ଲାଇଫ୍ ଷ୍ଟାଇଲ୍

ଆମ୍ବ ପତ୍ର ଡାଇବେଟିସ୍‌ରେ ଉପକାରୀ, ସୁଗାର ଲେବଲକୁ ନିୟନ୍ତ୍ରଣ କରିବା ପାଇଁ ଏପରି କରନ୍ତୁ ବ୍ୟବହାର

ଆଜିର ଖରାପ ଲାଇଫ୍‌ଷ୍ଟାଇଲ ଓ ଖାଇବା ଅଭ୍ୟାସ ଯୋଗୁ ଲୋକମାନେ ଅନେକ ପ୍ରକାରର ରୋଗରେ ଶିକାର ହେବାକୁ ଲାଗିଛନ୍ତି । ସେହି ସବୁ ରୋଗ ମଧ୍ୟରୁ ଗୋଟିଏ ହେଉଛି ଡାଇବେଟିସ୍‌ । ବର୍ତ୍ତମାନ ଏହି ରୋଗ ଦେଶରେ ବହୁତ ଶୀଘ୍ର ବ୍ୟାପୁଛି । ଏହା ସହ ଡାଇବେଟିସ୍‌କୁ କେବେ ହେଲେ ସମ୍ପୂର୍ଣ୍ଣ ଦୂର କରାଯାଇପାରିବ ନାହିଁ, ଏହାକୁ କେବଳ ନିୟନ୍ତ୍ରଣ କରାଯାଇପାରିବ । ଏହି ରୋଗର ରୋଗୀମାନଙ୍କୁ ସେମାନଙ୍କର ଖାଇବା ଅଭ୍ୟାସର ଅଧିକ ଯତ୍ନ ନେବା ଉଚିତ । ଯେପରି ଏହି ରୋଗୀ ମିଠାକୁ ଖାଇବା ଏଡାଇବା ସେମାନଙ୍କ ପାଇଁ ଭଲ ହୋଇଥାଏ । ଏହା ସହ ଆପଣ ନିଜ ଖାଦ୍ୟରେ ଏପରି ସବୁ ଜିନିଷ ସାମିଲ କରିବା ଉଚିତ, ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ସୁଗାର ଲେବଲ ନିୟନ୍ତ୍ରଣ ରହିବ । ତେବେ ଡାଇବେଟିସ୍‌ ରୋଗୀମାନେ ଆମ୍ବ ପରି ଫଳ ଖାଇପାରିବେ ନାହିଁ କାରଣ ଏହା ଅଧିକ ମିଠା ହୋଇଥାଏ । କିନ୍ତୁ ଆମ୍ବ ପତ୍ର ଡାଇବେଟିସ୍‌ ରୋଗୀଙ୍କ ପାଇଁ ଔଷଧ ଭଳି କାମ କରିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଡାଇବେଟିସ୍‌ ରୋଗୀମାନେ ଏହାକୁ କିପରି ବ୍ୟବହାର କରିବେ ।

ଜାଣନ୍ତୁ ଅନେକ ଗୁଣର ଖଣି ହୋଇଥାଏ ଆମ୍ବ ପତ୍ର :
ଡାଇବେଟିସ୍‌ ଚିକିତ୍ସାରେ ଆମ୍ବ ପତ୍ର ବହୁତ ଲାଭଦାୟକ ହୋଇଥାଏ । ବ୍ଲଡ ସୁଗାର ଲେବଲକୁ ସନ୍ତୁଳିତ କରିବାରେ ଏହାର ପତ୍ର ଅତ୍ୟନ୍ତ ପ୍ରଭାବଶାଳୀ । ସେହି ପତ୍ରଗୁଡ଼ିକରେ ଆଣ୍ଟୋସିୟାନିଡିନ ନାମକ ଏକ ଟେନିନ୍ ମିଳିଥାଏ, ଯାହା ଡାଇବେଟିସ୍‌ ରୋଗଙ୍କ ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ । ଏଥିରେ ୩ ବିଟା ଟେରେକ୍ସରୋଲ ଏବଂ ଇଥିଲ ଏସିଟେଟ ମଧ୍ୟ ରହିଥାଏ, ଯାହା ହାଇପରଗ୍ଲାଇସେମିଆ ବା ବଢିଥିବା ସୁଗାର ଲେବଲକୁ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଆମ୍ବ ପତ୍ରରେ ଭିଟାମିନ୍ C ଏବଂ ଫାଇବର ମଧ୍ୟ ମିଳିଥାଏ । ଆମ୍ବ ପତ୍ରରେ ଫେନୋଲିକ୍ ପରି ଯୌଗିକ, ମ୍ୟାଗିଫେରିନ୍ ପରି ପଲିଫେନୋଲ୍, ଗାଲିକ୍ ଏସିଡ୍, ଫ୍ଲାଭୋନାଏଡ୍ ଏବଂ ଅନେକ ଉପାଦାନ ମିଳିଥାଏ । ଆମ୍ବ ପତ୍ରରେ ଇନସୁଲିନ୍ ଉତ୍ପାଦନ କରିବାରେ ଏବଂ ଗ୍ଲୁକୋଜକୁ ଶରୀରରେ ସ୍ଥିର ରକ୍ଷିବାର କ୍ଷମତା ରଖିଥାଏ । ଯାହାଫଳରେ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ ।

ଆମ୍ବ ପତ୍ର କିପରି ବ୍ୟବହାର କରିବେ ?
ଡାଇବେଟିସ୍‌ ପାଇଁ ଆମ୍ବ ପତ୍ର ବ୍ୟବହାର କରିବାକୁ ହେଲେ, ପ୍ରଥମେ ୧୦ ରୁ ୧୫ଟି ଆମ୍ବ ପତ୍ରକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏହା ପରେ ଏକ ବଡ ପାତ୍ରରେ ଅଧା ପାଣି ନେଇ ସେଥିରେ ଆମ୍ବ ପତ୍ରକୁ ପକାଇ ଫୁଟାନ୍ତୁ । ପତ୍ର ଫୁଟାଇବା ପରେ ସେମାନଙ୍କୁ ୮ ରୁ ୯ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ସେହି ପାଣିକୁ ଛାଣନ୍ତୁ ଏବଂ ସକାଳେ ଖାଲି ପେଟରେ ପିଅନ୍ତୁ । ତେବେ ଆପଣ ଏପରି କିଛି ମାସ କରି, ନିଜର ସୁଗାର ଲେବଲକୁ ନିୟନ୍ତ୍ରଣ କରିପାରିବେ ।

 

D Sonali

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

4 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

19 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

30 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

40 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago