କେବଳ ସ୍ୱାଦ ନୁହେଁ ଜବରଦସ୍ତ ଗୁଣରେ ଭରପୂର ‘ଛତୁ’ ! ବର୍ଦ୍ଧିତ ବୟସକୁ ନିୟନ୍ତ୍ରଣ ରଖି ଆପଣଙ୍କୁ ବନାଇଥାଏ ଯୁବା. . .

ଛତୁ ବିଷୟରେ ସମସ୍ତେ ଶୁଣିଥିବେ ଏବଂ ଖାଇଥିବେ। କିନ୍ତୁ କଣ ଆପଣ ଜାଣନ୍ତି ଏହା କେବଳ ଖାଦ୍ୟରେ ହିଁ ସ୍ୱାଦିଷ୍ଟ ହୋଇନଥାଏ ବରଂ ଅନେକ ଗୁଣର ଭଣ୍ଡାର ମଧ୍ୟ। ଏହାକୁ ନରମ ଏବଂ ସନ୍ତସନ୍ତିଆ ଜାଗାରେ ଚାଷ କରାଯାଏ। ଛତୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ। ଆୟୁର୍ବେଦରେ ଏହାକୁ ଔଷଧ ରୂପରେ ବ୍ୟବହାର କରାଯାଏ। ତେବେ ଆସନ୍ତୁ ଜାଣିବା ପୋଷକ ତତ୍ତ୍ୱରେ ଭରପୂର ଛତୁକୁ ଖାଇବା ଦ୍ୱାରା କେଉଁ ପ୍ରକାରର ସ୍ୱାସ୍ଥ୍ୟକୁ ଫାଇଦା ମିଳିଥାଏ।

ବର୍ଦ୍ଧିତ ବୟସକୁ କରେ ନିୟନ୍ତ୍ରଣ

ଛତୁକୁ ଖାଇବା ଦ୍ୱାରା ଶରୀରରେ ଭରପୂର ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ ମିଳିଥାଏ। ଯାହା ବଢ଼ୁଥିବା ବୟସର ଲକ୍ଷଣକୁ କମ୍‌ କରିଥାଏ ଏବଂ ତ୍ୱଚାରେ ଚମକ ଆଣିଥାଏ ଯେଉଁକାରଣରୁ ଆପଣ ଯୁବା ଦେଖାଯାନ୍ତି।

ନିଶ୍ଚୟ ପଢନ୍ତୁ : ବ୍ରେକଫାଷ୍ଟରେ ପ୍ରତିଦିନ ଖାଉଛନ୍ତି କି ବ୍ରେଡ୍ ତେବେ ହୋଇଯାନ୍ତୁ ସାବଧାନ, ହୋଇପାରେ ଏହି ଘାତକ ରୋଗ !

ରୋଗ ପ୍ରତିରୋଧକ କ୍ଷମତାର ବିକାଶ

ଛତୁକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତାର ବିକାଶ ହୋଇଥାଏ। ଯେଉଁ କାରଣରୁ ଥଣ୍ଡା, ଜ୍ୱର ଭଳି ରୋଗ ଶୀଘ୍ର ହୋଇନଥାଏ।

ଗଣ୍ଠିକୁ ରଖିଥାଏ ମଜବୁତ

ଛତୁର ପ୍ରତିଦିନ ସେବନ ଦ୍ୱାରା ଗଣ୍ଠି ମଜବୁତ ହୋଇଥାଏ। ଏଥିରେ ଭିଟାମିନ ଡି ପର୍ଯ୍ୟାପ୍ତ ମାତ୍ରାରେ ହୋଇଥାଏ ଯାହା ଆମ ଶରୀରର ୨୦ ପ୍ରତିଶତ ଭିଟାମିନର ଆବଶ୍ୟକତାକୁ ପୂରା କରିଥାଏ।

ଏହାସହ ପଢନ୍ତୁ : ଏକ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ପିଆନ୍ତୁ ନାହିଁ ଗାଈର କ୍ଷୀର, ବଢ଼ିଯିବ ଏହି ରୋଗର ଭୟ !

ହ୍ରୁଦରୋଗ ଠାରୁ ରକ୍ଷା କରିଥାଏ

ଛତୁରେ ବିଟା ଗ୍ଲୁକେନ ରହିଥାଏ ଯାହା ସିଧାସଳଖ କୋଲେଷ୍ଟ୍ରଲକୁ କମ୍‌ କରିଥାଏ ଏବଂ ଏହାସହିତ ହ୍ରୁଦୟକୁ ସୁସ୍ଥ ରଖିଥାଏ। ଏହାସହିତ ଏହା ଟାଇପ ୨ ଡାଇବେଟିସର ଭୟ ଠାରୁ ରକ୍ଷା କରିଥାଏ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

3 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

5 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

11 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

20 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

20 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

38 mins ago