ଲାଇଫ୍ ଷ୍ଟାଇଲ୍

ଶୀତଦିନେ ପ୍ରଚୁର ଚୁଟି ଝଡ଼ୁଥିଲେ ଆଦୌ ଟେନ୍ସନ ନିଅନ୍ତୁନି, ଆପଣାନ୍ତୁ ଏସବୁ ଘରୋଇ ଉପାୟ ଜମା ଉପୁଡ଼ିବନି

ପୁରୁଷ ଏବଂ ମହିଳା ଉଭୟେ ଚାହାନ୍ତି ନିଜ ଚୁଟି ସବୁବେଳେ କଳା ରହୁ। ମହିଳା ମାନେ ଚାହାନ୍ତି ତାଙ୍କ ଚୁଟି କଳା ,ଲମ୍ବା ଏବଂ ଘନ ହେଉ। ଚୁଟିକୁ ମଜଭୁତ ରଖିବା ପାଇଁ ସମସ୍ତେ ନିଜ ଚୁଟିର ଯଥେଷ୍ଟ ଯତ୍ନ ନେଇଥାନ୍ତି। ଚୁଟିରେ ସାମ୍ପୁ ଓ କଣ୍ଡିସନର ଲଗାନ୍ତି। ଅଧିକାଂଶ ମହିଳା ନିଜ ଚୁଟି ମଜଭୁତ ରଖିବା ପାଇଁ କେତେକ ଘରୋଇ ଉପଚାର କରିଥାନ୍ତି। ଶୀତଦିନେ ଚୁଟି ଝଡ଼ିବା ଏକ ମୁଖ୍ୟ ସମସ୍ୟା। ଏହି ସମୟରେ ଚୁଟି ଦୁର୍ବଳ ହୋଇ ଝଡ଼ିବାକୁ ଲାଗିଥାଏ।

ଶୀତଦିନରେ ଗାଧୋଇବା ଓ ସାମ୍ପୁ କରିବା ସମୟରେ ଅଧିକ ମାତ୍ରାରେ ଚୁଟି ଝଡିଥାଏ। ଏଥିପାଇଁ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସେ ଯେ ଶୀତ ଋତୁରେ ଚୁଟି ଝଡିବାର କାରଣ କ’ଣ ? ଶୀତ ଋତୁରେ ଚୁଟି ଝଡିବାର କାରଣ ହେଲା ବାହାରର ଶୁଷ୍କ ବାୟୁ। ଏହି ବାୟୁ ଦେହରେ ବାଜିବା ଦ୍ୱାରା ଚର୍ମ ଶୁଷ୍କ ହୋଇଯାଏ। କେବଳ ଶରୀର ନୁହେଁ ଚୁଟି ମୂଳର ଚର୍ମ ମଧ୍ୟ ଶୁଷ୍କ ହେଇଯାଏ। ଯାହା ଫଳରେ ବହୁଳ ମାତ୍ରାରେ ଚୁଟି ଉପୁଡିବାକୁ ଲାଗେ ।

ଚୁଟି ଝଡ଼ିବାର କାରଣ ଓ ସମାଧାନ :

ତେଲ ଲଗାଇବା :

ଶୀତଦିନେ ମୁଣ୍ଡରେ ଥିବା ଚର୍ମ ରୁକ୍ଷ ଏବଂ ଶୁଷ୍କ ହେଇଯାଏ। ଏହି ସମୟରେ ତେଲ ଲଗାଇବା ଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ। ମୁଣ୍ଡରେ ତେଲ ଲଗାଇବା ଦ୍ୱାରା ରକ୍ତ ସଂଚାଳନ ଠିକ ଭାବରେ ହେଇଥାଏ। ଯାହା ଚୁଟି ମୂଳକୁ ମଜଭୁତ ରଖେ ଏବଂ ଝଡ଼ିବାକୁ ଦିଏ ନାହିଁ । ଆପଣମାନେ ୨ରୁ ୩ ଚାମଚ ଅଲିଭ ତେଲ କିମ୍ବା ବାଦାମ ତେଲ ନିଅନ୍ତୁ, ଏହାକୁ ଗରମ କରନ୍ତୁ ଏବଂ ଥଣ୍ଡା ହେବା ଯାଏ ଅପେକ୍ଷା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ଚୁଟି ମୂଳରେ ଲଗାନ୍ତୁ। ତେଲ ଲଗାଇବା ଦ୍ୱାରା ଏହା ବାହାରର ଶୁଷ୍କ ବାୟୁ ସହ ଲଢ଼ିବା ପାଇଁ ଆବଶ୍ୟକ ପରିମାଣର ଭିଟାମିନ ପାଇଥାଏ, ଯାହା ଚୁଟିକୁ ମଜଭୁତ ଏବଂ ଘନ କରାଇ ଥାଏ ।

ଗରମ ପାଣିରୁ ଦୂରେଇ ରୁହନ୍ତୁ :

ଶୀତଦିନରେ ଅତ୍ୟଧିକ ଥଣ୍ଡା ହେତୁ ଲୋକମାନେ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି। ଗରମ ପାଣିରେ ସାମ୍ପୁ କଲେ ଚୁଟି ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର କାରଣ ହେଉଛି ମୁଣ୍ଡର ଚର୍ମ ଅଧିକ ଗରମ ବାମ୍ଫ ସହ୍ୟ କରିପାରେ ନାହିଁ। ଏହା ଦ୍ୱାରା ଚୁଟି ମୂଳରେ ଥିବା ଛିଦ୍ର ଖୋଲିଯାଏ ଓ ଚୁଟି ଉପୁଡ଼ି ଯାଏ। ଏଣୁ ଗରମ ପାଣିରେ ଚୁଟି ସାମ୍ପୁ କରନ୍ତୁନି ଏବଂ ଡ୍ରାୟର ମେସିନ ବ୍ୟବହାର କରନ୍ତୁନାହିଁ।

ମହୁ ଏବଂ ନଡ଼ିଆ ରସ ମାସ୍କ ବ୍ୟବହାର କରନ୍ତୁ:

ଚୁଟି ଝଡ଼ିବା ସମସ୍ୟାକୁ ଘରୋଇ ଉପାୟରେ ରୋକାଯାଇପାରିବ। ଏହି ସମସ୍ୟାର ସମାଧାନ ପାଇଁ ଆପଣ କିଛି ମହୁକୁ ନଡ଼ିଆ ରସ ସହିତ ମିଶାଇ ଏକ ମାସ୍କ ପ୍ରସ୍ତୁତ କରନ୍ତୁ। ଏହାକୁ ଚୁଟି ମୁଳରେ ଲଗାଇ ୩୦ ମିନିଟ ରଖନ୍ତୁ ପରେ ସାଦା ପାଣିରେ ମୁଣ୍ଡ ଧୋଇଦିଅନ୍ତୁ। ଏହି ମାସ୍କ ଲଗାଇବା ଦ୍ୱାରା ଚୁଟି ଝଡ଼ିବା, ରୁପି, ଚୁଟି ଦୁଇ ମୁହାଁ ହେବାର ସମସ୍ୟା ଦେଖାଯାଏ ନାହିଁ।

ପୋଷଣ ଯୁକ୍ତ ଖାଦ୍ୟ :

ଚୁଟି ମୂଳରେ ଭିଟାମିନ ଏବଂ ମିନେରାଲସ ଅଭାବ ହେଲେ ଏହା ଝଡ଼ିବାକୁ ଲାଗିଥାଏ। ସର୍ବଦା ଭିଟାମିନ -ଏ, ଭିଟାମିନ -ଇ, ଭିଟାମିନ -ବି ଯୁକ୍ତ ଖାଦ୍ୟ ଖାଆନ୍ତୁ ଯାହାକି ଚୁଟି ମୂଳକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଦହି, ମାଛ, ସୋୟା ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇପାରିବେ, ଏହା ଦ୍ୱାରା ଚୁଟି ଝଡ଼ିବା ବନ୍ଦ ହୁଏ ଓ ବୃଦ୍ଧି ମଧ୍ୟ ହେଇଥାଏ। ଏହା ସହ ଆବଶ୍ୟକ ପରିମାଣର ପାଣି ପିଅନ୍ତୁ।

ଚୁଟି ଝଡିବାର ପ୍ରକୃତ କାରଣ:

ଋତୁ ଅନୁସାରେ ଚୁଟି ସମସ୍ୟା ଦେଖାଗଲେ ଏହାର ନିରାକରଣ କରାଯାଇପାରିବ। କିନ୍ତୁ ଅନ୍ୟ କୌଣସି କାରଣ ପାଇଁ ଚୁଟି ଝଡିଲେ ଏହାର ସମାଧାନ କରିବା କଷ୍ଟକାରକ ହେଇଥାଏ। ଏହି ସମସ୍ୟା ଦେଖାଗଲେ ମୁଖ୍ୟ କାରଣ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

KNews Bureau

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

11 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

21 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

30 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

45 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

55 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 hour ago