଦିନ କିଛି ନୂଆ ନୂଆ ଦିନ ଜିନିଷ କରି ଖାଇବାକୁ ଇଚ୍ଛା ହୋଇଥାଏ। ଦୀପାବଳି ଦିନ ଘରକୁ ଅତିଥି ଆସିଲେ ଆପଣ କ’ଣ ନୂଆ କରି ଖାଇବାକୁ ଦେବେ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଯାଆନ୍ତି। ଯଦି ଏପରି ସ୍ଥଳେ କିଛି ବୁଦ୍ଧି ନ ଆସେ, ତେବେ ଘରେ ଆଳୁ ପନିର କୋପ୍ତା କରି ଅତିଥିଙ୍କୁ ଖାଇବାକୁ ଦେଇପାରିବେ। ଏହା ପ୍ରସ୍ତୁତ କରିବାକୁ ଅଧିକ ସମୟ ଲାଗିନଥାଏ ଆଉ ଖାଇବାକୁ ମଧ୍ୟ ବେଶ ଟେଷ୍ଟ ହୋଇଥାଏ। ତେବେ କେମିତି ବନାଇବେ ଏହି ରେସିପି ଆସନ୍ତା ଜାଣିବା…

ଆବଶ୍ୟକୀୟ ସାମଗ୍ରୀ : ପନିର, ସିଝା ଆଳୁ, ଗୋଲମରିଚ ଗୁଣ୍ଡ, ଧନିଆ କଟା ହୋଇଥିବା, କୁଟୁ ଅଟା କିମ୍ବା ବେସନ, ବାଦାମ, ଲଙ୍କା ପାଉଡର, କଞ୍ଚାଲଙ୍କା, ଖୋୟା, କାଜୁ, କିସମିସ, ଘିଅ ।

ପ୍ରସ୍ତୁତି ପ୍ରଣାଳୀ : ଆଳୁ ପନିର କୋପ୍ତା କରିବା ପାଇଁ ପ୍ରଥମେ ପନିରକୁ କଦୁକସ୍‌ କରି ସେଥିରେ ସିଝା ଆଳୁ ମିଶାଇ ଚକଟି ଦିଅନ୍ତୁ। ତା’ ପରେ ସେଥିରେ ଗୋଲମରିଚ ପାଉଡର, ଲଙ୍କା ପାଉଡର, କଞ୍ଚାଲଙ୍କା, କୁଟୁ ଅଟା ଏବଂ ଖୋୟା ମିଶାଇ ଦିଅନ୍ତୁ। ଏବେ ଏହିସବୁ ଜିନିଷକୁ ଭଲଭାବେ ମିଶାଇବା ପରେ କଟା ଧନିଆକୁ ପକାଇ କୋପ୍ତା ବନାଇ ଦିଅନ୍ତୁ। ଏହାକୁ କୋପ୍ତା ବନାଇବା ବେଳେ ଏହା ମଝିରେ ଖୋୟାକୁ ଦେଇପାରିବେ। ନହେଲେ ଖୋୟାକୁ ଆପଣ ନ ଦେଲେ ବି ଚଳିବ। ଏବେ ଏକ କଢେଇରେ ଘିଅ ଗରମ କରି ସେଥିରେ କୋପ୍ତାକୁ ପକାଇ ଦିଅନ୍ତୁ। ସୁନେଲୀ ରଙ୍ଗର ହେବା ଯାଏଁ ଏହାକୁ ଭାଜନ୍ତୁ। ଏହା ଏବେ କାଢିଦିଅନ୍ତୁ। ଆପଣ ଚାହିଁଲେ ଖାଲି ସେମିତି ନହେଲେ ଗ୍ରେଭିରେ ପକାଇ ରୁଟି କିମ୍ବା ପରଟା ସହିତ ଖାଇପାରିବେ।

Swagatika

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

12 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

31 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

39 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

56 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago