ଲାଇଫ୍ ଷ୍ଟାଇଲ୍

ତଳେ ବସି କରି ଖାଆନ୍ତୁ ରହିବେ ସୁସ୍ଥ, ମିଳିବ ଏହି ସବୁ ଫାଇଦା

ଆଧୁନିକ ଚଳିଣୀରେ ଆଜିକାଲି ଅଧିକାଂଶ ଲୋକେ ଡାଇନିଂ ଟେବଲ୍‌ରେ ଖାଇବାକୁ ପସନ୍ଦ କରୁଛନ୍ତି । ଆଜିକାଲି ପିଲା ତ ବେଡ୍‌ ଉପରେ ବସି ଖାଇବାକୁ ଲାଗିଲେଣି । ସମୟ ଥିଲା ପରିବାରରେ ସଭିଏଁ ଏକାଠି ତଳେ ବସି କରି ଖାଉଥିଲେ । ତଳେ ବସି ଖାଇବାର ମଜା କିଛି ଥିଲା ଅଲଗା । ଏହି ଖାଇବାରେ କେବଳ ଆନନ୍ଦ ନଥିଲା ଏହା ସହିତ ଜଡ଼ିତ ଥିଲା କିଛି ବୈଜ୍ଞାନିକ ତତ୍ତ୍ୱ । ତଳେ ବସି ଖାଇବା ଦ୍ୱାରା ଶରୀରକୁ ମିଳୁଥିଲା ଅନେକ ଫାଇଦା । ତେବେ ଆସନ୍ତୁ ଜାଣିବା ତଳେ ବସି କରି ଖାଇବାର କିଛି ଫାଇଦା ସମ୍ପର୍କରେ ।

୧.ଶରୀରର ଗଠନ ଠିକ୍‌ ରହିଥାଏ ।

ତଳେ ବସି କରି ଖାଇବା ଦ୍ୱାରା ଆମ ଶରୀର ଗଠନ ଠିକ୍‌ ରିହଥାଏ । ଯେତେବେଳେ ଆମେ ତଳେ ବସି କରି ଖାଇଥାଉ ଆମର ଶରୀର ସମ୍ପୂର୍ଣ୍ଣ ସିଧା ରହିଥାଏ । ଯେତେବେଳେ ଆପଣ ଏକଦମ୍‌ ସିଧା ହୋଇ ବସିଥାନ୍ତି ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍‌ ହୋଇଥାଏ ।

୨. ହାର୍ଟ ରହିଥାଏ ସୁସ୍ଥ

ତଳେ ବସି କରି ଖାଇବା ଦ୍ୱାରା ହାର୍ଟ ରହିଥାଏ ସୁସ୍ଥ । ଆପଣଙ୍କୁ ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଯେ ହାର୍ଟ ସୁସ୍ଥ ରହିଥାଏ । ଏହାଦ୍ୱାରା ରକ୍ତ ସଂଚାର ମଧ୍ୟ ବଢ଼ିଥାଏ । ମାଂସପେଶୀର ଅସୁବିଧା ହୋଇନଥାଏ ।

photo credit: Amarujala

୩. ମାନସିକ ସମସ୍ୟାରୁ ମିଳିଥାଏ ମୁକ୍ତି

ଆମେ ତଳେ ବସିବା ଦ୍ୱାରା ଯେଉଁ ପୋସ୍‌ଚରରେ ବସୁ ଏହାଦ୍ୱାରା ମାନସିକ ଚାପ ଦୂର ହୋଇଥାଏ । ତଳେ ବସି ଖାଇବା ଦ୍ୱାରା ଏହା ସୁଖାସନ ଯୋଗ ବନି ଯାଇଥାଏ । ଯାହାଦ୍ୱାରା ବହୁତ ଫାଇଦା ମିଳିଥାଏ । ତଳେ ବସି ଖାଇବା ଦ୍ୱାରା ଆପଣ ଅଜଣାରେ ଯୋଗ କରିଦେଇଥାନ୍ତି ।

୪. ହଜମ ଶକ୍ତି ଓ ମାଂସପେଶୀ ହୋଇଥାଏ ମଜବୁତ୍‌

ଯଦି ଆପଣଙ୍କ ହଜମ ଠିକ୍‌ ଭାବରେ ହେଉ ନଥାଏ । କିମ୍ବା ପେଟରେ କିଛି ଗଡବଡି ଥାଏ ତେବେ ଆପଣ ତଳେ ବସି ଖାଇବା ଠାରୁ ଆଉ ଭଲ ଉପାୟ କିଛି ନାହିଁ । ତଳେ ବସି କରି ଖାଇବା ଦ୍ୱାରା ଆପଣ ପ୍ଲେଟ ଆଡକୁ ନଇଁ ଥାନ୍ତି ପୁଣି ପଛକୁ ଉଠିଥାନ୍ତି । ଏହାଦ୍ୱାରା ଆପଣଙ୍କ ପାଚନ ଶକ୍ତି ବହୁତ ଭଲ ହୋଇଥାଏ । ଶରୀରକୁ ମଧ୍ୟ ନାଚୁରାଲ୍‌ ଶକ୍ତି ମିଳିଥାଏ । ଏହାଦ୍ୱାରା ମାଂସପେଶୀ ମଜବୁତ୍‌ ହୋଇଥାଏ ।

photo credit: punjabkesari.in

୫. ବ୍ଲଡ୍‌ ସଂଚାର ଭଲ ହେବା ସହ ଓଜନ କଣ୍ଟ୍ରୋଲରେ ରହିଥାଏ

ତଳେ ବସି କରି ଖାଇବା ଦ୍ୱାରା ଶିରା ପ୍ରଶିରା ଚାପ ପଡ଼ିଥାଏ । ଏହାଦ୍ୱାରା ରକ୍ତ ସଂଚାର ଭଲ ହୋଇଥାଏ । ଏଥିସହିତ ଓଜନ ମଧ୍ୟ କଣ୍ଟ୍ରୋଲରେ ରହିଥାଏ । କାରଣ ହଜମ ପ୍ରକ୍ରିୟା ସହ ଓଜନର ମଧ୍ୟ ସମ୍ପର୍କ ରହିଥାଏ । ତଳେ ଖାଇବା ଦ୍ୱାରା ଏକ ପ୍ରକାର ବ୍ୟାୟାମ ହୋଇଯାଇଥାଏ । ଯାହାକି ଓଜନକୁ କଣ୍ଟ୍ରୋଲରେ ରଖିଥାଏ ।

Niharanjan

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

5 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

27 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

34 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

48 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

1 hour ago