ରାଜ୍ୟ

କଟକ ମତଗଜପୁର ଫାୟାରିଂ କରି ଲୁଟ ଘଟଣା, ୫ ଅଭିଯୁକ୍ତ ଗିରଫ

କଟକ (କେନ୍ୟୁଜ): କଟକ ମତଗଜପୁର ଫାୟାରିଂ କରି ଲୁଟ ଘଟଣାରେ ଆଉ ୫ ଅଭିଯୁକ୍ତ ଗିରଫ । ୫ ଅଭିଯୁକ୍ତଙ୍କୁ ଗିରଫ କଲା କନ୍ଦରପୁର ଥାନା ପୋଲିସ୍ । ଗତ ୬ ତାରିଖରେ ଅଳଙ୍କାର ବ୍ୟବସାୟୀ ବିକାଶ ପାତ୍ର ନିଜର ଦୁଇ ଚକିଆ ଗାଡିରେ ମତଗଜପୁର ଦେଇ ବ୍ୟବସାୟ କରିବା ପାଇଁ ଯାଉଥିବା ସମୟରେ ୩ଟି ବାଇକରେ ୬ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ ।

ଡକାୟତମାନେ ମତଗଜପୁର ରେଳଫାଟକ ପାର ହେବା ପରେ ବିକାଶ ଚଳାଉଥିବା ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲେ । ବିକାଶ ତଳେ ପଡ଼ିଯିବାରୁ ତାଙ୍କୁ ମାଡ଼ ମାରିବା ସହ ବାଇକ ଡିକି ଭାଙ୍ଗି ସେଥିରେ ଥିବା ୩୧ ଗ୍ରାମର ସୁନା ଓ ୧୮ଶହ ଗ୍ରାମର ରୁପା ଅଳଙ୍କାର ସହ ନଗଦ ୨୫ ହଜାର ଟଙ୍କା ଲୁଟ କରି ନେଇଥିଲେ । ବିକାଶ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ୪ ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ । ଫାୟାରିଂ ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମଙ୍ଗୁ ଓରଫ୍ ମନୋଜ ମହାରଣାକୁ ଗତ ଶୁକ୍ରବାର ରାତିରେ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ୍ । ଉତ୍ତମାପୁର ଅଞ୍ଚଳରେ ପୋଲିସ୍ ସହିତ ଗୁଳି ବିନିୟମ ପରେ ଧରାପଡିଥିଲା ମଙ୍ଗୁ ।

Barsha

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

23 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

25 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago