Categories: ସ୍ପେଶାଲ

୨୪ ବର୍ଷ ପୂର୍ବର ସେହି ଗେଷ୍ଟହାଉସ୍ କାଣ୍ଡ, ଯାହା ମାୟାବତୀ ଏବଂ ମୁଲାୟମଙ୍କୁ କରିଦେଲା ଶତ୍ରୁ

କୁହାଯାଏ ଶତ୍ରୁର ଶତ୍ରୁ ମିତ୍ର ହୋଇଥାଏ । କିନ୍ତୁ ଯେତେବେଳେ କଥା ରାଜନୀତିର ଆସେ ସେତେବେଳେ ଏହି ଉକ୍ତି ଆହୁରୀ ସୁଦୃଢ ହୋଇଯାଏ । ଆଉ ଏହାର ଏକ ବଳିଷ୍ଠ ଉଦାହରଣ ଦେଖିବାକୁ ମିଳିଛି ଚଳିତ ନିର୍ବାଚନରେ । ପ୍ରାୟ ୨୪ ବର୍ଷ ପରେ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ମାୟାବତୀ ଏବଂ ମୁଲାୟମ୍ ସିଂହ ଯାଦବ । ତେବେ ଗୋଟିଏ ମଂଚରେ ଉଭୟ ଏକାଠି ହେବା ଏଥିପାଇଁ ଐତିହାସିକ କାରଣ ଆଜିଠାରୁ ଠିକ୍ ୨୪ ବର୍ଷ ପୂର୍ବେ ହୋଇଥିବା ଗେଷ୍ଟହାଉସ୍ କାଣ୍ଡ ସମସ୍ତଙ୍କ ମନରେ ଏବେ ବି ସତେଜ ଅଛି । ଏହି କାଣ୍ଡ ପରେ କେହି ଭାବି ନଥିଲେ ଯେ ପୁଣି ଥିରେ ମାୟାବତୀ ଏବଂ ମୁଲାୟମ୍ ଏକାଠି ହେବେ ।

ତେବେ ବହୁତ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବ କଣ ଏହି ଗେଷ୍ଟ ହାଉସ୍ କାଣ୍ଡ । ଆଜି ଆମେ ଆପଣଙ୍କୁ ଜଣାଇବୁ କଣ ହୋଇଥିଲା ୨୪ ବର୍ଷ ପୂର୍ବେ , ଯାହା ଫଳରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ଏକ ଗଭୀର ଖାଇ ବନିଯାଇଥିଲା । ଆଉ ଯାହାକୁ ଭରିବା ପାଇଁ ଲାଗିଗଲା ୨୪ ବର୍ଷ ।

୧୯୯୩ରେ ଯେତେବେଳେ ରାମ ମନ୍ଦିର ଆନ୍ଦୋଳନ ହୋଇଥିଲା ସେତେବେଳେ ମୁଣ୍ଡ ଟେକିଥିଲା ଭାରତୀୟ ଜନତା ପାର୍ଟି । ବିଜେପିକୁ ସତ୍ତାଠୁ ଦୂରରେ ରଖିବା ପାଇଁ ଚେଷ୍ଟା କରିଥିଲେ ସପା ଏବଂ ବସପା । ଯାହା ଫଳରେ ବିଧାନସଭା ନିର୍ବାଚନରେ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ କାଂଶୀରାମ ଏବଂ ଜନତା ଦଳକୁ ଭାଙ୍ଗି ସମାଜବାଦୀ ପାର୍ଟିର ସ୍ଥାପନା କରିଥିବା ମୁଲାୟମ୍ ସିଂହ ଯାଦବ କରିଥିଲେ ମେଂଟ । ବସପାର ସମର୍ଥନରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପାଲଟିଥିଲେ ମୁଲାୟମ୍ ସିଂହ ଯାଦବ । କିନ୍ତୁ ଦୁଇ ବର୍ଷ ଭିତରେ ହିଁ ଏହି ଦୁଇ ପାର୍ଟି ମଧ୍ୟରେ ସୃଷ୍ଟି ହୋଇଥିଲା ଫାଟ । ଯାହାକୁ ଭରିବାକୁ ଲାଗିଗଲା ପ୍ରାୟ ୨୪ ବର୍ଷ ।

କଣ ଥିଲା ଗେଷ୍ଟ ହାଉସ୍ କାଣ୍ଡ :

୧୯୯୩ ରେ ହୋଇଥିବା ଏହି ମହାମେଂଟର ଦୁଇ ବର୍ଷ ମଧ୍ୟରେ ସୃଷ୍ଟି ହୋଇଥିଲା ଫାଟ । ଯାହା ଫଳରେ ୧୯୯୫ ଜୁନ୍ ଆସୁ ଆସୁ ଏହି ମେଂଟ ଭାଙ୍ଗିଯାଇଥିଲା । ମହାମେଂଟ ଭାଙ୍ଗିବାର ଗୋଟିଏ ଦିନ ପରେ କଂଶୀରାମଙ୍କ କହିବା ଅନୁସାରେ ମାୟାବତୀ ଲକ୍ଷ୍ନୌର ଭିଆଇପି ଗେଷ୍ଟ ହାଉସରେ ଏକ ସଭାର ଆୟୋଜନ କରିଥିଲେ । ପ୍ରାୟ ୪ ଟାରେ ଆରମ୍ଭ ହୋଇଥିବା ଏହି ବୈଠକରେ ସପାର ପାଖାପାଖି ୨୦୦ ରୁ ଅଧିକ ବିଧାୟକ ଏବଂ କର୍ମକର୍ତ୍ତା ସାମିଲ୍ ହୋଇଥିଲେ । ଆଉ ସପାର ଏହି କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଥିବା ବସପାର ବିଧାୟକ ଏବଂ କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ କରି ମାରପିଟ୍ ଆରମ୍ଭ କରିଦେଇଥିଲେ ।

ଏଭଳି ପରିସ୍ଥିତି ଦେଖି ମାୟାବତୀ ନିଜକୁ ଏକ ରୁମରେ ବନ୍ଦ କରଦେଇଥିଲେ । ଉତ୍ତ୍ୟକ୍ତ ଲୋକ ମାୟାବତୀଙ୍କ ରୁମକୁ ଭାଙ୍ଗିବା ପାଇଁ ଚେଷ୍ଟା କରିବା ସହ ଜାତିସୂଚକ ଶବ୍ଦର ପ୍ରୟୋଗ କରି ମାୟାବତୀଙ୍କୁ ଗାଳି କରିବାକୁ ଲାଗିଲେ । ଏହା ପରେ ଘଟଣାସ୍ଥଳରେ ପୋଲିସ୍ ପହଂଚି ପରିସ୍ଥିତିକଚ ନିୟନ୍ତ୍ରଣ କରିବା ସହ ମାୟାବତୀ ଏବଂ ବସପା କର୍ମଚାରୀଙ୍କ ଜୀବନ ବଂଚାଇଥିଲେ । ମାୟାବତୀଙ୍କ ସହ ହୋଇଥିବା ଏହି ଘଟଣାକୁ ଇତିହାସର କଳା ପୃଷ୍ଠା ମଧ୍ୟ କୁହାଯାଏ ।

ତେବେ ଏହି ଘଟଣାକୁ ଆଜି ଯାଏଁ ଭୁଲି ପାରିନାହାଁନ୍ତି ମାୟାବତୀ । ଆଉ ଚଳିତ ନିର୍ବାଚନରେ ସପା ସହ ମେଂଟ କରିବା ଏକ କଠିନ ନିଷ୍ପତ୍ତି ଥିଲା । ଯାହାକୁ ସେ ନିଜ ଛାତିରେ ପଥର ରଖି କରିଛନ୍ତି ବୋଲି କହିଛନ୍ତି ମାୟାବତୀ ।

KNews Bureau

Recent Posts

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 min ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

7 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

16 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

16 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

34 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

34 mins ago