ଘରେ ପ୍ରସ୍ତୁତ କରନ୍ତୁ ‘ପନୀର ମସଲା ଦୋସା’, ସ୍ୱାଦ ପୂରା ଅଲଗା

ଦକ୍ଷିଣ ଭାରତର ପ୍ରସିଦ୍ଧ ବ୍ୟଞ୍ଜନ ଦୋସାକୁ ଲୋକମାନେ ଖୁବ୍‌ ପସନ୍ଦ କରନ୍ତି। ଏହା ସ୍ୱାଦରେ ଏକଦମ୍‌ ଜବରଦସ୍ତ ହୋଇଥାଏ। ଦୋସା ବିଭିନ୍ନ ପ୍ରକାରର ଥାଏ, ଯାହାର ସ୍ୱାଦ ଅନେକ ଅନେକ ପ୍ରକାରର ମଧ୍ୟ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ‘ପନୀର ମସଲା ଦୋସା’ ରେସିପି ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହା ପାଇଁ କଣ ସବୁ ସାମଗ୍ରୀ ଦରକାର ଏବଂ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

-୧କପ୍‌ ଚାଉଳ

-୧କପ୍‌ ଭିଜାଇ ରଖିଥିବା ଚାଉଳ

-୧ କପ ଛୋଟ କଟା ହୋଇଥିବା ପନୀର

-୧ ଟେବୁଲ ଚାମଚ କଟା ଧନିଆ ପତ୍ର

-ରୋଷ୍ଟ ପାଇଁ ତେଲ

-ସ୍ୱାଦାନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ

-ଚାଉଳକୁ ଦୁଇ ଘଣ୍ଟା ପଯ୍ୟର୍ନ୍ତ ଭିଜାଇ ରଖିଦିଅନ୍ତୁ।

-ଏହାପରେ ଏହାକୁ ଗ୍ରାଇଣ୍ଡିଂ କରି ପେଷ୍ଟ କରନ୍ତୁ।

-ଏଥିରେ ଆବଶ୍ୟକ ଅନୁଯାୟୀ ଲୁଣ ପକାନ୍ତୁ।

-ଏହାପରେ ଏଥିରେ ପନୀର, କଞ୍ଚା ଲଙ୍କା, ଧନିଆ ପତ୍ର ମିଶାଇ ମିକ୍ସ କରନ୍ତୁ।

-ଏବେ ଏକ ପତଲା ତାଓ୍ଵାରେ ଏକ ବଡ ଚାମଚରେ ମିଶ୍ରଣକୁ ପକାଇ ଗୋଲ କରି ବୁଲାଇ ଦିଅନ୍ତୁ।

-ଏବେ ଦୋସାର ଚାରିପାଖରେ ସାମାନ୍ୟ ତେଲ ପକାନ୍ତୁ।

-ଏହା ଭଲଭାବେ ହୋଇଗଲା ପରେ ନଡିଆ ଚଟଣୀ କିମ୍ବା ସମ୍ଭର ସହିତ ଗରମା ଗରମା ଟେଷ୍ଟ କରନ୍ତୁ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

21 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

35 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

50 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago