ଲାଇଫ୍ ଷ୍ଟାଇଲ୍

ପୁରୁଷଙ୍କ ଚେହେରାକୁ ଆକର୍ଷଣୀୟ ବନାଇବ ଏହିସବୁ ଫେସପ୍ୟାକ୍, ଥରେ ନିଶ୍ଚିତ ଟ୍ରାଏ କରନ୍ତୁ

ଯୁବତୀମାନଙ୍କ ଭଳି ପୁରୁଷମାନଙ୍କ ମୁହଁରେ ମଧ୍ୟ ବ୍ରଣ, ଦାଗ , ବ୍ଲାକହେଡସ ଇତ୍ୟାଦି ବାହାରିଥାଏ। ନିଜର ତ୍ବଚାକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟକୁ ଆପଣେଇଥାନ୍ତି। ଆଉ ଯୁବତୀମାନଙ୍କ ତୁଳନାରେ ପୁରୁଷମାନେ ନିଜର ମୁହଁର ଯତ୍ନ କମ୍ ନେଇଥାନ୍ତି। ଯେଉଁଥିପାଇଁ ସେମାନଙ୍କ ମୁହଁର ଉଜ୍ବଳତା ଏବଂ ଆକର୍ଷଣ କମିଯାଏ। । କିନ୍ତୁ ଏହି ତ୍ବଚାର ଯତ୍ନ କିମ୍ବା ବିୟୁଟି ମାସ୍କକୁ ପୁରୁଷମାନେ ସବୁବେଳେ ଅଣଦେଖା କରିଥାନ୍ତି ।

ପୁରୁଷମାନେ ନିଜ ତ୍ବଚାର ଯତ୍ନ ପ୍ରତି ସଚେତନ ନହେବା କାରଣରୁ କମ୍ ବୟସରେ ହିଁ ଚେହେରାରେ ବୟସର ଛାପ ଦେଖାଯାଇଥାଏ । ଏହାଛଡ଼ା ବ୍ରଣ, ବ୍ଲାକହେଡ୍ ଓ ବ୍ରଣଜନିତ କଳାଦାଗ ଭଳି ଅନେକ ତ୍ବଚା ସମ୍ବନ୍ଧୀୟ ସମସ୍ୟା ରହିଛି, ଯାହାକି ପୁରୁଷଙ୍କ ଠାରେ ଅଧିକ ଥାଏ । ତେଣୁ ପୁରୁଷମାନେ ମଧ୍ୟ ନିଜ ତ୍ୱଚାର ଧ୍ୟାନ ରଖିବା ଉଚିତ୍। ଏଥିପାଇଁ ପୁରୁଷ ମାନଙ୍କ ପାଇଁ ମଧ୍ୟ ଅନେକ କିଛି ବିୟୁଟି ମାସ୍କ ମଧ୍ୟ ରହିଛି ।

କିଛି ଏମିତି ଉପାୟ ରହିଛି ତାହାକୁ ଆପଣାଇ ପୁରୁଷମାନେ ନିଜ ତ୍ବଚା ଏବଂ ଚେହେରାର ଆକର୍ଷଣୀୟ ଏବଂ ଚମକଦାର ତ୍ବଚା ପାଇପାରିବେ। ଏହି ଉପାୟ ଆପଣାଇ ଦାଗ, ବ୍ରଣ, ବ୍ଲାକ ହେଡସ, ଲୋଚାକୋଚା ଚର୍ମର ସମସ୍ତ ସମସ୍ୟାରୁ ଛୁଟକାରା ପାଇପାରିବେ। ତେବେ ଜାଣନ୍ତୁ ପୁରୁଷମାନେ କେମିତି ନେବେ ଯତ୍ନ:

ଟମାଟୋ ରସରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ। ତେଣୁ ସପ୍ତାହକୁ ଅତି କମରେ ଦୁଇ ଥର ଟମାଟୋ ଜୁସରେ ଅଳ୍ପ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏହାକୁ ମୁହଁ ଠାରୁ ଆରମ୍ଭ କରି ବେକ ପର୍ଯ୍ଯନ୍ତ ଲଗାଇଦିଅନ୍ତୁ। ଏହା ଶୁଖିଗଲା ପରେ ମୁହଁକୁ ଧୋଇଦିଅନ୍ତୁ। ଏମିତି କଲେ ତ୍ବଚାରେ ଉଜ୍ବଳତା ଆସିବ।

PC: Scooper

ସେହିପରି ପୁରୁଷମାନେ ବ୍ରଣ, ଦାଗ, ଟ୍ୟାନିଂରୁ ଛୁଟକାରା ପାଇବା ପାଇଁ ବେସନ ଦହିକୁ ମିଶାଇ ଫେସପ୍ୟାକ୍ କରି ଲଗାନ୍ତୁ। ଆପଣ ଚାହିଁଲେ ସମାନ ମାତ୍ରାରେ ଦହି ଓ ବେସନକୁ ମିଶାଇ ମୁହଁ ଓ ବେକରେ ୧୦ରୁ ୧୫ ମିନିଟ ଲଗାଇ ଦିଅନ୍ତୁ। ଏହା ଶୁଖିଗଲା ପରେ ପରିଷ୍କାର ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ୨ ଥର ଏପରି ଉପାୟ କରନ୍ତୁ।

ତେଲିଆ ତ୍ବଚା ପାଇଁ ବ୍ରଣ ଇତ୍ୟାଦି ଛୁଟକାରା ପାଇବାକୁ ଚାହୁଁଥିଲେ, ସେଓ ଖଣ୍ଡକୁ ଭଲଭାବେ ପେଷ୍ଟ କରିଦିଅନ୍ତୁ, ସେଥିରେ ୧ ଚାମଚ ଦହି, ୧ ଚାମଚ ଲେମ୍ବୁ ରସମିଶାଇ ମୁହଁରେ ଲଗାନ୍ତୁ। ୧୦ରୁ ୧୫ ମିନିଟ ପର୍ଯ୍ଯନ୍ତ ଶୁଖିଗଲା ପରେ ପାଣିରେ ଧୋଇଦିଅନ୍ତୁ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago