Below header

ମିଶନ୍‌ ଚନ୍ଦ୍ରାୟନ-୨ରେ ଆଉ ପାଦେ ଆଗେଇଲା ଇସ୍ରୋ, ଅର୍ବିଟରଠାରୁ ଅଲଗା ହୋଇ ଯାତ୍ରା କଲା ଲ୍ୟାଣ୍ଡର ବିକ୍ରମ

କେନ୍ଯୁଜ୍: ମିଶନ୍‌ ଚନ୍ଦ୍ରାୟନ-୨ରେ ଆଉ ପାଦେ ଆଗେଇଲା ଇସ୍ରୋ। ଚନ୍ଦ୍ରାୟନ-୨ର ଅର୍ବିଟରଠାରୁ ସଫଳତାର ସହ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ। ଭାରତୀୟ ସମୟ ମଧ୍ୟାହ୍ଣ ଗୋଟାଏ ୧୫ ମିନିଟରେ ଅଲଗା ହୋଇ ପୃଥକ ଭାବେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଲ୍ୟାଣ୍ଡର। ଏହା ଠିକ୍‌ ଭାବରେ କାମ କରୁଛି କି ନାହଁ ଜାଣିବା ପାଇଁ ଇସ୍ରୋର ବୈଜ୍ଞାନିକମାନେ ଆସନ୍ତାକାଲି କିଛି ପରୀକ୍ଷା କରିବେ। ଆସନ୍ତାକାଲି ପ୍ରଥମ ଡିଆର୍ବିଟର ଓ ୪ ତାରିଖରେ ଦ୍ୱିତୀୟ ଡିଆର୍ବିଟର ଶେଷ ହେବ। ଅର୍ଥାତ୍‌ ୪ ତାରିଖରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଅତି ନିକଟତର ହେବ । ଚନ୍ଦ୍ରଠାରୁ ଏହି କକ୍ଷର ଦୂରତା ସର୍ବାଧିକ ୯୭ କିମି ଓ ସର୍ବନିମ୍ନ ୩୫ କିମି ରହିବ ।

chandrayan 2 ଆସନ୍ତା ସେପ୍ଚେମ୍ବର ୭ ତାରିଖ ଭୋର ଗୋଟାଏ ୫୫ ମିନିଟରେ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିବ । ଏଥିରେ ସଫଳ ହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହେବ ବିଶ୍ୱର ପ୍ରଥମ ରାଷ୍ଟ୍ର । ଜୁଲାଇ ୨୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର GSLV MK-3 ରକେଟ୍‌ ଯୋଗେ ଚନ୍ଦ୍ରଯାନ-୨କୁ ପ୍ରେରଣ କରାଯଇଥିଲା। ଚଳିତ ମାସ ୧୪ ତାରିଖରେ ଏହା ପୃଥିବୀ ଛାଡ଼ି ଚନ୍ଦ୍ର ଅଭିମୁଖେ ଗତି କରିଥିଲା। ଏହି ପ୍ରକଳ୍ପ ପାଇଁ ସମୁଦାୟ ୯୭୮କୋଟିର ବ୍ୟୟ ବରାଦ ହୋଇଛି । ଚନ୍ଦ୍ରଯାନ-୨ ପାଇଁ ୬୦୩ କୋଟି ଓ ଜିଏସଏଲଭି ଏମକେ- ୩ ରକେଟ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚନ୍ଦ୍ରାୟାନ-୨ ବିଶ୍ୱର ପ୍ରଥମ ସ୍ପେସ୍‌ ମିଶନ, ଯାହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଭାରତର ନିଜସ୍ୱ ଜ୍ଞାନ କୌଶଳ ଜରିଆରେ ଚନ୍ଦ୍ରରେ ଅବତରଣ କରିବ ଲ୍ୟାଣ୍ଡର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.