ଲାଇଫ୍ ଷ୍ଟାଇଲ୍

ପ୍ରାକୃତିକ ଉପାୟ ଆପଣାନ୍ତୁ, ହୃଦଘାତରୁ ରକ୍ଷା ପାଆନ୍ତୁ

ମଣିଷ ଶରୀରରେ କିଛି ବି ଅସୁବିଧା ହେଲେ ତାହାର ଆଗୁଆ ସଙ୍କେତ ମିଳିଯାଏ। କିଛି ଜଣ ଏହାକୁ ଜାଣିଥାନ୍ତି କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଏହା ସମ୍ପର୍କରେ ଆଦୌ ସଚେତନ ନଥାନ୍ତି। ଆଜିକାଲିର ଚିନ୍ତା ବହୁଳ ଜୀବନରେ ଲୋକଙ୍କୁ ଅନେକ ରୋଗ ମାଡ଼ି ବସୁଛି। ଖାସ କରି ହୃଦରୋଗ ଜନିତ ସମସ୍ୟା।

ଏହା ଏକ ଏପରି ସମସ୍ୟା ଯାହା ହେବା ପୂର୍ବରୁ ଅନେକ ଥର ସଙ୍କେତ ଦେଇଥାଏ। କିନ୍ତୁ ଅଜଣା ଲୋକ ଏହା ସମ୍ପର୍କରେ ଜାଣିପାାରିନଥାନ୍ତି। ମହିଳା ଓ ପୁରୁଷଙ୍କଠାରେ ହୃଦଘାତର ଲକ୍ଷଣ ସମାନ; କିନ୍ତୁ ମହିଳାମାନଙ୍କଠାରେ ଏହି ଲକ୍ଷଣଗୁଡ଼ିକୁ ଚିହ୍ନିବା ପୁରୁଷଙ୍କ ଅପେକ୍ଷା ଅଧିକ କଷ୍ଟସାଧ୍ୟ ।

କେତେକ ଲୋକେ ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ହୃଦରୋଗର ବିପଦକୁ ଏଡାଇବା ପାଇଁ କିଛି ଔଷଧ ସେବନ କରିଥାଆନ୍ତି । ଏହା ରକ୍ତକୁ ଜମାଟ ନ ବାନ୍ଧିବା  ପାଇଁ ସେବନ କରାଯାଇଥାଏ । କିନ୍ତୁ ଆପଣ ଯଦି ୫ଟି ଉପାୟରେ କିଛି ଜିନିଷ ଖାଆନ୍ତି ତେବେ ଆପଣଙ୍କୁ ଏପରି ଔଷଧ ସେବନ କରିବା ଆବଶ୍ୟକତା ନାହିଁ ।

ଯେବେ ଶରୀରରେ ରକ୍ତ ଗାଢା ହେବାକୁ ଲାଗେ ସେତେବେଳେ ଏହାର ଲକ୍ଷଣ ମଧ୍ୟ ଦେଖିବା ଆରମ୍ଭ ହୋଇଥାଏ । ଯେତେବେଳେ ରକ୍ତ ଗାଢା ହୁଏ ସେତେବେଳେ ମୁଣ୍ଡବିନ୍ଧା, ଉଚ୍ଚ ରକ୍ତଚାପ, କୁଣ୍ଡେଇ ହେବା, ଆର୍ଥ୍ରାଇଟିସ୍ , ମୁଣ୍ଡ ବୁଲାଇବା, ଦୃଷ୍ଟିଶକ୍ତି ହ୍ରାସ ପାଇବା , ଋତୁସ୍ରାବ ସମୟରେ ରକ୍ତହୀନତା ସମସ୍ୟା ଦେଖିବାକୁ ମିଳେ । ତେବେ ଆସନ୍ତୁ ସେହି ୫ଟି ଜିନିଷ ବିଷୟରେ ଜାଣିବା ଯାହା ରକ୍ତକୁ ପତଳା କରିପାରେ।

ଭିଟାମିନ୍-E ଖାଦ୍ୟ:
ଜାଣି ରଖନ୍ତୁ ଭିଟାମିନ୍-E ରକ୍ତ ଜମାଟ ବାନ୍ଧିବାର ସ୍ଥିତିକୁ ରୋକିଥାଏ । ରକ୍ତକୁ ପତଳା କରୁଥିବା ଔଷଧ ସେବନ କରୁଥିବା ଲୋକଙ୍କୁ , ଭିଟାମିନ-E ସପ୍ଲିମେଣ୍ଟ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ । ଭିଟାମିନ୍-E ଏକ ପ୍ରାକୃତିକ ରକ୍ତ ପତଳା ଭାବରେ କାମ କରିଥାଏ । ଭିଟାମିନ-E ପାଇବା ପାଇଁ ଆପଣ ପାଳଙ୍ଗ ଏବଂ ଆଲମଣ୍ଡ୍ ଭଳି ଜିନିଷ ଖାଇପାରିବେ ।

ହଳଦୀ:

ହଳଦୀ ଏକ ପ୍ରାକୃତିକ ବ୍ଲଡ ଥିନର ପରି କାମ କରେ । ଖାଦ୍ୟରେ ବ୍ୟବହାର କରାଯାଉଥିବା ହଳଦୀ ହେଉଛି ଏକ ପ୍ରାକୃତିକ ବ୍ଲଡ ଥିନର ବା ରକ୍ତ ପତଳା କରିବାର ଉପାୟ । ହଳଦୀରେ କର୍କୁମିନ୍ ଥାଏ ଯାହା ରକ୍ତକୁ ପତଳା କରିଥାଏ ଏବଂ ରକ୍ତ ଜମାଟ ବାନ୍ଧିବାରେ ରୋକିଥାଏ ।

ରସୁଣ:

ରସୁଣ ଖାଇବା ଦ୍ବାରା ରକ୍ତ ପତଳା ହୋଇଥାଏ। ଖାଦ୍ୟର ସ୍ବାଦ ବଢାଇବା ପାଇଁ ଲୋକେ ରସୁଣ ଖାଆନ୍ତି କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ କି ରସୁଣ ଏକ ପ୍ରାକୃତିକ ଆଣ୍ଟିବାୟୋଟିକ୍ । ରସୁଣରେ ଆଣ୍ଟିଥ୍ରୋମ୍ବୋଟିକ୍ ଏଜେଣ୍ଟ ଥାଏ ଯାହା ରକ୍ତକୁ ପତଳା କରିଥାଏ ଏବଂ ରକ୍ତ ଜମାଟ ବାନ୍ଧିବାରେ ରୋକିଥାଏ ।

ନାଲି ଲଙ୍କା:

ନାଲି ଲଙ୍କା ବହୁତ ଲାଭଦାୟକ । ଏହା ଆମ ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ । ନାଲି ଲଙ୍କାରେ ସାଲିସିଲେଟ୍ ମିଳିଥାଏ ଯାହା ଆପଣଙ୍କ ରକ୍ତଚାପ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ ।

ଅଦା:

ଅଦା ଏକ ଆଣ୍ଟି-ଇନଫ୍ଲାମେଟୋରୀ ମସଲା । ଅଦାରେ ଆସ୍ପିରିନ୍ ସାଲିସିଲାଟ୍ର ସିନ୍ଥେଟିକ୍ ଗୁଣ ରହିଛି । ଯାହା ଏକ ଶକ୍ତିଶାଳୀ ବ୍ଲଡ ଥିନର ଭାବେ କାର୍ଯ୍ୟ କରିଥାଏ । ଆପଣ ସାଧାରଣତଃ ଅଦାକୁ ଚା ଏବଂ ବିଭିନ୍ନ ଖାଦ୍ୟରେ ମିଶାଇ ଖାଇପାରିବେ ।

D Sonali

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

13 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

21 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

37 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago