ଲାଇଫ୍ ଷ୍ଟାଇଲ୍

କୋହଲା ପାଗରେ ପ୍ରସ୍ତୁତ କରନ୍ତୁ ଗରମା ଗରମ କାକୁଡି ପକୋଡି, କେବେବି ଖାଇନଥିବେ ଏମିତି ସ୍ୱାଦ

ବର୍ଷା ପାଗ ସାଙ୍ଗକୁ ଶୀତୁଆ ଅନୁଭବରେ ଗରମା ଗରମ ପକୋଡି ଖାଇବାକୁ ଇଚ୍ଛା ହୋଇଥାଏ। କୋହଲା ପାଗକୁ ଗରମ ଗରମା ପକୋଡି ଦିନକୁ ଆହୁରି ସୁନ୍ଦର କରିଦିଏ। ଆପଣଙ୍କ ଟେଷ୍ଟକୁ ନଜରରେ ରଖି ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ରେସିପି ନେଇ ଆସିଛୁ। ଆପଣ କାକୁଡି ପକୋଡି କେବେ ଖାଇଛନ୍ତି। ଯଦି ଖାଇନାହାନ୍ତି ତାହେଲେ ଆଜି ହିଁ ପ୍ରସ୍ତୁତ କରି ଖାଆନ୍ତୁ।

ଆବଶ୍ୟକ ସାମଗ୍ରୀ

-ଏକ କପ୍‌ ଅଟା

-ଦୁଇ ଟେବୁଲ ଚାମଚ କଳା ଲୁଣ

-୧/୨ ଚାମଚ ଲାଲ ଲଙ୍କା ପାଉଡର

-୧/୨ ଚାମଚ ଧନିଆ ପାଉଡର

-ଏକ ଚାମଚ କଞ୍ଚା ଲଙ୍କା କଟା ହୋଇଥିବା

-ଦୁଇ ବଡ (ପତଳା କଟା ହୋଇଥିବା କାକୁଡି)

-ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଅଟା, କଳା ଲୁଣ, ଲାଲ ଲଙ୍କା ପାଉଡର, ଧନିଆ ପାଉଡର, କଟା କଞ୍ଚା ଲଙ୍କା ଏକା ସାଥିରେ ମିଶାଇ ଦିଅନ୍ତୁ। ଗାଢ଼ା ଘୋଳ ପ୍ରସ୍ତୁତ କରିବା ପାଇଁ ସେଥିରେ ଅଳ୍ପ ପାଣି ମିଶାଇ ଦିଅନ୍ତୁ। ଏବେ କଡାରେ ତେଲ ଗରମ କରନ୍ତୁ। ଏବେ କାକୁଡିର ଛୋଟ ଛୋଟ ପିସକୁ ନେଇ ଘୋଳରେ ବୁଡାଇ ତେଲରେ ଛାଣି ଦିଅନ୍ତୁ। ଏହା ସୁନେଲୀ ରଙ୍ଗ ହୋଇଗଲା ପରେ ପ୍ଲେଟକୁ ବାହାର କରିଦିଅନ୍ତୁ। ଏବେ ଏହାକୁ ସାଇଡରେ ରଖିଦିଅନ୍ତୁ। ସର୍ଭ କରିବା ପୂର୍ବରୁ ପକୋଡିକୁ ଆଉ ଥରେ ତେଲରେ ଛାଣି ଦିଅନ୍ତୁ। ଯେତେବେଳେ ଏ ଭଲରେ ଭାଜି ହୋଇଯିବ ତାକୁ ବାହାର କରି ସର୍ଭ କରନ୍ତୁ।

Pritiparna

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago