ଲାଇଫ୍ ଷ୍ଟାଇଲ୍

କ’ଣ ପାଇଁ ଚୁଟିରେ ଦୁଇଥର ଶାମ୍ପୁ ଲଗାଇବା ପାଇଁ ଦିଆଯାଇଥାଏ ପରାମର୍ଶ, ଜାଣନ୍ତୁ

ଖରାଦିନେ ତ୍ୱଚା ସାଙ୍ଗକୁ କେଶର ମଧ୍ୟ ଖାସ୍‌ ଯତ୍ନ ନେବା ଉଚିତ। ଏହିଦିନେ ଶରୀରରୁ ଝାଳ ବାହାରିବା ଭଳି ମୁଣ୍ଡରେ ମଧ୍ୟ ଝାଳ ସୃଷ୍ଟି ହୋଇଥାଏ, ଯଦ୍ଦ୍ଵାରା କି କେଶ ଓଦା ହୋଇଯାଏ ଏବଂ ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଏପରି କି, ଝାଳ ଯୋଗୁ କେଶ ମୂଳ କୁଣ୍ଡାଇ ହୋଇଥାଏ।

ଖରାଦିନେ ସପ୍ତାହକୁ ୨ରୁ ୩ ଥର କେଶ ଧୋଇବା ଉଚିତ। କେଶକୁ ଧୂଳିମଳିରୁ ରକ୍ଷା କରିବା ପାଇଁ ସପ୍ତାହକୁ ଥରେ କିମ୍ବା ଦୁଇଥର ଆମେ ମାନେ ସଫା କରିଥାଉ। କିନ୍ତୁ କେଶକୁ ଥରେ ମାତ୍ର ଶାମ୍ପୁ କରିବା ଯଥେଷ୍ଟ ନୁହେଁ। ତେଣୁ ବିଶେଷଜ୍ଞ କେଶକୁ ଦୁଇଥର ଶାମ୍ପୁ କରିବା ପାଇଁ ପରାମର୍ଶ ଦେଇଥାନ୍ତି। ଯଦି ଆପଣ ଭାବୁଥାନ୍ତି, ଶାମ୍ପୁରେ ଥିବା କେମିକାଲ ଥିବା ଯୋଗୁଁ ଅଧିକ ଥର ଶାମ୍ପୁ କରିବା ଦ୍ୱାରା ଆପଣ କେଶ ଖରାପ ହୋଇଥାଏ, ତେବେ ସେମିତି କିଛି ହୋଇନଥାଏ। ଦୁଇ ଥର କେଶକୁ ଶାମ୍ପୁ କରିବା ଦ୍ୱାରା ଚୁଟି ଭଲ ଭାବେ ସଫା ହୋଇଯାଏ। ଏହାଦ୍ୱାରା କେଶରୁ ତେଲ ଏବଂ ମଇଳା ସଫା ହୋଇଯାଏ।

କେଶକୁ ଶାମ୍ପୁ କରିବାର ସଠିକ୍‌ ଉପାୟ:

ପ୍ରଥମେ ନିଜ କେଶକୁ ଭଲ ଭାବେ ଧୋଇଦିଅନ୍ତୁ। ଏହା ପରେ ଶାମ୍ପୁ ଲଗାନ୍ତୁ। ଧୀରେ ଧୀରେ ଶାମ୍ପୁକୁ ମୁଣ୍ଡରେ ମସାଜ କରିବା ସହିତ କେଶ ମୂଳରେ ଭଲଭାବେ ଲଗାନ୍ତୁ। ଏହାପରେ କେଶ ଧୋଇଦିଅନ୍ତୁ। ପ୍ରଥମ ଥର ଶାମ୍ପୁ କରିବା ଦ୍ୱାରା କେଶରୁ ତେଲ ଏବଂ ମଇଳା ବାହାରି ଯାଏ। ଯାହା ପରେ ଦ୍ୱିତୀୟ ଥର ଲଗାଇଲେ ଚୁଟି ସଫା ହୋଇଯାଏ।

ପ୍ରଥମ ଥର ଶାମ୍ପୁ କରିବା ପରେ ଦ୍ୱିତୀୟ ଥର ଶାମ୍ପୁ ଲଗାନ୍ତୁ। ଏଥର ଅଧିକ ଫୋକସ କେଶ ମୂଳରେ କରନ୍ତୁ। ଧୀରେ ଧୀରେ ଫେଣ କରି କେଶ ମୂଳକୁ ମସାଜ କରନ୍ତୁ। ଏହା ପରେ କେଶ ଧୋଇଦିଅନ୍ତୁ ଆଉ ତା’ ପରେ କଣ୍ଡିସନର ଲଗାନ୍ତୁ। କେଶ ମୂଳରେ କେବେ ବି କଣ୍ଡିସନର ଲଗାନ୍ତୁ ନାହିଁ।

Swagatika

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

9 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

24 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

34 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

43 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

58 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago