ମାତ୍ର ୧୦ ମିନିଟ୍‌ରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ଓ ପୌଷ୍ଟିକ ଟମାଟୋ ପଲଉ

ଭାତ ଶରୀରକୁ ଶ୍ୱେତସାର ଯୋଗାଇବାର ଏକ ପ୍ରମୁଖ ମାଧ୍ୟମ। ଏଣୁ କଠିନ ପରିଶ୍ରମ କରୁଥିବା ଲୋକେ ପ୍ରତିଦିନ ଭାତ ଖାଇଥାନ୍ତି। ସେହିପରି ଟମାଟୋରୁ ଭିଟାମିନ୍‌-ସି ମିଳିଥାଏ। ଯଦି ଆପଣଙ୍କ ଭାତ ବଳି ପଡ଼ିଛି ତେବେ ସେଥିରେ ଆପଣ ଟମାଟୋ ପଲଉ ତିଆରି କରିପାରିବେ। ଚାଉଳ ଓ ଟମାଟୋକୁ ବ୍ୟବହାର କରି ଆପଣ ଘରେ ହିଁ ସ୍ୱାଦିଷ୍ଟ ଟମାଟୋ ପଲଉ ତିଆରି କରିପାରିବେ। ମାତ୍ର ୧୦ ମିନିଟ୍‌ରେ ଖାଦ୍ୟ ବନାଇବାକୁ ଚାହୁଁଥିଲେ ଟମାଟୋ ପଲଉ ହେଉଛି ଆପଣଙ୍କ ପାଇଁ ସଠିକ୍‌ ବିକଳ୍ପ। ଆସନ୍ତୁ ଜାଣିବା ଟମାଟୋ ପଲଉ ବନାଇବାର ବିଧି…

ଏହାସହ ପଢ଼ନ୍ତୁ: କେବଳ ସୌନ୍ଦର୍ଯ୍ୟ ନୁହେଁ ବରଂ ଏହିସବୁ ରୋଗର କାରଣ ସାଜିଥାଏ ବଡ଼ନଖ

 

ଆବଶ୍ୟକୀୟ ସାମଗ୍ରୀ:

ଭାତ- ୧ କପ୍‌
ଟମାଟୋ- ୩ଟା
କଞ୍ଚା ଲଙ୍କା- ୧ଟି
ଘିଅ- ୨ରୁ ୩ ଚାମଚ
ମଟର- ଅଧ କପ୍‌
କଟା ଧନିଆ- ୨ରୁ ୩ ଚାମଚ
ଭୃସଙ୍ଗ ପତ୍ର- ୮ରୁ ୧୦ ଚାମଚ
ଅଦା- ୧ ଇଞ୍ଚ
ଗରମ ମସାଲା- ୧ ଚାମଚ
ଜିରା- ୧ ଚାମଚ
ଲୁଣ-ଆବଶ୍ୟକ ଅନୁସାରେ
ଡାଲଚିନି- ଅଧ ଇଞ୍ଚ
ଲବଙ୍ଗ, ଗୋଲମରିଚ,ଅଳେଇଚ-୨ଟା

ପ୍ରସ୍ତୁତି ପ୍ରଣାଳୀ:

ପଲଉ ପାଇଁ ଟମାଟୋ ଓ ଲଙ୍କାକୁ ଭଲଭାବେ ବାଟି ଦିଅନ୍ତୁ। ସବୁ ମସଲା ଯଥା: ଡାଲଚିନି, ଅଳେଇଚ, ଲବଙ୍ଗ ଓ ଗୋଲମରିଚକୁ ଖଦଡ଼ିଆ କରି ପେଷି ଦିଅନ୍ତୁ। ଏବେ ପ୍ୟାନ୍‌ରେ ଘିଅ ଗରମ କରି ସେଥିରେ ମଟର ପକାଇ ଭାଜନ୍ତୁ। ମଟର ଟିକେ ଭାଜି ହୋଇଗଲେ ତାକୁ ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ପୁଣି ଥରେ ପ୍ୟାନ୍‌ରେ ଘିଅ ପକାଇ ଜିରା, ପେଷା ହୋଇଥିବା ମସାଲା ପକାଇ ପୁଣି ଥରେ ଭାଜନ୍ତୁ। ଟିକେ ଭାଜି ହୋଇଗଲେ ସେଥିରେ ଟମାଟୋ ଓ ଲଙ୍କା ପେଷ୍ଟ ପକାଇ ଗୋଳାନ୍ତୁ। ପରେ ସେଥିରେ ଅଦା ପେଷ୍ଟ, ଭୃସଙ୍ଗ ପତ୍ର ପକାଇ କଷନ୍ତୁ। ମସଲା ଭଲଭାବେ କଷି ହୋଇଗଲେ ସେଥିରେ ମଟର, ଆବଶ୍ୟକୀୟ ଲୁଣ, ଧନିଆ ପତ୍ର ଓ ଭାତ ପକାଇ ଗୋଳାଇ ଦିଅନ୍ତୁ। ସମସ୍ତ ସାମଗ୍ରୀ ଭାତ ସହ ମିଶିଯିବା ପରେ ଅନ୍ୟ ଏକ ପାତ୍ରକୁ କାଢ଼ି ଗରମାଗରମ ପରଷନ୍ତୁ ଟମାଟୋ ପଲଉ। ପଲଉ ସହିତ ଆପଣ ଦହି କିମ୍ବା ଚିଲି ଆଇଟମ୍‌ ଖାଇପାରିବେ।

WCW 11

Recent Posts

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

50 seconds ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

2 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

2 mins ago

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

43 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

55 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

1 hour ago