ସ୍ପେଶାଲ

ବଜାରରେ ମିଳୁଥିବା ମଇଦା ଓ ଚାଉଳ ଗୁଣ୍ଡ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ, fssai ଦେଲା ସୂଚନା

ସାଧାରଣତଃ ଫେଷ୍ଟିଭାଲ ସିଜିନରେ ସ୍ୱିଟ ଡିସ୍‌ ବା ମିଠା ଖାଦ୍ୟର ଡିମାଣ୍ଡ ବଢ଼ିଯାଇଥାଏ। ଘରେ ହଉ କିମ୍ବା ବାହାରେ ସବୁଠି ମିଠାର ଆସର ଜମିଯାଏ। ଏହା ବିଶେଷ କରି ମଇଦା ଓ ଚାଉଳରୁ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଏସବୁ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୁକ୍ତ? ତାହା କେବେ ଆପଣ ଭାବିଛନ୍ତି । ଅଧିକ ଲାଭ ଓ ଭଲ ସ୍ୱାଦ ପାଇବା ଆଶାରେ ଆମେ ମଇଦା ତଥା ଚାଉଳ ଅଟାକୁ ଖାଦ୍ୟରେ ବ୍ୟବହାର କରିଥାଉ। କିନ୍ତୁ ଏହାକୁ କିଣିବା ସମୟରେ ଆମେ ଏହାର କ୍ୱାଲିଟି ପ୍ରତି ଅଣଦେଖା କରିଥାଉ।

ବଜାରରେ ଏହାକୁ ନେଇ ଅନେକ ଫ୍ରଡ କାମ କରାଯାଉଛି।  ରିପୋର୍ଟ ଅନୁଯାୟୀ, କମ୍ପାନୀ ଅଧିକ ଲାଭ ପାଇବା ଆଶାରେ ସବୁ ଜିନିଷରେ ଏବେ କେମିକାଲ ମିଶାଉଛନ୍ତି। ତେବେ ଏଥିରୁ ଚାଉଳ ଓ ମଇଦା ମଧ୍ୟ ବାଦ୍‌ ପଡ଼ିନାହାନ୍ତି। ଶୁଣିବାକୁ ମିଳୁଛି ଯେ ଅଧିକ ଲାଭ ପାଇବା ଆଶାରେ କମ୍ପାନୀ ଏଥିରେ ବୋରିକ ଏସିଡ଼ ମିଶାଉଛି। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ। ଧଳା ଖାଦ୍ୟ ପଛରେ ଏଭଳି କଳା ରହସ୍ୟ ସମ୍ପର୍କରେ ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କିନ୍ତୁ ଏହା ସତ। ଏହାକୁ ନେଇ ରିପୋର୍ଟ ଦେଇଛି ଖୋଦ୍‌ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ଼ ଅଫ ଇଣ୍ଡିଆ କମ୍ପାନି। ଲୋକଙ୍କୁ ସଚେତନ କରିବା ପାଇଁ ଏଫଏସ୍‌ଏସଏଆଇ ଅଫିସିଆଲ େଓ୍ଵବସାଇଟ ଟ୍ଵିଟରରେ ଭିଡ଼ିଓ ପୋଷ୍ଟ ମଧ୍ୟ କରିଛନ୍ତି । ଯେଉଁଥିରେ ବୋରିକ ଏସିଡ଼ ମିଶିଥିବା ମଇଦା ଓ ଚାଉଳ ଅଟାକୁ କିପରି ଚିହ୍ନିବେ ସେସମ୍ପର୍କରେ କୁହାଯାଇଛି।

ମଇଦା ଓ ଚାଉଳରେ ବୋରିକ ଏସିଡ ଚିହ୍ନିବା ପାଇଁ ପ୍ରଥମେ ଏକ ଟେଷ୍ଟ ଟ୍ୟୁବରେ ୧ ଗ୍ରାମ ମଇଦା ନିଅନ୍ତୁ। ପରେ ୫ ଏମଏଲର ପାଣି ମିଶାନ୍ତୁ। ଏହାପରେ ଟେଷ୍ଟ ଟ୍ୟୁବରେ କନସନଟ୍ରେଟେଡ ଏଚସିଏଲ୍‌ ର କିଛି ବୁନ୍ଦା ଏହି ମିଶ୍ରଣରେ ପକାନ୍ତୁ। ଏହି ସଲ୍ୟୁସନରେ ଟରମରିକ ପେପର ପକାନ୍ତୁ। ଯଦି ମଇଦା ବା ଚାଉଳ ଅଟା ଶୁଦ୍ଧ ହୋଇଥାଏ ତେବେ ପେପର ରଙ୍ଗରେ କୌଣସି ପରିବର୍ତ୍ତନ ହେବ ନାହିଁ ।କିନ୍ତୁ ପେପର ରଙ୍ଗ ନାଲି ପଡ଼ିଲେ ଜାଣିବେ ଏଥିରେ କେମିକାଲ ମିଶାଯାଇଛି।

ଏହି କେମିକାଲ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ ହୋଇଥାଏ। ଏହାର ସାଇଡ ଇଫେକ୍ଟରେ ପେଟ ଯନ୍ତ୍ରଣା, ଜ୍ୱର, ତ୍ୱଚାରେ ଲାଲା ଦାଗ ହେବା ସହ ପୋଲ୍ଵିକ ଇନଫ୍ଲେମେଟରୀ ଏବଂ ହାଇ ବ୍ଲଡ ପ୍ରେସର ଭଳି ସମସ୍ୟା ଦେଖାଯାଏ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago