ଲାଇଫ୍ ଷ୍ଟାଇଲ୍

କେବଳ ଚିକେନ, ଅଣ୍ଡା କିମ୍ବା କ୍ଷୀର ନୁହେଁ, ଏହିସବୁ ଫଳରେ ରହିଛି ପ୍ରଚୁର ପ୍ରୋଟିନ

ଚିକେନ, ମାଛ, ଟୋଫୁ, ୟୋଗର୍ଟ, ବିନ୍ସ, ଅଣ୍ଡା, କ୍ଷୀର, ନଟସ୍, ଲହୁଣୀ ଭଳି ଜିନିଷ କେବଳ ପ୍ରୋଟିନ ରହିଥାଏ ବୋଲି ଆମ ମନକୁ ଆସିଥାଏ। କିନ୍ତୁ ପ୍ରୋଟିନର ଏହି ତାଲିକାରେ ଲୋକେ ଫଳକୁ ଗଣିନଥାନ୍ତି କାରଣ ଫଳ ପ୍ରୋଟିନର ମୁଖ୍ୟ ସ୍ରୋତ ହୋଇନଥାଏ। ବହୁତ କମ୍ ଲୋକ ଜାଣନ୍ତି ଯେ କିଛି ଖାସ୍ ଫଳରେ ମଧ୍ୟ ଅଳ୍ପ ମାତ୍ରାରେ ପ୍ରୋଟିନ୍ ମିଳିଥାଏ। ଆସନ୍ତୁ କ’ଣଏହିସବୁ ଫଳ..

ପିଜୁଳି : ଅଧ କପ୍ ପିଜୁଳିରେ ୨.୧୧ଗ୍ରାମ୍ ପ୍ରୋଟିନ୍ ଥାଏ। ପିଜୁଳିରେ ଅନେକ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଅଧିକ ପ୍ରୋଟିନ୍ ପାଇଁ ଆପଣ ପ୍ରୋଟିନ୍ ପାଉଡର, ଦହି କିମ୍ବା ଚିଜ ସହ ପିଜୁଳିର ସ୍ମୁଦି କରି ମଧ୍ୟ ନେଇ ପାରିବେ।

ଆଭାକାଡୋ : ଆଭାକାଡୋକୁ ସୁପର ଫୁଡ ମଧ୍ୟ କୁହାଯାଇଥାଏ। ଏକ କପ୍ କଟା ଆଭାକାଡୋ ରେ ୩ଗ୍ରାମ୍ ପ୍ରୋଟିନ୍ ଥାଏ। ଆଭାକାଡୋର ଏତିକି ହିଁ ମାତ୍ରାରେ ୧୦ଗ୍ରାମ୍ ଫାଇବର ମଧ୍ୟ ଥାଏ।

ଆପ୍ରିକଟ୍ : ଆପ୍ରିକଟରେ ପ୍ରଚୁର ପରିମାଣରେ ପୋଟାସିୟମ୍ ଏବଂ ଭିଟାମିନ୍ A ଥାଏ। ଆପ୍ରିକଟ୍ ଭିଟାମିନ୍ Cର ଏକ ଭଲ ସ୍ରୋତ। ଆପ୍ରିକଟକୁ ଚିକେନ ରେସିପି ସହ ଖାଇବା ଦ୍ବାରା ବହୁଳ ମାତ୍ରାରେ ପ୍ରୋଟିନ୍ ମିଳିଥାଏ।

ପଣସ : ଅଧା କପ୍ ପଣସରେ ୧.୪୨ଗ୍ରାମ୍ ପ୍ରୋଟିନ୍ ଥାଏ। ପଣସରେ ଭିଟାମିନ୍ B6 ପ୍ରଚୁର ମାତ୍ରାରେ ଥାଏ। ଯାହା ଉତ୍ତମ ମେଟାବଲିଜମ ପାଇଁ ଜରୁରୀ ହୋଇଥାଏ। ପଣସ ଦେଖିବାକୁ ମାଂସ ଭଳି ହୋଇଥାଏ। କିନ୍ତୁ ଏଥିରେ ମାଂସ ଭଳି ପ୍ରୋଟିନ୍ ନଥାଏ।

କିଓ୍ବି : ଏକ କପ୍ କଟା ହୋଇଥିବା କିଓ୍ବିରେ ୨.୦୫ଗ୍ରାମ୍ ପ୍ରୋଟିନ୍ ଥାଏ। ଫ୍ରୃଟ୍ ସାଲାଡରେ କିଓ୍ବି ଖାଇବା ଦ୍ବାରା ପ୍ରୋଟିନ୍ ମିଳିଥାଏ।

ଶୁଖିଲା କୋଳି : ଏକ ଚତୁର୍ଥାଂଶ କପ୍ ଶୁଖିଲା କୋଳିରେ ୦.୯୫ ଗ୍ରାମ୍ ପ୍ରୋଟିନ୍ ମିଳିଥାଏ। ଏଥିରେ ଫାଇବରର ପ୍ରଚୁର ସ୍ରୋତ ଥାଏ। ଏହା ଅଧିକ ପରିମାଣରେ ଖାଇଲେ ଆପଣଙ୍କ ପେଟ ଖରାପ ହୋଇପାରେ।

Swagatika

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

1 min ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

35 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

43 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

58 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago