ଲାଇଫ୍ ଷ୍ଟାଇଲ୍

ଏହି ୧୦ଟି ଖାଦ୍ୟ ଜିନିଷକୁ କେବେ ବି ରଖନ୍ତୁ ନାହିଁ ଫ୍ରିଜ୍‌ରେ, ଜାଣନ୍ତୁ କ’ଣ ସେଗୁଡ଼ିକ

ଫ୍ରିଜ୍‌ରେ କେଉଁ ଜିନିଷ ରଖିବା ଏବଂ କେଉଁ ଜିନିଷ ରଖିବା ନାହିଁ, ତାହା ବିଷୟରେ ସମସ୍ତେ ଜାଣିଥିବେ। କିନ୍ତୁ ଏମିତି କିଛି ଜିନିଷ ରହିଛି, ଯାହା ବିଷୟରେ ଲୋକଙ୍କୁ ଜଣା ନ ଥାଏ ଏବଂ ସେମାନେ ଏହାକୁ ଫ୍ରିଜ୍‌ରେ ରଖି ଦିଅନ୍ତି। ଅଧିକାଂଶ ଲୋକ ଫଳ ଏବଂ ପରିବାକୁ ସତେଜ ରଖିବା ପାଇଁ ଫ୍ରିଜ୍‌ରେ ରଖି ଦିଅନ୍ତି, ଯାହାକି କିଛିଦିନ ପରେ ଖରାପ ହୋଇଯାଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ହିଁ ୧୦ଟି ଜିନିଷ ବିଷୟରେ କହିବୁ।

୧. କଦଳୀ: କଦଳୀକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ। ଏଥିରୁ ଇଥାଇଲିନ୍‌ ନାମକ ଗ୍ୟାସ୍‌ ବାହାରିଥାଏ, ଯାହା ପାଖରେ ଥୁଆ ହୋଇଥିବା ଅନ୍ୟ ଫଳ ଏବଂ ପରିବାକୁ ନଷ୍ଟ କରିଦେଇଥାଏ।

୨. ଟମାଟର: ଏହାକୁ ଫ୍ରିଜ୍‌ରେ ରଖିଲେ ଏହା ନରମ ହୋଇଯାଇଥାଏ। ଏହାର ସ୍ୱାଦ ମଧ୍ୟ ଖରାପ ଲାଗିପାରେ। ତେଣୁ ଏହାକୁ ବାହାରେ ରଖନ୍ତୁ।

୩. କଫି: କଫିକୁ ଶୁଖିଲା ଜାଗାରେ ରଖନ୍ତୁ। ଏହାକୁ ଫ୍ରିଜ୍‌ରେ ରଖିଲେ ଏହା ଜଲ୍‌ଦି ଖରାପ ହୋଇଯାଇଥାଏ

୪. ମହୁ: ମହୁକୁ ଏକ ଜାର୍‌ରେ ବନ୍ଦ କରି ରଖିଲେ ଏହା ଅନେକ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ତଥା ସତେଜ ରହିପାରିବ। ଏହାକୁ ଫ୍ରିଜ୍‌ରେ ରଖିବା କୌଣସି ଆବଶ୍ୟକ ନାହିଁ। ଫ୍ରିଜ୍‌ ଭିତରେ ଏହା ଟାଣ ହୋଇଯାଇପାରେ ଏବଂ ଜାର୍‌ରୁ ବାହାରିବାରେ ସମସ୍ୟା ଉପୁଜିପାରେ।

୫. ଆଚାର: ଏଥିରେ ଭିନେଗାର ପଡ଼ିଥାଏ। ଏହାକୁ ଫ୍ରିଜ୍‌ରେ ରଖିଲେ ଏହା ଖରାପ ହୋଇଯାଇଥାଏ ଏବଂ ଅନ୍ୟ ଜିନିଷକୁ ମଧ୍ୟ ଖରାପ କରିଦେଇଥାଏ।

୬. ଆଳୁ: ଆଳୁକୁ ଫ୍ରିଜ୍‌ରେ ରଖିଲେ ଏହାର ଷ୍ଟାର୍ଚ ସୁଗାରରେ ବଦଳିବାକୁ ଲାଗିଥାଏ। ଫଳରେ ଆଳୁର ସ୍ୱାଦ ଖରାପ ହୋଇଯାଇପାରେ।

୭. ତେଲ: ନଡ଼ିଆ ତେଲ ଏବଂ ଅଲିଭ୍‌ ଅଏଲ୍‌କୁ ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ। କାରଣ, ଅତ୍ୟଧିକ ଥଣ୍ଡା ଯୋଗୁ ଏହା ଗାଢ଼ ହୋଇଯାଇପାରେ।

୮. ଖଟା ଫଳ: କମଳା, ଅଙ୍ଗୁର, ଲେମ୍ବୁ ଭଳି ଖଟା ଫଳକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ। କାରଣ, ଏହାର ଚୋପା କଳା ପଡ଼ିଯାଇଥାଏ ଏବଂ ଏହାର ରସ ଶୁଖିବାରେ ଲାଗିଥାଏ।

୯. ପିଆଜ: ଫ୍ରିଜ୍‌ରେ ପିଆଜ ରଖିଲେ ଏହା ସଢ଼ିଯାଇଥାଏ।

୧୦. ରସୁଣ: ରସୁଣକୁ ଫ୍ରିଜ୍‌ରେ ରଖିଲେ ଏହା ଖରାପ ହୋଇଯାଇଥାଏ ଏବଂ ପରେ ଏହାକୁ ଛଡ଼ାଇବାରେ ଅସୁବିଧା ହୋଇଥାଏ।

Roshni

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago