ଗଣେଶ ଚତୁର୍ଥୀରେ ଜାଣନ୍ତୁ କାହିଁକି ବକ୍ରତୁଣ୍ଡ ଅବତାର ନେଇଥିଲେ ବିଘ୍ନବିନାଶକ

ଆମେ ଯେବେବି କିଛି ଶୁଭ କାର୍ଯ୍ୟ ଆରମ୍ଭ କରୁଛେ ସର୍ବ ପ୍ରଥମେ ଭଗବାନ ଶ୍ରୀ ଗଣେଶଙ୍କ  ଆବାହନ କରୁଛେ।  ଭଗବାନ ଗଣେଷ ଶୁଭ ଫଳ ଦାତା ଅଟନ୍ତି । ଯାହାଙ୍କର ମୋଦକ ଓ ଲଡୁ ଭଳି ବାଣୀ ମଧ୍ୟ ମିଠା ଥାଏ । ଆଉ ତାଙ୍କ ମୁଖ ମଣ୍ଡଳର ସେଇ ସ୍ମିତ ହସ୍ୟ ଭକ୍ତଙ୍କୁ ପ୍ରସନ୍ନତାରେ ଭରିଦିଏ । କିନ୍ତୁ ଥରେ ଭଗବାନ ଗଣେଷ ଏଭଳି ରାଗିଥିଲେ କି ତାର ସୀମା ନାହିଁ । କାହିଁକି ରାଗିଲେ ଗଣେଶ । ତିନି ଲୋକରେ ଏକ ଭୟଙ୍କର ଘଟଣା ଘଟିଲା ଯାହା ଗଣେଷ ଙ୍କୁ କ୍ରୋଧିତ କରିଥିଲା।  ସେତେବେଳେ ତାଙ୍କୁ ମହାକାୟ ବକ୍ରତୁଣ୍ଡ ଅବତାର ନେବାକୁ ପଡିଥିଲା ।

ganesaଯେତେବେଳେ ଇନ୍ଦ୍ର  ଦେବତାଙ୍କ ଏକ ଭୁଲ ପାଇଁ ମତ୍ସର ସୁର ନାମକ ଏକ ଅସୁର ଜନ୍ମ ନେଲା । ଏହାପରେ ଏହି ଅସୁର ଦୈତ୍ୟ ଗୁରୁ ଶୁକ୍ରାଚାରଙ୍କ ଠାରୁ ଭଗବାନ ଶିବଙ୍କ ପଞ୍ଚାକ୍ଷରି ମନ୍ତ୍.ର ଦୀକ୍ଷା ପ୍ରାପ୍ତି କଲା ଏବଂ ଗୋଟିଏ ଗୋଡ଼ରେ ଠିଆ ହୋଇ ଅନେକ ବର୍ଷ ପର୍ଯ୍ୟନ୍ତ ଭଗବାନ ଶିବଙ୍କ ତପସ୍ୟା କଲେ । ମତ୍ସରସୁରର ତପସ୍ୟା ଦେଖି ଭଗବାନ ଶିବ ପ୍ରସନ୍ନ ହେଲେ  ଓ ବର ମାଗିବାକୁ କହିଲେ । ଏହି ଅସୁର ଏହି ଦିନର ଅପେକ୍ଷାରେ ଥିଲା । ସେ ବର ମାଗିଲେ ତାଙ୍କୁ କୌଣସି ଦେବତା, ରାକ୍ଷସ କି ମନୁଷ୍ୟ ସଂଘାର କରି ପାରିବେ ନାହିଁ । ସେ ଅଭୟ ରହିବାର ବର ମାଗିଲେ । ମତ୍ସରାସୁରର ସବୁ ଇଚ୍ଛା ପୂର୍ଣ୍ଣ ପାଇଁ ଅଭୟ ବର ପ୍ରଦାନ କଲେ ଶିବ ।

ganesh chaturthiବରଦାନ ମିଳିବା ମାତ୍ରେ ବତ୍ସରାସୁର ଗୁରୁ ଶୁକ୍ରାଚାର୍ୟଙ୍କ ପାଖକୁ ଆସିଲା ଓ ତାଙ୍କୁ ନିଜ ବରଦାନ ବିଷୟରେ କହିଲେ । ଏହା ଶୁଣି ଗୁରୁ ଶୁକ୍ରଚାର୍ୟ ଖୁବ ପ୍ରସନ୍ନ ହେଲେ ଓ ତାଙ୍କୁ ଦୈତ୍ୟ ରାଜା କରିଦେଲେ । ତା ପରେ ଦୈତ୍ୟ ରାଜା ମତ୍ସରା ସୁର ପୃଥିବୀରେ ଆକ୍ରମଣ କରିବା ଆରମ୍ଭ କରିଦେଲା । କୌଣସି ରାଜା ମତ୍ସରସୁର ଆଗରେ ଜିତି ପାରିଲେ ନାହିଁ । ସାରା ପୃଥିବୀ ଦୈତ୍ୟର ଅଧୀନକୁ ଆସିଗଲା । ଏହା ପରେ ସେ ପାତାଳ ଓ ସ୍ୱର୍ଗ ଲୋକରେ ମଧ୍ୟ ଆକ୍ରମଣ କରିଲା । ସମସ୍ତ ଦେବତା ପରାସ୍ତ ହେଲେ ।

ଏହାସହ ପଢ଼ନ୍ତୁ : ଗଣେଶ ଚତୁର୍ଥୀ ଦିନ କରନ୍ତୁ ନାହିଁ ଏହି ଗୋଟିଏ ଭୁଲ, ଆପଣଙ୍କ ଉପରେ ଲାଗିପାରେ କଳଙ୍କ

ତାପରେ ସେ ତିନି ଲୋକର ରାଜା ହୋଇଗଲା ।  ଏହାପରେ ସବୁ ଦେବତା ବ୍ରହ୍ମା ବିଷ୍ଣୁ ଙ୍କୁ ସାଙ୍ଗରେ  ନେଇ ଶିବଙ୍କ ନିକଟରେ ପହଞ୍ଚି ଗଲେ । ହେଲେ ଭଗବାନ ଶିବ ବି କିଛି କରିପାରିଲେ ନାହିଁ କାରଣ ସେ ନିଜେହିଁ ମତ୍ସର ସୁରକୁ ଅଭୟ ବର ପ୍ରଦାନ କରିଥିଲେ ।  ଏହା ପରେ ସମସ୍ତେ ଚିନ୍ତିତ ହୋଇଗଲେ ଏହି ଅସୁରର ଆତଙ୍କକୁ ସମାପ୍ତ କେମିତି କରାଯିବ।  ସେହି ସମୟରେ ଆଉ ଏକ ଘଟଣା ଘଟିଲା । ଯାହା ସମସ୍ତ ଦେବତାଙ୍କୁ ଚକିତ କରିଦେଲା ।

ganesh pujaମତ୍ସରାସୁର ନିଜ ଶକ୍ତି ବଳରେ କୈଳାସ ପର୍ବତ ଉପରେ ହିଁ ଆକ୍ରମଣ କରିଦେଲା । ଯେତେବେଳେ ଶିବ ଚାହିଁଲେ ତାଙ୍କ ଅହଙ୍କାରୀ ଭକ୍ତକୁ ବୁଝାଇବାକୁ ସେ ଭିତରେ ସେ ଶିବଙ୍କୁ ପ୍ରହାର କରିବାକୁ ଲାଗିଲା । ଏହାପରେ ଶିବ ମଧ୍ୟ ମତ୍ସରାସୁର ଉପରେ ପ୍ରହାର କରିବା ଆରମ୍ଭ କରିଦେଲେ । ହେଲେ ଶିବଙ୍କ ଶକ୍ତି ନିଷ୍ଫଳ ହୋଇଯାଉଥିଲା । କାରଣ ଶିବ ହିଁ ଦେଇଛନ୍ତି ଅଭୟବର । ଶେଷରେ ଶିବ ନିଜେ ମଧ୍ୟ ଜାଣିପାରିଲେ ନାହିଁ କଣ କରିବେ।

ନିଶ୍ଚିତ ପଢ଼ନ୍ତୁ : ଗଣେଶ ଚତୁର୍ଥୀରେ ଏମିତି ସଜାନ୍ତୁ ପୂଜାଥାଳି, ନିଶ୍ଚୟ ପ୍ରସନ୍ନ ହେବେ ଗଜାନନ

ସେହି ସମୟରେ ଭଗବାନ ଦତତ୍ରେୟ ସେଠାରେ ପହଁଚି ଗଲେ । ଓ ଦେବତାଙ୍କୁ ବକ୍ରତୁଣ୍ଡ ଏକାକ୍ଷରି ମନ୍ତ୍ର ଉଚ୍ଚାରଣ କରିବାକୁ ଉପଦେଶ ଦେଲେ । ଏହାପରେ ସମସ୍ତ ଦେବତା ମନ୍ତ୍ର ଜପିବା ଆରମ୍ଭ କରିଦେଲେ । ସମସ୍ତ ଦେବତାଙ୍କ ଆରାଧନ.ରେ ସନ୍ତୁଷ୍ଟ ହୋଇ ଭଗବାନ ଶ୍ରୀ ଗଣେଷ ବକ୍ରତୁଣ୍ଡ ଅବତାରରେ ପ୍ରକଟ ହେଲେ।

ganesମତ୍ସରସୁରର ଅହଂକାର ଭାଙ୍ଗିବା ପାଇଁ ଓ ତାର ବିନାଶର ଦାଇତ୍ୱ ନେଲେ ବକ୍ରତୁଣ୍ଡ । ଏହାପରେ ବକ୍ରତୁଣ୍ଡ  ମତ୍ସରସୁର ନଗର ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଏହି ଆକ୍ରମ.ରେ ଅସୁରର ଦୁଇ ପୁଅ ସୁନ୍ଦର ପ୍ରିୟ ଓ ବିଷ ପ୍ରିୟର ବଦ୍ଧ କରିଦେଲେ । ଯେତେବେଳେ ଏହି ସମାଚାର ମତ୍ସରସୁର ଶୁଣିଲା, ରାଗରେ ପୁତ୍ର ମୃତ୍ୟୁର ପ୍ରତିଶୋଧ ନେବାପାଇଁ ସ୍ୱୟଂ ଯୁଦ୍ଧଭୂମୀକୁ ଆସିଗଲା । ବକ୍ରତୁଣ୍ଡଙ୍କୁ ଦେଖି ତାର ସବୁ ଶକ୍ତି ସାମାନ୍ୟ ହୋଇଗଲା। ଓ ତାର ଅହଂକାର ସେଇଠାରେ ଚୁର ମାର ହୋଇଗଲା ।

ଏହାମଧ୍ୟ ପଢ଼ନ୍ତୁ : ବ୍ରହ୍ମଚାରୀ ରହିବାକୁ ଚାହୁଁଥିଲେ ଭଗବାନ ଗଣେଶ, କିନ୍ତୁ କାହିଁକି ପରେ ବିବାହ କରିଥିଲେ ଦୁଇ ଜଣଙ୍କୁ

ସେ ସଂଗେ ସଂଗେ ବକ୍ରତୁଣ୍ଡଙ୍କ ସରଣରେ ଆସିଗଲା ଓ ତାଙ୍କ ସ୍ତୁତି ଗାଇବାକୁ ଲାଗିଲା  ଓ ତାଙ୍କୁ କ୍ଷମା ପ୍ରାର୍ଥନା କଲା। ବକ୍ରତୁଣ୍ଡ ତାକୁ କୁହନ୍ତି ସେ ସେତେବେଳେ କ୍ଷମା ଦେବେ ଯେବେ ସେ ତିନି ଲୋକ ସ୍ୱର୍ଗ, ପାତାଳ, ମର୍ତ୍ତ୍ୟ ଲୋକକୁ  ଛାଡ଼ିଦେଵ । ମତ୍ସରସୁର ବକ୍ରତୁଣ୍ଡଙ୍କ କଥା ମାନି ତିନି ଲୋକକୁ ତାଙ୍କ ଉତ୍ତରାଧିକାରୀଙ୍କୁ ଦେଇଦେଲା । ବକ୍ରତୁଣ୍ଡଙ୍କ ଆଶୀର୍ବାଦ ରେ ପାତାଳରେ ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚିରହିଲା।

 

Leave A Reply

Your email address will not be published.