ବ୍ରହ୍ମଚାରୀ ରହିବାକୁ ଚାହୁଁଥିଲେ ଭଗବାନ ଗଣେଶ, କିନ୍ତୁ କାହିଁକି ପରେ ବିବାହ କରିଥିଲେ ଦୁଇ ଜଣଙ୍କୁ

ଭଗବାନ ଗଣେଶଙ୍କ ପୂଜା କୌଣସି ବି ଶୁଭ କାର୍ଯ୍ଯ ପୂର୍ବରୁ କରାଯାଇଥାଏ। ସମସ୍ତ ଦେବା-ଦେବୀଙ୍କ ମଧ୍ଯରେ ପ୍ରଥମ ସ୍ଥାନ ଶ୍ରୀ ଗଣେଶଙ୍କର ହିଁ ହୋଇଥାଏ। ଏସବୁ ମଧ୍ଯରେ ଯଦି ଆମେ ଭଗବାନ ଗଣେଶଙ୍କ ବିବାହ ସମ୍ପର୍କରେ ଆଲୋଚନା କରିବା ତେବେ ସମସ୍ତ ଦେବା-ଦେବୀଙ୍କ ମଧ୍ଯରୁ ଗଜାନନଙ୍କ ବିବାହର ଏକ ସ୍ବତନ୍ତ୍ର ସଂଯୋଗ ରହିଛି। ପୌରାଣିକ ତଥ୍ଯ ଅନୁଯାୟୀ ଭଗବାନ ଗଣେଶ କେବେ ବିବାହ କରିବାକୁ ଚାହୁଁନଥିଲେ। ସେ ସାରା ଜୀବନ ବ୍ରହ୍ମଚାରୀ ହୋଇ ରହିବା ପାଇଁ ଚାହୁଁଥିଲେ। କିନ୍ତୁ ଥରେ ତାଙ୍କର ବିବାହ ନ କରିବାର ସଂକଳ୍ପ ଭାଙ୍ଗିଯାଇଥିଲା ଏବଂ ଭଗବାନ ଗଜାନନ ରିଦ୍ଧି-ସିଦ୍ଧିଙ୍କୁ ବିବାହ କରିଥିଲେ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଭଗବାନ ଗଣେଶଙ୍କ ବିବାହ ସମ୍ପର୍କରେ କିଛି ରୋଚକ ତଥ୍ଯ।

ବାସ୍ତବରେ ଭଗବାନ ଗଣେଶ ନିଜର ମୋଟା ଶରୀର ପାଇଁ ଖୁବ୍ ଚିନ୍ତିତ ଥିଲେ। ଥରେ ସେ ତପସ୍ଯାରେ ଲୀନ ଥିବା ସମୟରେ ସେହି ବାଟ ଦେଇ ତୁଳସୀ ଦେବୀ ଯାଇଥିଲେ। ସେ ଭଗବାନ ଗଣେଶଙ୍କୁ ଦେଖିବା ପରେ ମୋହିତ ହୋଇଯାଇଥିଲେ। ଏହାପରେ ଦେବୀ ତୁଳସୀ ଗଜାନନଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ରଖିଥିଲେ। କିନ୍ତୁ ଭଗବାନ ଗଣେଶ ନିଜକୁ ବ୍ରହ୍ମଚାରୀର ପରିଚୟ ଦେଇ ପ୍ରସ୍ତାବକୁ ମନା କରିଦେଇଥିଲେ। ଏହି କଥାରେ ଦେବୀ ତୁଳସୀ କ୍ରୋଧିତ ହୋଇ ଭଗବାନଙ୍କୁ ଦୁଇଟି ବିବାହ କରିବାର ଅଭିଶାପ ଦେଇଥିଲେ। ଏହି ଅଭିଶାପ କାରଣରୁ ଭଗବାନ ଗଜାନନଙ୍କ ପୂଜାରେ ତୁଳସୀ ବ୍ଯବହାର କରାଯାଇନଥାଏ।

ଅନ୍ଯ ଏକ କଥା ଅନୁଯାୟୀ ଭଗବାନ ଗଣେଶ ନିଜ ହାତୀ ପରି ମୁହଁ ଏବଂ ମୋଟା ପେଟ ପାଇଁ ଚିନ୍ତିତ ରହୁଥିଲେ। ତାଙ୍କୁ ଲାଗୁଥିଲା ଯଦି ମୋର ବିବାହ ନହେବ ତେବେ ମୁଁ ମଧ୍ଯ କାହାର ବିବାହ ହେବାକୁ ଦେବିନାହିଁ। ଯାହାପରେ ଭଗବାନ ଗଣେଶ ଅନ୍ଯ ଦେବା-ଦେବୀଙ୍କ ବିବାହ ଉତ୍ସବରେ ମଧ୍ଯ ବିଘ୍ନ ସୃଷ୍ଟି କରୁଥିଲେ। ଭଗବାନଙ୍କ ଏହି ସ୍ବଭାବ ଫଳରେ ଅନ୍ଯ ଦେବା-ଦେବୀ ଚିନ୍ତିତ ହୋଇଯାଇଥିଲେ। ଏହି କାମ କରିବାରେ ଭଗବାନ ଗଣେଶଙ୍କ ବାହାନ ମୂଷିକ ମଧ୍ଯ ସାଥ୍ ଦେଉଥିଲେ। ଏହାପରେ ସମସ୍ତ ଦେବତାଗଣ ନିଜର ସମସ୍ଯାକୁ ନେଇ ଭଗବାନ ବ୍ରହ୍ମାଙ୍କ ପାଖକୁ ଗଲେ ଏବଂ ବ୍ରହ୍ମାଙ୍କୁ ସମସ୍ତ କଥା କହିଥିଲେ। ଏହାପରେ ଭଗବାନ ବ୍ରହ୍ମା ନିଜର ଦୁଇଟି ମାନସ ପୁତ୍ରୀ ରିଦ୍ଧି ଏବଂ ସିଦ୍ଧିଙ୍କୁ ନେଇ ଗଣେଶଙ୍କ ନିକଟରେ ପହଞ୍ଚିଥିଲେ ଏବଂ ତାଙ୍କୁ ଶିକ୍ଷା ଦେବା ପାଇଁ କହିଥିଲେ। ଏହାପରେ ଯେତେବେଳେ ବି ଗଜାନନଙ୍କ ନିକଟକୁ ବିବାହ ଖବର ଆସିଲେ ରିଦ୍ଧି-ସିଦ୍ଧି ତାଙ୍କର ଧ୍ଯାନକୁ ଅନ୍ଯ କେଉଁ କାମରେ ଲଗାଇଦେଉଥିଲେ।

ଏହାସହ ପଢନ୍ତୁ: କାହିଁକି ଶ୍ରୀ ଗଣେଶଙ୍କୁ ଅର୍ପଣ କରାଯାଇଥାଏ ଦୁବ, ଜାଣନ୍ତୁ ଏହାର ମହତ୍ତ୍ବ

ହଠାତ ଦିନେ ଯେତେବେଳେ ଭଗବାନ ଗଣେଶ ଜାଣିବାକୁ ପାଇଲେ ଯେ ସମସ୍ତ ଦେବା-ଦେବୀଙ୍କ ବିବାହ କୌଣସି ବାଧା ବିଘ୍ନ ବିନା ଭଲଭାବେ ସମ୍ପନ୍ନ ହେଉଯାଉଛି ସେହି ସମୟରେ ଭଗବାନ ବ୍ରହ୍ମା ଗଜାନନଙ୍କ ନିକଟକୁ ଆସି ରିଦ୍ଧି-ସିଦ୍ଧିଙ୍କୁ ବିବାହ କରିବାର ପ୍ରସ୍ତାବ ରଖିଥିଲେ। ଏହାପରେ ଭଗବାନ ଗଣେଶ ଖୁସି ଖୁସିରେ ପ୍ରସ୍ତାବକୁ ସ୍ବିକାର କରିଥିଲେ। ଏହାପରେ ଭଗବାନ ଗଣେଶଙ୍କ ବିବାହ ରିଦ୍ଧି-ସିଦ୍ଧିଙ୍କ ସହ ଖୁବ୍ ଧୂମଧାମରେ ସମ୍ପନ୍ନ ହୋଇଥିଲା।

KNews Bureau

Recent Posts

ବରଗଡ଼ରେ ଅଘଟଣ: ଶୋଇଥିବାବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ

ବରଗଡ଼ (କେନ୍ୟୁଜ): ପୁଣି ହାତୀ ଉପଦ୍ରବ  । ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲେ ୩ଟିକିଆ ହାତୀପଲ ।  ରାତିରେ…

7 mins ago

ହୁ ହୁ ହୋଇ ବଢୁଛି ପରିବା ଦର : ଆଳୁ କିଲୋ ୩୫ , ପିଆଜ କିଲୋ ୪୫ରୁ ୫୦

ଭୁବନେଶ୍ୱର (କେନ୍ୟୁଜ): ମହଙ୍ଗା ମାଡ଼ରେ ଖାଉଟି ବେହାଲ ।  ହୁ ହୁ ହୋଇ ବଢୁଛି ଆଳୁ- ପିଆଜ ସାଙ୍ଗକୁ ପରିବା…

21 mins ago

ଜୁନ ଅଧା ସରିଲାଣି ମୌସୁମୀର ଦେଖା ମିଳୁନି, ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର (କେନ୍ୟୁଜ): ପ୍ରାକ୍ ମୌସୁମୀ ବର୍ଷା ବଦଳରେ ବହୁଛି ଝାଞ୍ଜି ପବନ ।  ଜୁନ ମାସ ଅଧା ସରିଲାଣି, ତଥାପି…

45 mins ago

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ପିଏମ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି

ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

50 mins ago

ଆଜି ପୁଣି କମିଲା ପେଟ୍ରୋଲ ଦର, ବାଇକ ଆରୋହୀଙ୍କୁ ଆଶ୍ବସ୍ତି

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

59 mins ago

ବଡ଼ ଆଶ୍ବସ୍ତି: ଭାରତୀୟ ବଜାରରେ କମିଲା ସୁନା ଦର

ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ଆଜି ସୁନା କିଣିବାକୁ…

1 hour ago