ମଧୁମେହ ରୋଗରୁ ମୁକ୍ତି ଦେବ ଆମ୍ବପତ୍ରର ଔଷଧୀୟ ଗୁଣ, ଜାଣନ୍ତୁ କିପରି କରିବେ ବ୍ୟବହାର

ଫଳର ରାଜା ଆମ୍ବ। ଏହାର ଉପକାରୀ ଗୁଣ ସମ୍ପର୍କରେ ପ୍ରାୟ ଅଧିକାଂଶ ଲୋକଙ୍କୁ ଜଣା। ମାତ୍ର କ’ଣ ଆପଣ ଏହା ପତ୍ରର ଉପକାରୀ ଗୁଣ ସମ୍ପର୍କରେ ଜାଣନ୍ତି? ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ବି, ଇ ଓ ସି ଭରି ରହିଥାଏ। ଏଥିରେ ଥିବା ଔଷଧୀୟ ଗୁଣ ମଧୁମେହ ରୋଗରୁ ମୁକ୍ତି ଦେଇଥାଏ। ତେବେ ଜାଣନ୍ତୁ ଆମ୍ବପତ୍ରର ବ୍ୟବହାର କିପରି ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।

ଆମ୍ବପତ୍ରର କାଢ଼ା ପିଇବା ଫଳରେ ଶ୍ୱାସରୋଗୀ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ପୋଡି ଯାଇଥିବା ଅଂଶରେ ଏହି ପତ୍ରର ପାଉଁଶ ଲଗାଇବା ଫଳରେ ଆରାମ ମିଳିଥାଏ।

ବାରମ୍ବାର ହାକୁଡି ସମସ୍ୟାରୁ ମଧ୍ୟ ଆମ୍ବପତ୍ର ମୁକ୍ତି ଦେଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ପତ୍ରକୁ ଫୁଟାଇ କୁଳୁକୁଳୁ କଲେ ଏହା ବନ୍ଦ ହୋଇଥାଏ।

ଆମ୍ବପତ୍ର ସେବନରେ କିଡ୍‌ନୀ ଷ୍ଟୋନ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାର ଗୁଣ୍ଡକୁ ପାଣିରେ ମିଶାଇ ପିଇବାର କିଛିଦିନ ପରେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବେ। ରକ୍ତଚାପ ରୋଗୀ ଗାଧୋଇବା ବେଳେ ଆମ୍ବ ପତ୍ରକୁ ଫୁଟାଇ ସେହି ପାଣିରେ ଗାଧୋଇବା ଫଳରେ ଏଥିରୁ ମୁକ୍ତି ମିଳିଥାଏ।

ଆମ୍ବପତ୍ର ଗୁଣ୍ଡକରି ପ୍ରତିଦିନ ଖାଇବା ଫଳରେ ମଧୁମେହ ନିୟନ୍ତ୍ରିତ ହୋଇଥାଏ। ତେବେ ଏହି ସବୁର ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ।

Swagatika

Recent Posts

ଆଇଫୋନରେ ମିଳୁଛି ୨୧% ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଯଦି ଆପଣ ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ବର୍ତ୍ତମାନ ଇ-କମର୍ସ…

5 mins ago

ଆଜି କଂଗ୍ରେସ ୱାର୍କିଂ କମିଟି ବୈଠକ, ବିରୋଧୀ ଦଳ ନେତା ହୋଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ଫଳାଫଳ ପରେ ଆଜି ବସିବ କଂଗ୍ରେସ ୱାର୍କିଂ କମିଟି ବୈଠକ । ଏଥିରେ ଦଳର…

32 mins ago

ପୁଣି ଟିଟ୍ବେଣ୍ଟି ବିଶ୍ବକପରେ ବଡ଼ ବିପର୍ଯ୍ୟୟ, ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ

ଟି୨୦ ବିଶ୍ବକପରେ ପୁଣି ବଡ଼ ଓଲଟପାଲଟ । ସର୍ପରାଇଜ୍ ଦେଲା ଆଫଗାନିସ୍ତାନ । ହାରିଲା ନ୍ୟୁଜିଲାଣ୍ଡ । ୧୬୦ ରନର…

41 mins ago

ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ, ୬ ଗୁରୁତର

ଜଳେଶ୍ବର (କେନ୍ୟୁଜ): ପଶ୍ଚିମବଙ୍ଗର ୧୬ ନମ୍ବର ଜାତୀୟ ରାଜପଥ ନାରାୟଣଗଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବିଳମ୍ବିତ…

48 mins ago

ଜଳପ୍ରପାତରେ ଗାଧୋଇବା ପାଇଁ ପ୍ଲାନ୍‌ କରିଥିଲେ ସବୁ ସାଙ୍ଗ, କିନ୍ତୁ ଚାଲିଗଲା ଜଣଙ୍କ ଜୀବନ

ରାୟଗଡ଼ା(କେନ୍ୟୁଜ): ମୃତ୍ୟୁ କେତେବେଳେ ଯେ ଆସେ ତାର ସମୟ ନଥାଏ । ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । କିନ୍ତୁ…

50 mins ago

ପେଟ୍ରୋଲ ଓ ଡିଜେଲ ଦରରେ ହେଲା ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍‌

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା ରହିଛି ।…

2 hours ago