ହନୁମାନଙ୍କର ଏମିତି ଫଟୋକୁ ଘରେ ଲଗାନ୍ତୁ ନାହିଁ ଆଦୌ, ପାଖ ଛାଡି ଯାଏ ନାହିଁ ଅଶାନ୍ତି

ଆଜି ଆମେ ଆପଣଙ୍କୁ ଜଣାଇବୁ ହନୁମାନଙ୍କର ସେହି ଫଟୋ ବିଷୟରେ ଯାହାକୁ ଆପଣ ଘରେ ଲଗାଇବା ଉଚିତ ନୁହେଁ। ହନୁମାନଙ୍କୁ ସଂକଟ ମୋଚନ କୁହାଯାଏ ବୋଲି ଆମେ ଜାଣିଛନ୍ତି କିନ୍ତୁ ତାଙ୍କର ଏମିତି କିଛି ଫଟୋ ରହିଛି ଯାହାକୁ ଘରେ ରଖିଲେ କିମ୍ବା କାନ୍ଥରେ ଲଗାଇଲେ କ୍ଳେଶ ଏବଂ ଅଶାନ୍ତି ଛାଇଯାଇଥାଏ। ତେବେ ଜାଣନ୍ତୁ ତାହା କେଉଁ କେଉଁ ଫଟୋ।

ଯେଉଁ ଫଟୋରେ ହନୁମାନ ସଞ୍ଜିବନୀ ବୁଟିର ପାହାଡ ନେଇ ଆକାଶରେ ଉଡୁଥିବାର ଥାଏ ସେହି ଫଟୋକୁ ଘରେ ଲଗାଇବା ଉଚିତ ନୁହେଁ। ଶାସ୍ତ୍ର ଅନୁଯାୟୀ, ବଜରଙ୍ଗବଲୀଙ୍କ ମୂର୍ତ୍ତି କିମ୍ବା ଫଟୋର ପୂଜା ସବୁବେଳେ ସ୍ଥିର ଅବସ୍ଥାରେ କରିବା ଉଚିତ।

କୁହାଯାଏ ଯେ ହନୁମାନଙ୍କ କାନ୍ଧ ଉପରେ ବସିଥିବା ଭଗବାନ ରାମ ଏବଂ ଲକ୍ଷ୍ମଣଙ୍କ ଏହି ଫଟୋକୁ ଘରେ ଲଗାଇବା ଉଚିତ ନୁହେଁ। ଏହାଦ୍ବାରା ଘରେ ଅଶାନ୍ତି ରହିଥାଏ।

ଘରେ ଭଗବାନ ହନୁମାନଙ୍କର ଏମିତି ମୂର୍ତ୍ତି କିମ୍ବା ଫଟୋ କେବେବି ରଖିବା ଉଚିତ ନୁହେଁ ଯେଉଁଥିରେ ସେ ନିଜର ଛାତିକୁ ଚିରିଛନ୍ତି।
ରାକ୍ଷସଙ୍କର ବିନାଶ କରିବା କିମ୍ବା ଲଙ୍କା ଦହନର ଫଟୋକୁ ଘରେ ଲଗାଇବା ଉଚିତ ନୁହେଁ। ଏମିତି ଫଟୋ ପାଇଁ ଜୀବନରେ ସୁଖ ଏବଂ ସମ୍ରୁଦ୍ଧିର ଅଭାବ ରହିଥାଏ ଏବଂ ହନୁମାନଙ୍କର କ୍ରୁପା ମିଳିନଥାଏ।

ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିଥିବା ହନୁମାନଙ୍କର ଫଟୋକୁ ଘରେ ଲଗାନ୍ତୁ ଶୁଭ ଫଳ ମିଳିବ। ଏହାଛଡା ଯେଉଁ ଫଟୋରେ ହନୁମାନ ଭଗବାନ ରାମଙ୍କର ସେବା କରୁଥିବେ ସେହି ଫଟୋକୁ ଲଗାଇବା ଦ୍ବାରା ଘରେ ଧନର ବର୍ଷା ହୋଇଥାଏ।

Pritiparna

Recent Posts

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

8 seconds ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

7 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

15 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

15 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

33 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

34 mins ago