ଲାଇଫ୍ ଷ୍ଟାଇଲ୍

ଘରେ ବନାନ୍ତୁ ବିଭିନ୍ନ ପ୍ରକାର ରିଫ୍ରେସ୍‌ ପଣା, ଗରମରୁ ଦେବ ତୁରନ୍ତ ଆରାମ୍‌

ତେନ୍ତୁଳି ପଣା

ସାମଗ୍ରୀ

ମଞ୍ଜି ଛଡା ତେନ୍ତୁଳି : ୨ ଚାମଚ, ଗୁଡ : ୨ ଚାମଚ, ଗୋଲମରୀଚ ପାଉଡର : ୧/୪ ଚାମଚ, ଅଳେଇଚ ପାଉଡର : ୧/୪ ଚାମଚ, ବିଟ୍‌ ଲୁଣ : ୧/୨ ଚାମଚ, ଚାଟ ମସଲା : ୧/୨ ଚାମଚ, ପୋଦିନା ପତ୍ର : ୬ଟି, ପାଣି : ୧ ଲିଟର।

ପ୍ରସ୍ତୁତି ପ୍ରଣାଳୀ

ତେନ୍ତୁଳିକୁ ଧୋଇ ସମସ୍ତ ସାମଗ୍ରୀ ସହିତ ମିକ୍ସରରେ ୧ କପ୍‌ ପାଣି ଦେଇ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତଚ। ଏବେ ଏହାକୁ ଛଣାରେ ଛାଣି ଦିଅନ୍ତୁ। ଏବେ ଏଥିରେ ବଳକା ଥିବା ପାଣି ପକାନ୍ତୁ ଏବଂ ୨ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖିବା ପରେ ବରଫ ଖଣ୍ଡ ପକାଇ ସର୍ଭ କରନ୍ତୁ।

ଆମ ପନା ରେସିପି

ସାମଗ୍ରୀ

କଞ୍ଚା ଆମ୍ବ : ୫୦୦ ଗ୍ରାମ, ପାଣି : ୧/୨ ଲିଟର, ଚିନି : ୫୦୦ ଗ୍ରାମ, ଭଜା ଜିରା ପାଉଡର : ୨ ଚାମଚ, କଳା ଲୁଣ : ଦେଢ଼ ଚାମଚ, ଗୋଲମରୀଚ : ୧/୨ ଚାମଚ, ଛୋଟ ଅଳେଇଚ : ୪ଟି, ଅଦା : ୨ ଇଞ୍ଚର ଅଦା ଖଣ୍ଡ, ପୋଦିନା ପତ୍ର : ୧/୨ କପ୍‌

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଆମ୍ବର ଚୋପା ଛଡାଇ ଛୋଟ ଛୋଟ ଖଣ୍ଡରେ କାଟି ୧/୨ ଲିଟର ପାଣିରେ ଫୁଟାନ୍ତୁ। ଆମ୍ବର ଟାକୁଆକୁ ଫୋପାଡି ଦିଅନ୍ତୁ। ମଝିରେ ମଝିରେ ଚଲାନ୍ତୁ ଯେତେବେଳେ ଆମ୍ବ ଭଲଭାବେ ହୋଇଯିବ ସେତେବେଳେ ଗ୍ୟାସ ଧୀମା କରି ଏହାକୁ ଚାମଚ୍‌ ସାହାଯ୍ୟରେ ଚକଟି ଦିଅନ୍ତୁ। ଏବେ ଚିନି ମିଶାଇ ୫ ରୁ ୧୦ ମିନିଟ୍‌ ଯାଏଁ ଆଞ୍ଚରେ ବସାନ୍ତୁ। ମଝିରେ ମଝିରେ ଏହାକୁ ଚଲାନ୍ତୁ ଯାହାଦ୍ୱାରା ଚିନି ସମ୍ପୂର୍ଣ୍ଣ ଭାବେ ମିଶିଯିବ। ଗ୍ୟାସ ବନ୍ଦ କରିଦିଅନ୍ତୁ। ଥଣ୍ଡା ହେବା ପରେ ପେଶି ଦିଅନ୍ତୁ। ସମସ୍ତ ମସଲା ଏବଂ ଅଦା, ପୋଦିନାକୁ ବି ଏକ ଚାମଚ ଚିନି ସହିତ ମିକ୍ସରରେ ପେଶି ଆମ୍ବ ପେଷ୍ଟରେ ମିଶାଇ ଦିଅନ୍ତୁ। ଏବେ ଏହାକୁ ଛଙ୍କାରେ ଛାଣି କାଚ ବୋତଲରେ ଭରିଦିଅନ୍ତୁ। ଏବେ ଏଥିରୁ ଗୋଟେ ଚାମଚ ନେଇ ଗ୍ଲାସରେ ରଖି ଥଣ୍ଡା ପାଣି ମିଶାଇ ସର୍ଭ କରନ୍ତୁ। ଆପଣ ଏହାକୁ ଫ୍ରିଜରେ ରଖି ୨ ମାସ ପର୍ଯ୍ୟନ୍ତ ବି ବ୍ୟବହାର କରିପାରିବେ।

ଆମ୍ବଲା ପନ୍ନା

ସାମଗ୍ରୀ

ତାଜା ଆମ୍ବଲା ବା ଅଁଳା : ୨୫୦ ଗ୍ରାମ, ଗୁଡ ପାଉଡର : ୧୫୦ ଗ୍ରାମ, ଗୋଲମରୀଚ ପାଉଡର : ୧/୪ ଚାମଚ, ବିଟ୍‌ ଲୁଣ : ୧/୨ ଚାମଚ, ସୁଣ୍ଠି ପାଉଡର : ୧/୨ ଚାମଚ, ଅଳେଇଚ ପାଉଡର : ୧/୨ ଚାମଚ, ପାଣି : ୧ ଲିଟର

ପ୍ରସ୍ତୁତି ପ୍ରଣାଳୀ

ଆମ୍ବଲାକୁ ଧୋଇ ୧ କପ୍‌ ପାଣି ସହିତ ମିଶାଇ ପ୍ରେସର କୁକରରେ ଗୋଟେ ସିଟି ଆସିବା ପର୍ଯ୍ୟନ୍ତ ସିଝିବାକୁ ଦିଅନ୍ତୁ। ଥଣ୍ଡା ହେବା ପରେ ଏହାର ମଞ୍ଜି ବାହାର କରି ପେଶି ଦିଅନ୍ତୁ। ଗୁଡକୁ ଏକ କପ୍‌ ପାଣି ସହିତ ୫ ମିନିଟ୍‌ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ବସାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ଆମ୍ବଲାର ଏହି ଜୁସରେ ଗୋଲମରୀଚ, କଳା ଲୁଣ, ସୁଣ୍ଠି, ଅଳେଇଚ ପାଉଡର ଏବଂ ଗୁଡକୁ ଭଲଭାବେ ମିଶାନ୍ତୁ। ପ୍ରସ୍ତୁତ ପନ୍ନାକୁ ଏକ କାଚ ବୋତଲରେ ଭର୍ତ୍ତି କରି ଫ୍ରିଜରେ ରଖିଦିଅନ୍ତୁ। ଯେତେବେଳେ ମନ କରିବ ସେତେବେଳେ ଫ୍ରିଜରୁ ବାହାର କରି ମଜା ନିଅନ୍ତୁ ଆମ୍ବଲା ପନ୍ନାର।

Pritiparna

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

6 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

15 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

49 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

57 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago