କାହିଁକି ଶନିବାର ଏବଂ ମଙ୍ଗଳବାର ଦିନ କେଶ କାଟିବାକୁ କରାଯାଏ ବାରଣ, ଏହା ପଛରେ ରହିଛି ବହୁତ ବଡ କାରଣ

ଘରର ବଡ ଲୋକମାନେ ସବୁବେଳେ ଶନିବାର ଏବଂ ମଙ୍ଗଳବାରରେ କେଶ କାଟିବାକୁ ବାରଣ କରିଥାନ୍ତି। କିନ୍ତୁ ଏମିତି କହିବାର କାରଣ ପଛରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ରହସ୍ୟ। କୁହାଯାଏ ଯେ ସପ୍ତାହରେ ଏମିତି କିଛି ଦିନ ରହିଛି ଯେଉଁ ଦିନରେ ଗ୍ରହ ମାନଙ୍କ ଠାରୁ ବିଶେଷ ପ୍ରକାରର କିରଣ ବାହାରିଥାଏ। ଏହି କିରଣ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ।

ସାଇଣ୍ଟିଫିକ୍ କାରଣ ଅନୁଯାୟୀ ଆମ ଶରୀରର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭାଗ ହେଉଛି ମସ୍ତିଷ୍କ। ମସ୍ତିଷ୍କ ମୁଣ୍ଡରେ ରହିଥାଏ। ମୁଣ୍ଡର ମଧ୍ୟ ଭାଗରେ ଅତି ସମ୍ବେଦନଶୀଳ ଏବଂ ବହୁତ କୋମଳ ଭାବରେ ଏହା ରହିଥାଏ, ମସ୍ତିଷ୍କର ସୁରକ୍ଷା କେଶ ଦ୍ୱାରା ହୋଇଥାଏ। ଯଦି ଶନିବାର, ମଙ୍ଗଳବାର ଏବଂ ଗୁରୁବାର ଗ୍ରହଙ୍କ ଠାରୁ ବାହାରୁଥିବା କିରଣ ସତ ହୋଇଥାଏ ତେବେ ସେହି ଦିନରେ କେଶ କାଟିବା ଉଚିତ ନୁହେଁ କାରଣ ଏହାର ସିଧା ପ୍ରଭାବ ଆମ ମୁଣ୍ଡ ଉପରେ ପଡିଥାଏ। ଏହାର ଫଳସ୍ୱରୂପ ଆମ ମସ୍ତିଷ୍କରେ ମଧ୍ୟ ଏହା ପ୍ରଭାବିତ ହୋଇଥାଏ। ଏହି କାରଣାରୁ ଏହି ଦିନ ମାନଙ୍କରେ କେଶ କାଟିବାକୁ ବାରଣ କରାଯାଇଥାଏ।

ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର ଦିନ କେଶ କାଟିଲେ ଆମର ଆୟୁଷ ଆଠ ମାସ କମିଯାଇଥାଏ। ଜ୍ୟୋତିଷ ଅନୁଯାୟୀ ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କର ଦିନ ହୋଇଥାଏ। ଶରୀରରେ ମଙ୍ଗଳର ନିବାସ ଆମ ରକ୍ତରେ ହୋଇଥାଏ ଏବଂ ରକ୍ତର ଉତ୍ପତ୍ତି ହୋଇଥାଏ। ଏହି ଦିନରେ କେଶ କାଟିଲେ ରକ୍ତ ବିକାର ହେବାର ସମ୍ଭାବନା ବଢ଼ିଯାଇଥାଏ।

ଏହାସହ ପଢନ୍ତୁ : ଧନୀ ହେବା ପାଇଁ ଚାହୁଁଥିଲେ ଘରୁ ତୁରନ୍ତ ବାହାର କରନ୍ତୁ ଏହି ୫ଟି ଜିନିଷ

ଗୁରୁବାର ଦିନ ଧନର କାରକ ବୃହଷ୍ପତିଙ୍କ ଦିନ ବୋଲି କୁହାଯାଏ। ବୃହଷ୍ପତି ସନ୍ତାନ ଏବଂ ଜ୍ଞାନର ମଧ୍ୟ କାରକକ ଗ୍ରହ। ଏହି ଦିନରେ କେଶ କାଟିଲେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହେବା ସହିତ ଧନର ଅଭାବ, ସନ୍ତାନ କଷ୍ଟ ଏବଂ ଜ୍ଞାନ କ୍ଷୀଣ ହେବାର ଆଶଙ୍କା ଥାଏ।

ଶନିବାର ଶନି ଗ୍ରହଙ୍କ ଦିନ।। ଶନି ଆୟୁଷ ଏବଂ ମୃତ୍ୟୁ ଦେଉଥିବା ଗ୍ରହ ଅଟନ୍ତି। ଶନିଙ୍କର ସମ୍ବନ୍ଧ ଆମ ତ୍ୱଚା ଉପରେ ରହିଥାଏ। ଶନିବାର ଦିନ କେଶ କାଟିଲେ ବହୁତ ଖରାପ ପ୍ରଭାବ ପଡିଥାଏ। ଏଥିପାଇଁ ଏହି ଦିନରେ କେଶ କାଟିବାକୁ ବାରଣ କରାଯାଇଛି। ଆୟୁଷ କମି ଯାଉଥିବା କାରଣରୁ ବଡମାନେ ଏହି ଦିନରେ କେଶ ନ କାଟିବାକୁ ପରାମର୍ଶ କରିଥାନ୍ତି।

Pritiparna

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

15 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

25 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

37 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

44 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

45 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago