ସ୍ପେଶାଲ

ଆଫ୍ରିକୀୟ ଦେଶ ରଓ୍ଵାଣ୍ଡା; ଯେଉଁଠି ବାର୍‌ରେ ବସି ମଦ ନୁହେଁ, କ୍ଷୀର ପିଇ ଥାଆନ୍ତି ଲୋକେ! ପିଏମ୍‌ ମୋଦି ଦାନ ଦେଇ ସାରିଛନ୍ତି ୨୦୦ ଗାଈ

ଆଫ୍ରିକୀୟ ଦେଶ ରଓ୍ଵାଣ୍ଡାର ରାଜଧାନୀ କିଗାଲୀରେ ବାର୍‌ଗୁଡ଼ିକ ଖୋଲା ଅଛି। ଏଠାରେ ଲୋକଙ୍କର ନାହିଁ ନ ଥିବା ଭିଡ଼ ଜମୁଛି। କିନ୍ତୁ ଏଠି କହି ରଖୁଛୁ, ଏଠାରେ ବାର୍‌ରେ ମଦ ପରସା ଯାଇ ନ ଥାଏ, ବରଂ କ୍ଷୀର ଦିଆଯାଇଥାଏ। ଟ୍ୟାପ୍‌ରୁ ମଦ ଜାଗାରେ କ୍ଷୀର ବାହାରିଥାଏ। ଲୋକେ ନିଜ ପରିବାର, ସାଙ୍ଗସାଥୀ ଏବଂ ବେଳେବେଳେ ନିଜେ ମଧ୍ୟ ଏକୁଟିଆ ଆସି କ୍ଷୀରର ମଜା ନେଇ ଥାଆନ୍ତି। ଖବର ମୁତାବକ, କିଗାଲୀରେ ଲୋକେ ପ୍ରାୟତଃ ସବୁଦିନ ବାର୍‌କୁ ଆସି କ୍ଷୀର ପିଅନ୍ତି। ଏହା ସେମାନଙ୍କ ପରମ୍ପରାର ଏକ ଅଂଶ ବିଶେଷ ବନିଯାଇଛି। ଜଣେ ମୋଟର ସାଇକେଲ ଟ୍ୟାକ୍ସି ଡ୍ରାଇଭର ଜୀନ୍‌ ବୋସ୍କୋ କୁହନ୍ତି, ‘ମୋତେ କ୍ଷୀର ପସନ୍ଦ, କାହିଁକିନା, ଏହା ମୋତେ ଶାନ୍ତ ରଖିଥାଏ। ଚିନ୍ତା କମ୍‌ କରିଥାଏ’। ଜୀନ୍‌ ଏବଂ ତାଙ୍କ ଭଳି ଅନେକ ଲୋକ କିଗାଲୀର ଏହି ମିଲ୍କ ବାର୍‌ରେ ପ୍ରତିଦିନ ବସୁଥିବାର ଦେଖିବାକୁ ମିଳି ପାରିବେ।

ରଓ୍ଵାଣ୍ଡାରେ କ୍ଷୀର ସମସ୍ତଙ୍କର ଏକ ପ୍ରିୟ ପେୟ ହୋଇଥାଏ। ମିଲ୍କ ବାର୍‌ ଏକ ଏମିତି ଜାଗା, ଯେଉଁଠି ସମାଜର ପ୍ରତ୍ୟେକ ବର୍ଗର ଲୋକେ ଏକାଠି ବସି ମିଳାମିଶା କରିବା ସହ ଆଳାପ କରିଥାଆନ୍ତି। ପୁରୁଷ ଏବଂ ମହିଳାମାନେ ସାରା ଦିନ ବେଞ୍ଚ୍‌ ଓ ଚୌକିରେ ବସିଥିବାର ଦେଖା ଯାଆନ୍ତି। ସେମାନଙ୍କ ସାମ୍ନାରେ କାଚ ମଗ୍‌ରେ କିଛି ଲିଟର କ୍ଷୀର କିମ୍ବା ୟୋଗର୍ଟ ଭଳି କ୍ଷୀର ରଖାଯାଇଥାଏ, ଯାହାକି ସ୍ଥାନୀୟ ଅଞ୍ଚଳରେ ‘ikivuguto’ ରୂପରେ ଜଣାଯାଇଥାଏ।

ଲୋକେ ନିଜ ନିଜର ପସନ୍ଦ ମୁତାବକ ଗରମ କିମ୍ବା ଥଣ୍ଡା କ୍ଷୀର ପିଇ ଥାଆନ୍ତି। କିଛିଜଣ ନିଜ କପ୍‌କୁ ଗୋଟିଏ ଥରରେ ଶେଷ କରିବାର ପୁରୁଣା ପରମ୍ପରାକୁ ନିଭାଇ ଥାଆନ୍ତି। ସେହିପରି ଆଉ କିଛି ଲୋକ କେକ୍‌, ରୁଟି ଏବଂ କଦଳୀ ଭଳି ସ୍ନାକ୍ସ ଖାଇବା ସମୟରେ କ୍ଷୀରକୁ ଧୀରେ ଧୀରେ ପିଇବାକୁ ପସନ୍ଦ କରି ଥାଆନ୍ତି। ବିଗତ ଏକ ଦଶନ୍ଧି ଭିତରେ ମିଲ୍କ ବାର୍‌ ସବୁ ଜାଗାରେ ଖୋଲି ଯାଇଛି। କ୍ଷୀର ଏହି ଦେଶର ସଂସ୍କୃତି, ଇତିହାସ ଏବଂ ପରିଚୟ ସହ ଯୋଡ଼ି ହୋଇ ରହିଛି। ଏତିକି ହିଁ ନୁହେଁ, ଏବେ ଏହା ଦେଶର ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଉଛି। ରଓ୍ଵାଣ୍ଡାରେ ଗାଈ ଏବେ ଆମଦାନୀର ବଡ଼ ଜରିଆ ବନି ଯାଇଛି ଏବଂ ଏହା ମର୍ଯ୍ୟାଦାକୁ ମଧ୍ୟ ବଜାୟ ରଖିଛି।

୧୯୯୪ରେ ଦେଶରେ ହୋଇଥିବା ନରସଂହାରରେ ପାଖାପାଖି ୮ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ତୁତ୍ସୀ ଜାତିର ଥିଲେ। ଏମାନେ ମୁଖ୍ୟତଃ ମେଷ ଏବଂ ଗାଈ ପାଳକ ରୂପରେ ପ୍ରସିଦ୍ଧ ଥିଲେ। ଯେମିତି ହିଁ ଦେଶ ନରସଂହାରରୁ ଧୀରେ ଧୀରେ ସାମାନ୍ୟ ଅବସ୍ଥାକୁ ଫେରିଥିଲା, ତ ରଓ୍ଵାଣ୍ଡା ସରକାର ଗାଈମାନଙ୍କୁ ପୁଣିଥରେ ଅର୍ଥବ୍ୟବସ୍ଥାକୁ ବିକଶିତ କରିବା ଏବଂ କୁପୋଷଣ ସହ ଲଢ଼ିବାର ମାଧ୍ୟମ ରୂପେ ଦେଖିବା ଆରମ୍ଭ କରି ଦେଇଥିଲେ।

ରାଷ୍ଟ୍ରପତି ପଲ୍‌ କାଗାମେ ୨୦୦୬ରେ ‘ଗିରିଙ୍କା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, ଯାହାର ଉଦ୍ଦେଶ୍ୟ ସବୁ ଗରିବ ପରିବାରଙ୍କୁ ଗୋଟିଏ ଲେଖାଏ ଗାଈ ପ୍ରଦାନ କରିବା। କୃଷି ଏବଂ ପଶୁ ସଂସାଧନ ମନ୍ତ୍ରାଳୟ ଅନୁସାରେ, ଏହି ଯୋଜନା ଏ ପର୍ଯ୍ୟନ୍ତ ସାରା ଦେଶରେ ୩୮୦,୦୦୦ରୁ ଅଧିକ ଗାଈଙ୍କୁ ବଣ୍ଟନ କରିଛି। ଏଥିରେ ଘରୋଇ କମ୍ପାନୀ, ସହାୟତା ଏଜେନ୍ସି ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଦେଶୀ ନେତାମାନଙ୍କର ମଧ୍ୟ ଯୋଗଦାନ ରହିଛି। ପିଏମ୍‌ ମୋଦି ଏଠାରେ ଏକ ଗାଁରେ ୨୦୦ ଗାଈ ଦାନ ଦେଇଛନ୍ତି।

Roshni

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

49 mins ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

1 hour ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

1 hour ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

1 hour ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

2 hours ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

2 hours ago