ଦିନକୁ କରନ୍ତୁ ଆହୁରି ସ୍ପେଶାଲ, ଆଜି ପ୍ରସ୍ତୁତ କରନ୍ତୁ ‘ଆଳୁ ଅଣ୍ଡା କଟଲେଟ’

ସବୁବେଳେ କିଛି ନୂଆ ଖାଇବାକୁ ଇଚ୍ଛା ହୋଇଥାଏ। ସବୁଦିନ ଗୋଟିଏ ପ୍ରକାର ଡିସ୍‌ ଖାଇଖାଇ ପାଟିର ସ୍ୱାଦ ବେକାର ହୋଇଗଲା ଭଳି ଲାଗିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ରେସିପି ଆଳୁ ‘ଅଣ୍ଡା କଟଲେଟ’। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ସିଝା ଆଳୁ ୪

-ରସ୍କ ବିଷ୍କୁଟ ୫ (ପାଉଡର ହୋଇଥିବା)

-ଲାଲ ଲଙ୍କା ପାଉଡର ୧ ଚାମଚ

-ପିଆଜ କଟା ହୋଇଥିବା

-ରିଫାଇନଡ୍‌ ଅଏଲ ୧ କପ୍‌

-ମ୍ୟାରିନେଟ ପାଇଁ ଫେଣ୍ଟା ହୋଇଥିବା ଅଣ୍ଡା

ଗାର୍ନିସ୍‌ ପାଇଁ ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ସିଝା ଆଳୁ, ପିଆଜ, ଲାଲ ଲଙ୍କା ପାଉଡର ଏବଂ ଧନିଆ ପତ୍ରକୁ ଏକ ପାତ୍ରରେ ରଖି ଭଲଭାବେ ମିକ୍ସ କରନ୍ତୁ।

ଏବେ ଏଥିରେ ଫେଣ୍ଟି ରଖିଥିବା ଅଣ୍ଡାକୁ ପକାଇ ଭଲଭାବେ ମିକ୍ସ କରନ୍ତୁ।

ଏବେ ଏହି ମିକ୍ସଚର ଦ୍ୱାରା ଛୋଟ ଛୋଟ ଗୋଳା ବନାନ୍ତୁ। ଏବେ ଏହି ଗୋଳାକୁ ନେଇ ଟିକ୍କିର ଆକାର ଦିଅନ୍ତୁ।

ଏବେ ଏହି ଟିକ୍କିକୁ ଫେଣ୍ଟି ରଖିଥିବା ଅଣ୍ଟାରେ ବୁଡାଇ ରସ୍କ ପାଉଡରରେ ରୋଲ କରନ୍ତୁ।

ଏକ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ଏଥିରେ ଟିକ୍କିକୁ ଛାଣନ୍ତୁ। ଏହା ଭଲ ଭାବେ ସୁନେଲୀ ରଙ୍ଗର ହୋଇଗଲା ପରେ କାଢ଼ି ଦିଅନ୍ତୁ।

ଏବେ ଆପଣଙ୍କର କଟଲେଟ୍‌ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଧନିଆ ପତ୍ରରେ ସଜାଇ ଗରମା ଗରମ ସର୍ଭ କରନ୍ତୁ।

Pritiparna

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

34 seconds ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

11 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

22 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

50 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago