ଗଣେଶ ଚତୁର୍ଥୀରେ ଜାଣନ୍ତୁ କାହିଁକି ବକ୍ରତୁଣ୍ଡ ଅବତାର ନେଇଥିଲେ ବିଘ୍ନବିନାଶକ

ଆମେ ଯେବେବି କିଛି ଶୁଭ କାର୍ଯ୍ୟ ଆରମ୍ଭ କରୁଛେ ସର୍ବ ପ୍ରଥମେ ଭଗବାନ ଶ୍ରୀ ଗଣେଶଙ୍କ  ଆବାହନ କରୁଛେ।  ଭଗବାନ ଗଣେଷ ଶୁଭ ଫଳ ଦାତା ଅଟନ୍ତି । ଯାହାଙ୍କର ମୋଦକ ଓ ଲଡୁ ଭଳି ବାଣୀ ମଧ୍ୟ ମିଠା ଥାଏ । ଆଉ ତାଙ୍କ ମୁଖ ମଣ୍ଡଳର ସେଇ ସ୍ମିତ ହସ୍ୟ ଭକ୍ତଙ୍କୁ ପ୍ରସନ୍ନତାରେ ଭରିଦିଏ । କିନ୍ତୁ ଥରେ ଭଗବାନ ଗଣେଷ ଏଭଳି ରାଗିଥିଲେ କି ତାର ସୀମା ନାହିଁ । କାହିଁକି ରାଗିଲେ ଗଣେଶ । ତିନି ଲୋକରେ ଏକ ଭୟଙ୍କର ଘଟଣା ଘଟିଲା ଯାହା ଗଣେଷ ଙ୍କୁ କ୍ରୋଧିତ କରିଥିଲା।  ସେତେବେଳେ ତାଙ୍କୁ ମହାକାୟ ବକ୍ରତୁଣ୍ଡ ଅବତାର ନେବାକୁ ପଡିଥିଲା ।

ଯେତେବେଳେ ଇନ୍ଦ୍ର  ଦେବତାଙ୍କ ଏକ ଭୁଲ ପାଇଁ ମତ୍ସର ସୁର ନାମକ ଏକ ଅସୁର ଜନ୍ମ ନେଲା । ଏହାପରେ ଏହି ଅସୁର ଦୈତ୍ୟ ଗୁରୁ ଶୁକ୍ରାଚାରଙ୍କ ଠାରୁ ଭଗବାନ ଶିବଙ୍କ ପଞ୍ଚାକ୍ଷରି ମନ୍ତ୍.ର ଦୀକ୍ଷା ପ୍ରାପ୍ତି କଲା ଏବଂ ଗୋଟିଏ ଗୋଡ଼ରେ ଠିଆ ହୋଇ ଅନେକ ବର୍ଷ ପର୍ଯ୍ୟନ୍ତ ଭଗବାନ ଶିବଙ୍କ ତପସ୍ୟା କଲେ । ମତ୍ସରସୁରର ତପସ୍ୟା ଦେଖି ଭଗବାନ ଶିବ ପ୍ରସନ୍ନ ହେଲେ  ଓ ବର ମାଗିବାକୁ କହିଲେ । ଏହି ଅସୁର ଏହି ଦିନର ଅପେକ୍ଷାରେ ଥିଲା । ସେ ବର ମାଗିଲେ ତାଙ୍କୁ କୌଣସି ଦେବତା, ରାକ୍ଷସ କି ମନୁଷ୍ୟ ସଂଘାର କରି ପାରିବେ ନାହିଁ । ସେ ଅଭୟ ରହିବାର ବର ମାଗିଲେ । ମତ୍ସରାସୁରର ସବୁ ଇଚ୍ଛା ପୂର୍ଣ୍ଣ ପାଇଁ ଅଭୟ ବର ପ୍ରଦାନ କଲେ ଶିବ ।

ବରଦାନ ମିଳିବା ମାତ୍ରେ ବତ୍ସରାସୁର ଗୁରୁ ଶୁକ୍ରାଚାର୍ୟଙ୍କ ପାଖକୁ ଆସିଲା ଓ ତାଙ୍କୁ ନିଜ ବରଦାନ ବିଷୟରେ କହିଲେ । ଏହା ଶୁଣି ଗୁରୁ ଶୁକ୍ରଚାର୍ୟ ଖୁବ ପ୍ରସନ୍ନ ହେଲେ ଓ ତାଙ୍କୁ ଦୈତ୍ୟ ରାଜା କରିଦେଲେ । ତା ପରେ ଦୈତ୍ୟ ରାଜା ମତ୍ସରା ସୁର ପୃଥିବୀରେ ଆକ୍ରମଣ କରିବା ଆରମ୍ଭ କରିଦେଲା । କୌଣସି ରାଜା ମତ୍ସରସୁର ଆଗରେ ଜିତି ପାରିଲେ ନାହିଁ । ସାରା ପୃଥିବୀ ଦୈତ୍ୟର ଅଧୀନକୁ ଆସିଗଲା । ଏହା ପରେ ସେ ପାତାଳ ଓ ସ୍ୱର୍ଗ ଲୋକରେ ମଧ୍ୟ ଆକ୍ରମଣ କରିଲା । ସମସ୍ତ ଦେବତା ପରାସ୍ତ ହେଲେ ।

ଏହାସହ ପଢ଼ନ୍ତୁ : ଗଣେଶ ଚତୁର୍ଥୀ ଦିନ କରନ୍ତୁ ନାହିଁ ଏହି ଗୋଟିଏ ଭୁଲ, ଆପଣଙ୍କ ଉପରେ ଲାଗିପାରେ କଳଙ୍କ

ତାପରେ ସେ ତିନି ଲୋକର ରାଜା ହୋଇଗଲା ।  ଏହାପରେ ସବୁ ଦେବତା ବ୍ରହ୍ମା ବିଷ୍ଣୁ ଙ୍କୁ ସାଙ୍ଗରେ  ନେଇ ଶିବଙ୍କ ନିକଟରେ ପହଞ୍ଚି ଗଲେ । ହେଲେ ଭଗବାନ ଶିବ ବି କିଛି କରିପାରିଲେ ନାହିଁ କାରଣ ସେ ନିଜେହିଁ ମତ୍ସର ସୁରକୁ ଅଭୟ ବର ପ୍ରଦାନ କରିଥିଲେ ।  ଏହା ପରେ ସମସ୍ତେ ଚିନ୍ତିତ ହୋଇଗଲେ ଏହି ଅସୁରର ଆତଙ୍କକୁ ସମାପ୍ତ କେମିତି କରାଯିବ।  ସେହି ସମୟରେ ଆଉ ଏକ ଘଟଣା ଘଟିଲା । ଯାହା ସମସ୍ତ ଦେବତାଙ୍କୁ ଚକିତ କରିଦେଲା ।

ମତ୍ସରାସୁର ନିଜ ଶକ୍ତି ବଳରେ କୈଳାସ ପର୍ବତ ଉପରେ ହିଁ ଆକ୍ରମଣ କରିଦେଲା । ଯେତେବେଳେ ଶିବ ଚାହିଁଲେ ତାଙ୍କ ଅହଙ୍କାରୀ ଭକ୍ତକୁ ବୁଝାଇବାକୁ ସେ ଭିତରେ ସେ ଶିବଙ୍କୁ ପ୍ରହାର କରିବାକୁ ଲାଗିଲା । ଏହାପରେ ଶିବ ମଧ୍ୟ ମତ୍ସରାସୁର ଉପରେ ପ୍ରହାର କରିବା ଆରମ୍ଭ କରିଦେଲେ । ହେଲେ ଶିବଙ୍କ ଶକ୍ତି ନିଷ୍ଫଳ ହୋଇଯାଉଥିଲା । କାରଣ ଶିବ ହିଁ ଦେଇଛନ୍ତି ଅଭୟବର । ଶେଷରେ ଶିବ ନିଜେ ମଧ୍ୟ ଜାଣିପାରିଲେ ନାହିଁ କଣ କରିବେ।

ନିଶ୍ଚିତ ପଢ଼ନ୍ତୁ : ଗଣେଶ ଚତୁର୍ଥୀରେ ଏମିତି ସଜାନ୍ତୁ ପୂଜାଥାଳି, ନିଶ୍ଚୟ ପ୍ରସନ୍ନ ହେବେ ଗଜାନନ

ସେହି ସମୟରେ ଭଗବାନ ଦତତ୍ରେୟ ସେଠାରେ ପହଁଚି ଗଲେ । ଓ ଦେବତାଙ୍କୁ ବକ୍ରତୁଣ୍ଡ ଏକାକ୍ଷରି ମନ୍ତ୍ର ଉଚ୍ଚାରଣ କରିବାକୁ ଉପଦେଶ ଦେଲେ । ଏହାପରେ ସମସ୍ତ ଦେବତା ମନ୍ତ୍ର ଜପିବା ଆରମ୍ଭ କରିଦେଲେ । ସମସ୍ତ ଦେବତାଙ୍କ ଆରାଧନ.ରେ ସନ୍ତୁଷ୍ଟ ହୋଇ ଭଗବାନ ଶ୍ରୀ ଗଣେଷ ବକ୍ରତୁଣ୍ଡ ଅବତାରରେ ପ୍ରକଟ ହେଲେ।

ମତ୍ସରସୁରର ଅହଂକାର ଭାଙ୍ଗିବା ପାଇଁ ଓ ତାର ବିନାଶର ଦାଇତ୍ୱ ନେଲେ ବକ୍ରତୁଣ୍ଡ । ଏହାପରେ ବକ୍ରତୁଣ୍ଡ  ମତ୍ସରସୁର ନଗର ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଏହି ଆକ୍ରମ.ରେ ଅସୁରର ଦୁଇ ପୁଅ ସୁନ୍ଦର ପ୍ରିୟ ଓ ବିଷ ପ୍ରିୟର ବଦ୍ଧ କରିଦେଲେ । ଯେତେବେଳେ ଏହି ସମାଚାର ମତ୍ସରସୁର ଶୁଣିଲା, ରାଗରେ ପୁତ୍ର ମୃତ୍ୟୁର ପ୍ରତିଶୋଧ ନେବାପାଇଁ ସ୍ୱୟଂ ଯୁଦ୍ଧଭୂମୀକୁ ଆସିଗଲା । ବକ୍ରତୁଣ୍ଡଙ୍କୁ ଦେଖି ତାର ସବୁ ଶକ୍ତି ସାମାନ୍ୟ ହୋଇଗଲା। ଓ ତାର ଅହଂକାର ସେଇଠାରେ ଚୁର ମାର ହୋଇଗଲା ।

ଏହାମଧ୍ୟ ପଢ଼ନ୍ତୁ : ବ୍ରହ୍ମଚାରୀ ରହିବାକୁ ଚାହୁଁଥିଲେ ଭଗବାନ ଗଣେଶ, କିନ୍ତୁ କାହିଁକି ପରେ ବିବାହ କରିଥିଲେ ଦୁଇ ଜଣଙ୍କୁ

ସେ ସଂଗେ ସଂଗେ ବକ୍ରତୁଣ୍ଡଙ୍କ ସରଣରେ ଆସିଗଲା ଓ ତାଙ୍କ ସ୍ତୁତି ଗାଇବାକୁ ଲାଗିଲା  ଓ ତାଙ୍କୁ କ୍ଷମା ପ୍ରାର୍ଥନା କଲା। ବକ୍ରତୁଣ୍ଡ ତାକୁ କୁହନ୍ତି ସେ ସେତେବେଳେ କ୍ଷମା ଦେବେ ଯେବେ ସେ ତିନି ଲୋକ ସ୍ୱର୍ଗ, ପାତାଳ, ମର୍ତ୍ତ୍ୟ ଲୋକକୁ  ଛାଡ଼ିଦେଵ । ମତ୍ସରସୁର ବକ୍ରତୁଣ୍ଡଙ୍କ କଥା ମାନି ତିନି ଲୋକକୁ ତାଙ୍କ ଉତ୍ତରାଧିକାରୀଙ୍କୁ ଦେଇଦେଲା । ବକ୍ରତୁଣ୍ଡଙ୍କ ଆଶୀର୍ବାଦ ରେ ପାତାଳରେ ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚିରହିଲା।

 

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

30 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

45 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

59 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago