ସ୍ପେଶାଲ

ଗରୁଡ଼ ପୁରାଣ: ଆର ଜନ୍ମରେ ପୁରୁଷ ହେବେ ନା ମହିଳା, ଏମିତି ନିଷ୍ପତ୍ତି ନିଅନ୍ତି ଭଗବାନ!

ପୂର୍ବ ଓ ପର ଜନ୍ମ ବିଷୟରେ ଜାଣିବାକୁ ଅଧିକାଂଶ ଲୋକଙ୍କ ମନରେ ଉତ୍ସୁକତା ରହିଥାଏ। ଏହାକୁ ଜାଣିବାକୁ ଧର୍ମ ପୁରାଣରେ ବି କେତେକ ଉପାୟ କୁହାଯାଇଛି। ମହାପୁରାଣ ଗରୁଡ଼ ପୁରାଣରେ ମନୁଷ୍ୟର ପ୍ରତ୍ୟେକ କର୍ମର ପରିଣାମ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏହା କେବଳ ପାପ-ପୁଣ୍ୟ ନିର୍ଦ୍ଧାରଣ କରେନି ବରଂ ମୃତ୍ୟୁ ପରେ ମିଳିବାକୁ ଥିବା ଦଣ୍ଡ ଓ ପର ଜନ୍ମର ଯୋନି ବିଷୟରେ ମଧ୍ୟ ସୂଚନା ଦିଏ।

ପର ଜନ୍ମରେ ସ୍ତ୍ରୀ ହେବେ ନା ପୁରୁଷ:

ପ୍ରାୟତଃ ଆଗାମୀ ଜନ୍ମକୁ ନେଇ ସମସ୍ତଙ୍କ ମନରେ ଏକ ଜିଜ୍ଞାସା ରହିଥାଏ ଯେ ସେମାନେ କେଉଁ ଯୋନିରେ ଜନ୍ମ ନେବେ। ଅର୍ଥାତ୍‌ ମନୁଷ୍ୟ ହେବେ ନା ପଶୁ, ପକ୍ଷୀ, କୀଟ ପତଙ୍ଗ। ଯଦି ମଣିଷ ହେବେ ତେବେ ପୁରୁଷ ହେବେ ନା ମହିଳା। ଏ ନେଇ ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି।

ଗରୁଡ଼ ପୁରାଣ ଅନୁସାରେ, ଯଦି ପୁରୁଷ ସବୁବେଳେ ମହିଳାଙ୍କ ଭଳି ବ୍ୟବହାର କରେ, ଏମିତି ବ୍ୟବହାର କରେ ଯେମିତି ମହିଳାମାନେ କରିଥାନ୍ତି। ତେବେ ଉକ୍ତ ପୁରୁଷଙ୍କ ଆତ୍ମା ଆଗାମୀ ଜନ୍ମରେ ମହିଳାଙ୍କ ରୂପରେ ଜନ୍ମ ନେଇଥାନ୍ତି।

ସେହିଭଳି ମୃତ୍ୟୁ ବେଳେ ବ୍ୟକ୍ତିର ଆସକ୍ତି କେଉଁ ଜିନିଷ ଉପରେ ରହିଛି ତାହା ମଧ୍ୟ ତାଙ୍କର ପାପ ପୁଣ୍ୟ, ସ୍ୱର୍ଗ ନର୍କ ସହ ଆଗାମୀ ଜନ୍ମର ଯୋନିକୁ ବି ନିର୍ଦ୍ଧାରଣ କରିଥାଏ। ଯଦି କୌଣସି ପୁରୁଷ ମୃତ୍ୟୁ ବେଳେ କୌଣସି ମହିଳାଙ୍କ ପ୍ରତି ଆସକ୍ତ ହୋଇଥାଏ, ତେବେ ପର ଜନ୍ମରେ ସେ ମହିଳା ରୂପେ ଜନ୍ମ ନେଇଥାନ୍ତି। ଏଣୁ ଶାସ୍ତ୍ର ପୁରାଣରେ ମୃତ୍ୟୁ ବେଳେ ଭଗବାନଙ୍କ ନାଁ ଜପ କରିବାକୁ ପରାମର୍ଶ ଦିଆଯାଇଛି। ଫଳରେ ବ୍ୟକ୍ତି ଜନ୍ମ ମୃତ୍ୟୁର ଏହି ଚକ୍ରରୁ ବାହାରି ଭଗବାନଙ୍କ ଚରଣରେ ସ୍ଥାନ ପାଇପାରିବ ଓ ମୁକ୍ତି ପାଇପାରିବ।

କେବଳ ଏତିକି ନୁହେଁ, ଯଦି କୌଣସି ବ୍ୟକ୍ତି ସେ ମହିଳା ହୁଅନ୍ତୁ କି ପୁରୁଷ, ପଶୁ ଭଳି ବ୍ୟବହାର କରିଥାନ୍ତି। ତେବେ ପର ଜନ୍ମରେ ସେ ଜୀବଜନ୍ତୁ ରୂପରେ ଜନ୍ମ ନେଇଥାନ୍ତି। ପଶୁ ଭଳି ବ୍ୟବହାର କରିବା ଅର୍ଥ ଏଭଳି ଜିନିଷ ସେବନ କରିବା, ଯାହା ପଶୁମାନେ କରିଥାନ୍ତି। ଏଭଳି ବ୍ୟବହାର କଲେ ପର ଜନ୍ମରେ ଜୀବଜନ୍ତୁ ଜନ୍ମ ନେଇଥାନ୍ତି ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି।

WCW 11

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

11 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

26 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

35 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

44 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago