ଲାଇଫ୍ ଷ୍ଟାଇଲ୍

କ’ଣ ଆପଣ ଜାଣନ୍ତି…ରାହୁ-କେତୁଙ୍କ ପ୍ରଭାବ ଦୂର କରିବ ଲବଙ୍ଗ? ଏମିତି ଉପାୟରେ କରନ୍ତୁ ବ୍ୟବହାର; ଜାଣି ରଖନ୍ତୁ ଚମତ୍କାରୀ ଲବଙ୍ଗର ଫାଇଦା

ଆମ ଭାରତୀୟ ଖାଦ୍ୟରେ ଅନେକ ପ୍ରକାରର ମସଲା ବ୍ୟବହାର କରାଯାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଲବଙ୍ଗ। ଲବଙ୍ଗ ରୋଷେଇ ଘରେ ସହଜରେ ଉପଲବ୍ଧ ହୋଇ ପାରୁଥିବା ଏକ ମସଲା। ଏହାର ସ୍ୱାଦ ଭଲ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଲବଙ୍ଗରେ ଭିଟାମିନ୍ ସି, ଫାଇବର, ମାଙ୍ଗାନିଜ୍, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନ୍ କେ ଭରପୂର ମାତ୍ରାରେ ମିଳିଥାଏ। ଏମିତିରେ ଶୀତଦିନେ ଲବଙ୍ଗ ପାଣି ପିଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଏଥି ସହିତ ଘରେ ପୂଜାପାଠ ସହ ଅନ୍ୟାନ୍ୟ କାମରେ ଆମେ ଲବଙ୍ଗ ବ୍ୟବହାର କରିଥାଉ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି? ଏହା ମଧ୍ୟ ଘରୁ ନକାରାତ୍ମକ ଶକ୍ତି ଦୂରେଇ ଦେବାରେ ସାହାଯ୍ୟ କରିଥାଏ ବୋଲି ଏକ ବିଶ୍ୱାସ ରହିଛି। କେବଳ ଏତିକି ନୁହେଁ, ଏଥରୁ ଆମକୁ ଅନେକ ପ୍ରକାର ଲାଭ ମିଳିଥାଏ। ଏ ବିଷୟରେ ଶାସ୍ତ୍ରରେ ବି ଉଲ୍ଲେଖ ରହିଛି। ତେବେ ଆମେ ଏଥର ଆପଣଙ୍କୁ ଚମତ୍କାରୀ ଲବଙ୍ଗର ସେହି ଫାଇଦା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ ପୂର୍ବରୁ କେବେ ଶୁଣି ନ ଥିବେ।

-ଶନିବାର ସନ୍ଧ୍ୟାରେ ଘରର ମୁଖ୍ୟଦ୍ୱାର ପାଖରେ ଲବଙ୍ଗ ସହିତ କର୍ପୂର ମିଶାଇ ଜଳାନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ କେବେ ବି ନକାରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ। ଏହାର ପୋଡ଼ା ଟୁକୁଡ଼ା ଘର ସାରା ଛିଞ୍ଚନ୍ତୁ। ଘରୁ ସବୁଦିନ ପାଇଁ ନକାରାତ୍ମକ ଶକ୍ତି ଉଭେଇ ଯିବ।

-ଯେଉଁ ଲୋକଙ୍କର ରାହୁ-କେତୁ ଦଶା ପଡ଼ିଛି, ସେମାନେ ଶନିବାର ଦିନ ଲବଙ୍ଗ ଦାନ କରନ୍ତୁ, ନଚେତ୍ ଶିବଲିଙ୍ଗ ଉପରେ ଲବଙ୍ଗ ଅର୍ପଣ କରନ୍ତୁ। ଏମିତି ଲଗାତାର ଭାବେ କିଛି ଦିନ କଲେ, ରାହୁ-କେତୁଙ୍କ ପ୍ରଭାବ ଦୂର ହୋଇଯିବ।

-ଯଦି ଆପଣଙ୍କଠାରୁ କେହି ଉଧାର ନେଇଛନ୍ତି ଏବଂ ତାହାକୁ ଫେରାଇବାରେ ହଇରାଣ କରୁଛନ୍ତି, ତେବେ ଆପଣ ପୂର୍ଣ୍ଣିମା କିମ୍ବା ଅମାବାସ୍ୟା ଦିନ ୧୧ କିମ୍ବା ୨୧ଟି ଲବଙ୍ଗକୁ କର୍ପୂର ସହିତ ମିଶାଇ ଜଳାନ୍ତୁ। ଏହାସହ ଲକ୍ଷ୍ମୀଙ୍କୁ ଧ୍ୟାନ କରି ନିଜ ମନ କଥା କୁହନ୍ତୁ। ଏହି ଉପାୟରେ ଆପଣଙ୍କ ସମସ୍ୟା ହଟିଯିବ।

-ଇଣ୍ଟରଭ୍ୟୁ ସମୟରେ ଆପଣ ନିଜ ପାଟିରେ ଦୁଇଟି ଲବଙ୍ଗ ପକାଇ ଯାଆନ୍ତୁ ଏବଂ ସେଠାରେ ପହଞ୍ଚିଲେ, ତାହାକୁ ବାହାର କରି ଫିଙ୍ଗି ଦିଅନ୍ତୁ। ମନରେ ଭଗବାନଙ୍କ ସ୍ମରଣ କରି ଇଣ୍ଟରଭ୍ୟୁ ଦିଅନ୍ତୁ।

Roshni

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

40 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

40 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

47 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

53 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

1 hour ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago