ସ୍ପେଶାଲ

୨୦ ବର୍ଷ ପୂର୍ବେ ହିମାଚଳରୁ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ ଗୌରବ, ଆଜି ସେଠାରେ ହୋଇଛନ୍ତି ସାଂସଦ, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ

ହିମାଚଳ ପ୍ରଦେଶର ହମିରପୁର ନିବାସୀ ଡାକ୍ତର ଗୌରବ ଶର୍ମାଙ୍କ କାହାଣୀ ସମସ୍ତଙ୍କ ପାଇଁ ଏକ ଉଦାହରଣ। ସେ ନ୍ୟୁଜିଲାଣ୍ଡରେ ନିଜ ଦେଶର ନାଁ ଉଜ୍ଜ୍ୱଳ କରିଛନ୍ତି। ଗୌରବ ସେଠାକାର ସଂସଦରେ ପହଞ୍ଚିଛନ୍ତି। ତାଙ୍କୁ ଲେବର ପାର୍ଟିର ଟିକେଟ ମିଳିବା ପରେ ସେ Hamildon Westରୁ ସାଂସଦ ରୂପେ ବଛା ହୋଇଛନ୍ତି।

ଘଟଣାଟି ପାଖାପାଖି ୨୦ ବର୍ଷ ତଳର, ଯେତେବେଳେ ଗୌରବ ହମିରପୁରରୁ ନ୍ୟୁଜିଲାଣ୍ଡ ଯାଇଥିଲେ। ସେଠାରେ ସେ ମେଡିସିନ ଏବଂ ସର୍ଜରୀରେ ବ୍ୟାଚେଲର ଡିଗ୍ରୀ ହାସଲ କରିଛନ୍ତି। ସେ ହାମିଲଟନର ନଟାନରେ ପ୍ରାକ୍ଟିସ କରୁଛନ୍ତି। ତେବେ ଗୌରବଙ୍କୁ ୧୫,୮୭୩ ମତ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀଙ୍କୁ ପ୍ରାପ୍ତ ହୋଇଛି ୧୧,୪୮୭ ମତ।

ଗୌରବଙ୍କ ବାପା ସରକାରୀ ଚାକିରି ଛାଡ଼ି ଚାଲିଯାଇଥିଲେ ନ୍ୟୁଜିଲାଣ୍ଡ

ବାସ୍ତବରେ, ଗୌରବଙ୍କ ବାପା ସରକାରୀ ଚାକିରି ଛାଡ଼ି ନ୍ୟୁଜିଲାଣ୍ଡ ସିଫ୍ଟ ହୋଇଯାଇଥିଲେ। ଲେବର ପାର୍ଟିର ବୟାନ ମୁତାବକ, ଗୌରବଙ୍କ ବାପା ଏଠାରେ ବହୁତ ପରିଶ୍ରମ କରୁଥିଲେ। ନିଜ ଅନୁଭବୀ କ୍ଷେତ୍ରରେ କାମ ପାଇବା ପାଇଁ ତାଙ୍କୁ ୬ ବର୍ଷ ଲାଗିଯାଇଥିଲା। ପରିବାର ଏହି ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ସେ ଅନେକ ସମୟରେ ପାର୍କ ବେଞ୍ଚରେ ଶୋଉଥିଲେ ଏବଂ ଅକଲାଣ୍ଡ ସିଟି ମିଶନ ଏବଂ ହରେ କୃଷ୍ଣ ଭଳି ଜାଗାରେ ଖାଦ୍ୟ ଖାଉଥିଲେ।

ଗୌରବ ବି କରିଥିଲେ କଠିନ ପରିଶ୍ରମ

ଯେତେବେଳେ ଗୌରବଙ୍କ ପରିବାର ନ୍ୟୁଜିଲାଣ୍ଡ ଚାଲିଯାଇଥିଲା, ସେତେବେଳେ ସେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ସେଠାରେ ପହଞ୍ଚିବା ପରେ ନୂଆ ମାହୋଲରେ ଖାପ ଖୁଆଇବା ପାଇଁ ଗୌରବ ବହୁ ପରିଶ୍ରମ କରିଥିଲେ।

ତେବେ ଏଥର ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡରନ ବହୁ ଜନମତ ସହ ନିର୍ବାଚନ ଜିତିଛନ୍ତି। ପ୍ରଥମେ ଏହି ନିର୍ବାଚନ ୧୯ ସେପ୍ଟେମ୍ବରରେ ହେବାକୁ ଥିଲା, କିନ୍ତୁ କୋଭିଡ-୧୯ର ଦ୍ଵିତୀୟ ପ୍ରବାହ ଯୋଗୁ ଏହାକୁ ସ୍ଥଗିତ କରିଦିଆଯାଇଥିଲା। ପ୍ରଥମ ଥର ପାଇଁ ଏମିତି ବିଜୟ କୌଣସି ପାର୍ଟିକୁ ମିଳିଛି। ଏହାସହିତ ଜେସିଣ୍ଡା ପୁଣିଥରେ ଦେଶର ମଙ୍ଗ ଧରିବାକୁ ପ୍ରସ୍ତୁତ ହୋଇଛନ୍ତି।

Roshni

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

23 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

31 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

46 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

52 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago