Categories: କ୍ରୀଡା

ଭାରତରେ ନିର୍ମାଣ ହେଲା ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ, ଜାଣନ୍ତୁ ଏକାଠି କେତେ ଲୋକ ବସି ଦେଖି ପାରିବେ ଖେଳ

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସବୁଠାର ବଡ କ୍ରିକେଟ୍ ଷ୍ଟାଡିୟମ ଅଷ୍ଟ୍ରେିଲିଆର ମେଲବର୍ନ କ୍ରିକେଟ୍ ଗ୍ରାଉଣ୍ଡକୁ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆର ମେଲବର୍ନ ସହରରେ ଅବସ୍ଥିତ ଏହି ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ରହିଛି ୧ ଲକ୍ଷ ୨୪। ଏହି କ୍ରିକେଟ୍ ଗ୍ରାଉଣ୍ଡରେ ଦୁଇଟି ଅଲମ୍ପିକ ଏବଂ ଦୁଇଟି କ୍ରିକେଟ୍ ଓ୍ଵାଲ୍ଡ କପ ଫାଇନାଲ ହୋଇସାରିଛି। କିନ୍ତୁ ବର୍ତ୍ତମାନ ଏହାଠାରୁ ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଗ୍ରାଉଣ୍ଡ କୁହାଯିବାର ଘୋଷଣା ହେବ। କାରଣ ଏହାଠାରୁ ବଡ କ୍ରିକେଟ୍ ଗ୍ରାଉଣ୍ଡ ଭାରତରେ ତିଆରି ହୋଇସାରିଲାଣି।

ରିପୋର୍ଟ ଅନୁଯାୟୀ ଭାରତର ଗୁରୁରାଟ ରାଜ୍ୟର ଅହମଦାବାଦର ମୋଟେରାରେ ସରଦାର ପଟେଲ ଷ୍ଟାଡିୟମ ତିଆରି ହୋଇସାରିଛି। କିନ୍ତୁ ଏହା ନୂଆ ଷ୍ଟାଡିୟମ ନୁହେଁ। କାରଣ ଏହି ସ୍ଥାନରେ ପୂର୍ବରୁ ଷ୍ଟାଡିୟମ ରହିଥିଲା, ଯାହା ମୋଟେରା ଷ୍ଟାଡିୟମ ନାମରେ ଜଣାଶୁଣା। କିନ୍ତୁ ବର୍ତ୍ତମାନ ଏହାକୁ ଭଙ୍ଗାଯାଇ ନୂଆ କରି ତିଆରି କରାଯାଇଛି ଏବଂ ଏଠାରେ ମେଲବର୍ନ ଗ୍ରାଉଣ୍ଡ ଅପେକ୍ଷା ଅଧିକ ସିଟ୍ ରହିଛି। ଏହିକାରଣରୁ ବହୁତ ଜଲଦି ଦେଶର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ କୁହାଯାଉଥିବାର ଗୌରବ ହାସଲ କରିବ। ରିପୋର୍ଟ ଅନୁଯାୟୀ ଏହି ଗ୍ରାଉଣ୍ଡ ସମ୍ପୂର୍ଣ୍ନ ତିଆରି ହେବା ପାଇଁ ଆହୁରି ୨ ରୁ ୩ ମାସ ସମୟ ଲାଗିପାରେ। ମୋଟେରାର ସରଦାର ପଟେଲ ଷ୍ଟାଡିୟମ ୬୩ ଏକରରେ ଅବସ୍ଥିତ। ଏହି ଷ୍ଟାଡିୟମର ରୂପ ରେଖ ଏମସିଜିକୁ ଡିଜାଇନ କରିଥିବା ଆର୍କିଟେକ୍ଟ କମ୍ପାନୀ ତିଆରି କରିଛି। ଖବର ଅନୁଯାୟୀ ଆସନ୍ତା ବର୍ଷ ଏଠାରେ ଟି-୨୦ ମ୍ୟାଚ ଖେଳାଯିବାର ଶୁଣିବାକୁ ମିଳିଛି।

ଦେଶର ସବୁଠାରୁ ବଡ ଷ୍ଟାଡିୟମ ରୂପେ ରେକର୍ଡ ହାସଲ କରିବାକୁ ଯାଉଛି ଏହି ଷ୍ଟାଡିୟମ। ଏଠାରେ ୧ ଲକ୍ଷ ୧୦ ହଜାର ଲୋକ ବସିବା ପାଇଁ କ୍ଷମତା ରହିଛି, ଯାହା ମେଲବର୍ନ ଷ୍ଟାଡିୟମ ଠାରୁ ୧୦ହଜାର ଅଧିକ କ୍ଷମତା ରହିଛି। ଏଥିରେ ୭୬ କର୍ପୋରେଟ ବକ୍ସ, ୪ ଡ୍ରେସିଂ ରୁମ୍‌, ୩ ପ୍ରାକ୍ଟିସ୍ ଗ୍ରାଉଣ୍ଡ, ଇନଣ୍ଡୋର ପ୍ରାକ୍ଟିସ୍ ପିଚ୍‌, ଟ୍ରେନିଂ ସେଣ୍ଟର ଏବଂ ୫୫ଟି କ୍ଲବ ରହିଛି। ଏହାବ୍ୟତୀତ ଗୋଟିଏ ଅଲମ୍ପିକ ସାଇଜ୍ ର ସୁଇମିଂ ପୁଲ୍ ରହିଛି। ଏହାକୁ ଓ୍ଵାଲ୍ଡ କ୍ଲାସ୍ ଷ୍ଟାଡିୟମ ଭାବେ ତିଆରି କରିବା ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଏହାସହ ପଢନ୍ତୁ: ରାଞ୍ଚିରେ ଦେଖା ଦେଲେ ଧୋନି, ଡ୍ରେସିଂରୁମ୍‌ରେ ଜମିଲା ସିରିଜ୍‌ ବିଜୟ ଉତ୍ସବ

ମୋଟେରାରେ ଏହି ନୂଆ ଷ୍ଟାଡିୟମ ତିଆରି କରିବାର ବିଚାର ଗୁରୁରାଟର ତତକାଳୀନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ସମୟରେ ଆସିଥିଲା। ଗୁରୁରାଟ କ୍ରିକେଟ ଆସୋସିଏସନ୍‌ର ଉପାଧ୍ୟକ୍ଷ ପ୍ରମିଳା ନାଥଓ୍ଵାନି ସୂଚନା ଦେଇଥିଲେ। ଏହି ଷ୍ଟାଡିୟମର ପାଖରେ ୩୦୦ ମିଟର ଦୂରରେ ମଧ୍ୟ ମେଟ୍ରୋର ସୁବିଧା ରହିଛି। ଏକାସାଥିରେ ଷ୍ଟାଡିୟମରେ ୬୦ ହଜାର ଲୋକ ବ ।ହାରିବାର ବଡ ର‍୍ୟାପ ମଧ୍ୟ ତିଆରି କରାଯାଇଛି। ପୁରା ଷ୍ଟାଡିୟମ ପ୍ଲଡଲାଇଟସ୍ ର ଆଲୋକରେ ଝଲସି ଉଠିବ। ଏହି ଷ୍ଟାଡିୟମର ପୁରା ପରିସରରେ ଅତ୍ୟଧିକ ସୋଲାର ପାଓ୍ଵାର ବ୍ୟବହାର କରାଯାଇଛି।

KNews Bureau

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

7 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

14 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

15 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

33 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

58 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

1 hour ago