ଲାଇଫ୍ ଷ୍ଟାଇଲ୍

ନିପା ଭାଇରସ୍‌ରୁ କିପରି ବଞ୍ଚିବେ, ଜାଣନ୍ତୁ ଏହାର ଲକ୍ଷଣ

ନିପା ଭାଇରସ୍‌ ଏକ ଜେନେଟିକ୍‌ ରୋଗ । ଯାହା ପଶୁଙ୍କ ଠାରୁ ମଣିଷଙ୍କୁ ହୋଇଥାଏ । ଏହା ବ୍ୟତୀତ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗ ସଂକ୍ରମିତ ହୋଇଥାଏ । ତେବେ କେରଳରେ ନିପା ଭାଇରସ୍‌ ଯୋଗୁ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେଥିପାଇଁ କେରଳର ହେଲଥ୍‌ ଡିପାର୍ଟମେଣ୍ଟ ଏହି ରୋଗକୁ ନେଇ ସାରା ରାଜ୍ୟରେ ଆଲର୍ଟ ଜାରି କରିଛି ।

ନିପା ଭାଇରସ୍‌ କଣ ?
ଏହା ଖାସ କରି ବାଦୁଡି ଠାରୁ ସଂକ୍ରମିତ ହୋଇଥାଏ । ତେବେ ଏହା ବ୍ୟତୀତ ଘୁସୁରି, ଛେଳି, ଘୋଡା, କୁକୁର ଏବଂ ବିଲେଇଙ୍କ ଠାରୁ ଏହି ରୋଗ ସଂକ୍ରମିତ ହୋଇଥାଏ । ଏହି ଭାଇରସ୍‌ ପବନ ଦ୍ୱାରା ସଂକ୍ରମିତ ହୁଏ ନାହିଁ ବରଂ କିଛି ଜିନିଷ ଏବଂ ପାଣି ଦ୍ୱାରା ଏହା ସଂକ୍ରମିତ ହୋଇଥାଏ ।

କିପରି ସଂକ୍ରମିତ ହୋଇଥାଏ ନିପା ଭାଇରସ୍‌ :
ନିପା ଭାଇରସ୍‌ ଖରାପ ଫଳ ଖାଇବା କାରଣରୁ ପଶୁମାନଙ୍କ ଠାରୁ ମଣିଷଙ୍କୁ ସଂକ୍ରମିତ ହୋଇଥାଏ । ଯଦି ବାଡୁଡି କୌଣସି ଫଳ ଖାଇଥାଏ ଏବଂ ସେହି ଖରାପ ଫଳକୁ ମଣିଷ ଖାଇ ଥାଏ ତେବେ ଏହା ମଣିଷ ମଧ୍ୟରେ ସଂକ୍ରମଣ ବଢି ଯାଇଥାଏ । ଏହି ରୋଗ ମଣିଷଙ୍କ ମଧ୍ୟରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି । ନିପା ଭାଇରସ୍‌ ବହୁତ ସହଜରେ ଜଣେ ଲୋକଙ୍କ ଠାରୁ ଅନ୍ୟ ଜଣେ ଲୋକଙ୍କୁ ଆକ୍ରାନ୍ତ ହୋଇପାରେ ।

ନିପା ଭାଇରସ୍‌ର ଲକ୍ଷଣ :
ନିପା ଭାଇରାସ୍‌ରେ ସଂକ୍ରମିତ ହେବା ପରେ ଶରୀରରେ ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ଦେଖିବା ପାଇଁ ମିଳିଥାଏ । ଯେପରି ଜ୍ୱର, ମୁଣ୍ଡବିନ୍ଧା, କାସ, ବାନ୍ତି, ପେଟରେ କଷ୍ଟ ଅନୁଭବ ହେବା ଏବଂ ନିଶ୍ୱାସ ନେବାରେ କଷ୍ଟ ହେବା ଭଳି ଲକ୍ଷଣ ଦେଖାଯାଏ । ଏହି ସଂକ୍ରମଣ ଯୋଗୁ କୋମାକୁ ଯିବାର ମଧ୍ୟ ସମ୍ଭାବନା ରହିଛି । ତେବେ ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ମୁତାବକ, ନିପା ଭାଇରସ୍‌ରେ ମୃତ୍ୟୁ ହୋଇଥିବା ଲୋକ ସଂଖ୍ୟା ୪୦ ରୁ ୭୫ % ରହିଛି ।

ନିପା ଭାଇରସ୍‌ରୁ କିପରି ବଞ୍ଚିବେ :
‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ମୁତାବକ, ନିପା ଭାଇରସ୍‌ରୁ ବଞ୍ଚିବା ପାଇଁ କୌଣସି ପ୍ରକାରର ମେଡିସିନ୍‌ କିମ୍ବା ଭେକ୍ସିନ୍‌ ଏପର୍ଯ୍ୟନ୍ତ ବଜାରକୁ ଆସିନାହିଁ । ତେବେ ଯଦି ଆପଣ ଏହି ଭାଇରସ୍‌ରୁ ବଞ୍ଚିବା ପାଇଁ ଚାହୁଁଛନ୍ତି, ତାହେଲେ ନିପା ଭାଇରସ୍‌ରେ ସଂକ୍ରମଣ ହେବା ମାତ୍ରେ ଡାକ୍ତରଙ୍କର ପରାର୍ମଶ ନିଅନ୍ତୁ ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

9 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

10 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

51 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago