ଲାଇଫ୍ ଷ୍ଟାଇଲ୍

ସକାଳୁ ଉଠିବା ମାତ୍ରେ ଶରୀରରେ ହେଉଛି କି ଅସହ୍ୟ ଯନ୍ତ୍ରଣା ? ଜାଣନ୍ତୁ କ’ଣ ପାଇଁ ହୁଏ ଏମିତି

ଲୋକମାନେ ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ରାତିସାରା ଏକ ଭଲ ନିଦରେ ଶୋଇବା ପରେ ମଧ୍ୟ ସକାଳୁ ଉଠିବା ପରେ ଆପଣଙ୍କ ଶରୀରରେ ଯନ୍ତ୍ରଣା ଅନୁଭବ ହେଉଛି କି ? ଯଦି ହଁ ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଆପଣ ଯଦି ଏହାକୁ ସାଧାରଣ ସମସ୍ୟା ଭାବୁଛନ୍ତି, ତାହେଲେ ଏପରି ଭୁଲ କରନ୍ତୁ ନାହିଁ । ନଚେତ ଆଗକୁ ଯାଇ ବଡ଼ ସମସ୍ୟା ହୋଇପାରେ । ସୂଚନା ମୁତାବକ, କିଛି ବିଶେଷଜ୍ଞ ଶରୀରରେ ଯନ୍ତ୍ରଣା ଏବଂ କଷ୍ଟ ହେବାର କାରଣ ଲୋକମାନଙ୍କୁ ଜଣାଇଛନ୍ତି । ସେ କହିଛନ୍ତି ଯେ ଯଦି ଆପଣ ସକାଳୁ ଉଠିବା ସମୟରେ ଆପଣଙ୍କ ଶରୀର ବହୁତ ଯନ୍ତ୍ରଣା ହେଉଛି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ସଙ୍କେତ ନୁହେଁ । ସେମାନେ ଏହା ମଧ୍ୟ କହିଛନ୍ତି ଯେ ସକାଳୁ ଉଠିବାବେଳେ କେଉଁ ୫ଟି କାରଣ ଯୋଗୁ ଶରୀରରେ ଯନ୍ତ୍ରଣା ହୋଇଥାଏ ।

ଭିଟାମିନ୍ D ଅଭାବ : ଯେତେବେଳେ ଲୋକଙ୍କ ଶରୀରରେ ଭିଟାମିନ୍ D ର ଅଭାବ ହୋଇଥାଏ, ତେବେ ଶରୀରରେ କ୍ୟାଲସିୟମ୍ ଲେବଲ କମିଯାଏ । ତେବେ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା କିଡନୀ ଏବଂ ମାଂସପେଶୀ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ କ୍ୟାଲସିୟମ ଉପରେ ନିର୍ଭର କରିଥାଏ । ହାଡକୁ ମଜ୍‌ବୁତ ଏବଂ ହେଲ୍‌ଦି ରଖିବା ପାଇଁ କ୍ୟାଲସିୟମ ମଧ୍ୟ ଆବଶ୍ୟକ ହୋଇଥାଏ । ଭିଟାମିନ୍ D ର ଅଭାବ ହେତୁ କ୍ୟାଲସିୟମ୍ ଶରୀରରେ ଅବଶୋଷିତ ହୁଏ ନାହିଁ, ତେଣୁ ସକାଳୁ ଉଠିବା ସମୟରେ ହାଡରେ ଯନ୍ତ୍ରଣା ହୋଇଥାଏ ।

ଏନିମିୟା : ଏନିମିୟା ଲୋକମାନଙ୍କୁ ସେତେବେଳେ ହୋଇଥାଏ ଯେତେବେଳେ ସେମାନଙ୍କ ଶରୀରରେ ରେଡ୍‌ ବ୍ଲଡ଼ ସ୍ଲେସ୍‌ର ଅଭାବ ହୋଇଥାଏ । ଏହି କାରଣରୁ ଶରୀରର ଟିସୁଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍‌ ଠିକ୍‌ ଭାବେ ପାଇନଥାନ୍ତି । ରେଡ୍‌ ବ୍ଲଡ଼ ସ୍ଲେସ୍‌ର ଅଭାବ ଯୋଗୁ ଶରୀରର ଅନେକ ଅଂଶ ସଠିକ୍ ଭାବେ ଅକ୍ସିଜେନ୍‌ ପାଏ ନାହିଁ, ଯାହାଦ୍ୱାରା ସକାଳେ ଉଠିବା ପରେ ମଧ୍ୟ ଶରୀରରେ ନିରନ୍ତର ଯନ୍ତ୍ରଣା ଅନୁଭବ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ରେଡ୍‌ ବ୍ଲଡ଼ ସ୍ଲେସ୍‌ର ଅଭାବର ଲକ୍ଷଣ, ଯେପରିକି ଥକାପଣ, ହାର୍ଟ ବିଟ୍‌ ବଢିଯିବା, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା କିମ୍ବା ଛାତି ଯନ୍ତ୍ରଣା, ହାତ ଏବଂ ପାଦ ଥଣ୍ଡା ହୋଇଯିବା ।

ଅଧିକ ଓଜନ ବଢିଯିବା : ଓଜନ ବଢିଯିବା ଆପଣଙ୍କ ପିଠି ଏବଂ ବେକ ଉପରେ ଅଧିକ ପ୍ରେସର ପକାଇଥାଏ, ଯାହାଦ୍ୱାରା ଶରୀରର ଅଙ୍ଗଗୁଡ଼ିକରେ ଅନେକ ଯନ୍ତ୍ରଣା ହୋଇଥାଏ । ଅଧିକ ଓଜନ ହେବା ଦ୍ୱାରା ଶୋଇବା ସମୟରେ ଶ୍ୱାସ ସମ୍ବନ୍ଧୀୟ ରୋଗ ମଧ୍ୟ ହୋଇପାରେ, ଯାହା ରାତିରେ ନିଦ ନହେବା ଭଳି ସମସ୍ୟା ସୃଷ୍ଟି କରିପାରେ । ଏହି କାରଣରୁ ସକାଳେ ଉଠିବା ସମୟରେ ଶରୀରରେ ଯନ୍ତ୍ରଣା ଏବଂ କଷ୍ଟ ଅନୁଭବ ହୋଇଥାଏ । ତେବେ ଓଜନ କମ୍‌ କରି, ଆପଣ ଭଲ ନିଦ ପାଇପାଇବେ, ଯାହା ଆପଣଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତି ଦେଇପାରିବ ।

ଖରାପ କ୍ୱାଲିଟି ଗଦି : ସ୍ଲିପ୍‌ ଫାଉଣ୍ଡେସନ୍ ଅନୁଯାୟୀ, ଏକ ଖରାପ କ୍ୱାଲିଟି ଗଦି ଉପରେ ଶୋଇବା ଦ୍ୱାରା ଶରୀରରେ ଯନ୍ତ୍ରଣା ଏବଂ କଷ୍ଟ ହେବା ଆରମ୍ଭ ହୋଇଥାଏ । ତେବେ ଏହା ଶରୀରରେ ଯନ୍ତ୍ରଣା ହେବାର ଏକ ମୁଖ୍ୟ କାରଣ ହୋଇଥାଏ ।

ଭୁଲ ଉପାୟରେ ଶୋଇବା : ଭୁଲ ଉପାୟରେ ଶୋଇବା ଦ୍ୱାରା ଶରୀରରେ ଅନେକ ଯନ୍ତ୍ରଣା ହୋଇଥାଏ । ସାଧାରଣତଃ ସାଇଡ୍ ହୋଇ ଶୋଇବା ଅଧିକାଂଶ ଲୋକଙ୍କ ପାଇଁ ଭଲ ହୋଇଥାଏ । ବିଶେଷ ଭାବେ ସେହି ଲୋକଙ୍କ ପାଇଁ ଯେଉଁମାନଙ୍କୁ ନିଦ ନହେବା ଭଳି ସମସ୍ୟା ହୋଇଥାଏ । ସେଥିପାଇଁ ଶୋଇବା ସମୟରେ ଠିକ୍‌ ଭାବେ ଶୋଇବା ଉଚିତ ହୋଇଥାଏ । ଯାହାଦ୍ୱାରା ଆପଣ ସକାଳୁ ଉଠିବା ସମୟରେ ଆପଣଙ୍କ ଶରୀରରେ କମ୍‌ ଯନ୍ତ୍ରଣା ଅନୁଭବ ହୋଇପାରେ ।

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

14 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

24 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

35 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

2 hours ago