ଲାଇଫ୍ ଷ୍ଟାଇଲ୍

Mouth Cancer ସାଧାରଣ ନୁହେଁ, ନେଇଯିବ ଜୀବନ: ଠିକ ସମୟରେ ଜାଣନ୍ତୁ ଲକ୍ଷଣ

ମଣିଷର ପାଟି ପୂରା ଶରୀରକୁ ପୋଷଣ ପହଁଚାଇବା ଦ୍ୱାର ଭଳି କାମ କରିଥାଏ । ଖାଦ୍ୟକୁ ଚୋବାଇବା କାଟିବା ଠାରୁ ନେଇ ଖାଦ୍ୟକୁ ହଜମ ପର୍ଯ୍ୟନ୍ତ ଏ ସମସ୍ତ ଦାୟିତ୍ୱ ପାଟିର ଥାଏ । ଓଠ, ମୁହଁ ଗହୁର, ମାଢ଼ି, ଦାନ୍ତ, ତାଳୁ, ଜିଭ ଏବଂ ଲାଳ ଗ୍ରନ୍ଥି ପାଟିର ଅଂଶରେ ସାମିଲ ରହିଛି । ତେବେ ଯେତେବେଳେ ବି ଆମେ କାହାର ଅଈଁଠା ଖାଇଦିଅନ୍ତି କିମ୍ବା କୌଣସି ଖରାପ ଖାଦ୍ୟ ଖାଇଦିଅନ୍ତି ତେବେ ଏହାର ପ୍ରଭାବ ପ୍ରଥମେ ପାଟି ଉପରେ ପଡିଥାଏ । ଏହିପରି ଭାବେ ପାଟିରେ ଇନଫେକସନ୍‌ ହେବା ଦ୍ୱାରା ମଧ୍ୟ ଛାଲି ପଡିଯାଏ । ଏମିତି ତ ପାଟିରେ ଛାଲି ପଡିବାର ଅନେକ କାରଣ ହୋଇପାରେ ଯେମିତିକି ପେଟ ସଫା ନହେବା, କବ୍ଜ ହେବା ଆଦି । ଏହି ଖାଦ୍ୟ ସମ୍ବେଦନଶୀଳତା, ପୋଷକ ତତ୍ତ୍ୱରେ ଅଭାବ କିମ୍ବା ଆପଣଙ୍କ ପାଟିରେ କିଛି ଜୀବାଣୁ ପାଇଁ ଆଲର୍ଜିର ପ୍ରତିକ୍ରିୟା ଏହାର ପରିଣାମ ହୋଇପାରେ । ଯଦିଓ କିଛିୁ ଲୋକଙ୍କୁ ଏପରି ଲକ୍ଷଣ ଲଗାତର ହୋଇଥାଏ, କିନ୍ତୁ ଏହାକୁ ସାମାନ୍ୟ ଭାବି ଅନେକ ଲୋକ ଏହାକୁ ଅଣଦେଖା କରିଦିଅନ୍ତି । ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହା ପାଟିର କର୍କଟ ରୋଗ ଆଡକୁ ଇସାରା ବି କରିପାରେ । ମୁଖ କର୍କଟ ଅଧିକ ଭୟଙ୍କର ଏବଂ ଜୀବନନାଶକ ହେବାର ବି ସଂକେତ ଦେଇଥାଏ ।

ଗତ କିଛିବର୍ଷ ଧରି ମାଉଥ୍ କ୍ୟାନସର ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଏହାର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଜରୁରୀ । ଓରାଲ ହେଲଥ ଫାଉଣ୍ଡେସନ (ଓଏଚଏଫ)ର ଡାଟା ମୁତାବକ, ଗତ ଦଶବର୍ଷ ମଧ୍ୟରେ ଏହି ବୀମାରୀ ୩୪ ପ୍ରତିଶତ ବୃଦ୍ଧି ପାଇଛି । ଅଧିକାଂଶ ଲୋକ ମାଉଥ୍ କ୍ୟାନସରକୁ ସାଧାରଣ ଭାବେ ନେଇଥାନ୍ତି । ମାତ୍ର ଭବିଷ୍ୟତରେ ଏହା ଭୟଙ୍କର ହୋଇପାରେ । ଏପରିକି ଜଣଙ୍କର ଜୀବନହାନୀର କାରଣ ମଧ୍ୟ ସାଜିପାରେ ।

ଓଏଚଏଫର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ ମତରେ, ଏହି ବିମାରୀ ଭୟଙ୍କର ଭାବେ ବଢ଼ିବାରେ ଲାଗିଛି । ଏହି କ୍ୟାନସର ଯେ କୌଣସି ଲୋକଙ୍କୁ ପ୍ରଭାବିତ କରିବା ସହିତ ଜଣଙ୍କର ଜୀବନକୁ ଖରାପ କରିଦେଇପାରେ । ଏହି ରୋଗ କାରଣରୁ ବ୍ୟକ୍ତିର କହିବାର ତରିକା ବଦଳି ଯାଇଥାଏ । ଖାଇବା, ପିଇବା କ୍ଷେତ୍ରରେ ଅଧିକ ସମସ୍ୟା ଉପୁଜିଥାଏ । ଏଥିସହିତ ଆପଣଙ୍କର ଶାରୀରିକ ରୂପ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାଏ ।

ରିସର୍ଚ୍ଚର ଜଣାପଡ଼ିଛି, ପ୍ରତି ୩ ଜଣଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ କ୍ୟାନସର ଜିଭରୁ ମିଳିଛି । ସେହିପରି ଚାରି ଜଣ ମଧ୍ୟରୁ ଜଣଙ୍କଠାରେ କ୍ୟାନସର ଟନସିଲରେ ଦେଖିବାକୁ ମିଳିଥିଲା । ଏହି ବିମାରୀ ଉପରେ ନଜର ରଖିବାକୁ ହେଲେ ଆପଣଙ୍କୁ ଓଠ, ଗଳାର ଭିତର ଆଦି ଅଂଶ ଲଗାତର ଭାବେ ଚେକ୍ କରିବା ଜରୁରୀ । ଗତ କିଛିବର୍ଷ ଧରି ଏହି ବୀମାରୀର ଆରୋଗ୍ୟ ହାରରେ ମୁସ୍କିଲ ଭାବେ ସୁଧାର ଦେଖିବାକୁ ମିଳିଥିଲା । ମୁହଁରେ ଧରା ବା ଲାଲ ରଙ୍ଗର ଦାଗ ଦେଖାଯିବା, ମୁହଁ ଭିତରେ ଜମାଟ ବାନ୍ଧିବା, କହିବାର ତରିକା ବଦଳଯିବା, ମୁହଁରେ ଛାଲି ହେବା, ୨୧ ଦିନ ମଧ୍ୟରେ ତାହା ଭଲ ନହେବା ଆଦି ସବୁ ମୁଖ କର୍କଟର ଗୋଟିଏ ଗୋଟିଏ ଲକ୍ଷଣ ଅଟେ । ତେଣୁ ଏହିସବୁ ଲକ୍ଷଣକୁ ଅଣଦେଖା କରିବା ଆଦୌ ବି ଉଚିତ ନୁହେଁ ।

Pritiparna

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

51 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

1 hour ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

1 hour ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago