ସକାଳୁ ଉଠି ବାସି ମୁଁହରେ କରନ୍ତୁ ଏହି ସହଜ କାମ, ଦାନ୍ତ ସଫା ଏବଂ ମଜବୁତ ରହିବା ସହ ହେବ ମୁଁହର ଦୁର୍ଗନ୍ଧ ଦୂର

ଆମ ଶରୀରର ସୁନ୍ଦରତା ଏବଂ ଏକ ସୁନ୍ଦର ବ୍ୟକ୍ତିତ୍ବ ପାଇଁ ଆମର ଦାନ୍ତ ସଫା ରହିବ ନିହାତି ଜରୁରୀ ଅଟେ । ଦାନ୍ତ ଖରାପ ଏବଂ ହଳଦିଆ ହେବା ଦ୍ୱାରା ମଣିଷର ସୁନ୍ଦରତା କମିଯାଇଥାଏ ଏବଂ ଏହିଭଳି ବ୍ୟକ୍ତି ମନ ଖୋଲି ହସି ପାରନ୍ତି ନାହିଁ । ବହୁତ ସମୟରେ ଏହି କାରଣ ଯୋଗୁଁ ଅନ୍ୟ ଆଗେ ଲଜ୍ଜ୍ୟା ଅନୁଭବ ହୋଇଥାଏ । ଆପଣ ଏପରି ଅନେକ ଲୋକ ଦେଖିଥିବେ ଯାହାଙ୍କ ଦାନ୍ତ ବହୁତ ମଇଳା ଏବଂ ହଳଦିଆ ଦେଖାଯାଇଥାଏ । ସେମାନେ କେବେବି ଅନ୍ୟ ସାମ୍ନାରେ ମନଖୋଲି ହସି ପାରନ୍ତି ନାହିଁ । ଆଜିକାଲି ଅଧିକ ଲୋକ ମଇଳା ଏବଂ ହଳଦିଆ ଦାନ୍ତ ପାଇଁ ଚିନ୍ତିତ ରହୁଛନ୍ତି । ଏବଂ ଦାନ୍ତକୁ ସଫା ରଖିବା ପାଇଁ ବଜାରରେ ଉପଲବ୍ଧ କେମିକାଲର ସାହାରା ନେଉଛନ୍ତି କିନ୍ତୁ ଏହାଦ୍ୱାରା ଦାନ୍ତକୁ ଅଧିକ କ୍ଷତି ପହଂଚି ଥାଏ । ସେଥିପାଇଁ ମଇଳା ଦାନ୍ତକୁ ସଫା କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ କିଛି ଘରୋଇ ଉପଚାର ଯାହାଦ୍ୱାରା ଆପଣଙ୍କ ଦାନ୍ତ ରହିବ ସୁସ୍ଥ ସଫା ଏବଂ ଧଳା । ଆସନ୍ତୁ ଜାଣିବା କଣ ରହିଛି ଏହି ସହଜ ଉପାୟ ।

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଆପଣ କମଳାର ଚୋପା ଏବଂ ତୁଳସୀ ପତ୍ରକୁ ଭଲଭାବେ ଶୁଖାଇ ଦିଅନ୍ତୁ ଏବଂ ଏହାପରେ ତାକୁ ଭଲଭାବେ ପେଷି ଏକ ପାଉଡର ପ୍ରସ୍ତୁତ କରନ୍ତୁ । ଏହି ପାଉଡରକୁ ଏକ ଡବାରେ ରଖନ୍ତୁ । ବର୍ତ୍ତମାନ ଏହି ପାଉଡରରେ ଲେମ୍ବୁରସ ମିଶାଇ ପ୍ରତିଦିନ ଏଥିରେ ବ୍ରସ କରନ୍ତୁ । ଏପରି କିଛିଦିନ ଲଗାତାର ଭାବେ କରିବା ପରେ ଆପଣଙ୍କ ଦାନ୍ତ ସମ୍ପୂର୍ଣ ଭାବେ ସଫା ଏବଂ ଧଳା ହୋଇଯିବ ଓ ଏହା ସହିତ ମୁଁହର ଦୁର୍ଗନ୍ଧରୁ ମଧ୍ୟ ମୁକ୍ତି ପାଇବେ ।

ଦାନ୍ତ ସଫା କରିବା ପାଇଁ ଉପାୟ

ମଇଳା ଏବଂ ହଳଦିଆ ଦାନ୍ତକୁ ସଫା କରିବା ପାଇଁ ସପ୍ତାହରେ ଗୋଟିଏ ଥର ଲୁଣ ଏବଂ ତେଲର ବ୍ୟବହାର କରନ୍ତୁ । ଏଥିପାଇଁ ଅଧା ଛୋଟ ଚାମଚ ଲୁଣରେ ଦୁଇ ବୁନ୍ଦା ସୋରିଷ ତେଲକୁ ମିଶାଇ ଦାନ୍ତରେ ମାଲିସ କରନ୍ତୁ । ଏହାଦ୍ୱାରା ଦାନ୍ତର ହଳଦିଆପଣ ଦୂର ହୋଇଯାଇଥାଏ ।

 

ଦାନ୍ତକୁ ମଜବୁତ ଏବଂ ସଫା କରିବା ପାଇଁ ଦିନକୁ ଦୁଇଥର ବ୍ରସ କରନ୍ତୁ । ସକାଳୁ ଉଠିବା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ନିଶ୍ଚିତ ଭାବେ ବ୍ରସ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଦାନ୍ତ ମଜବୁତ ରହିବ ଏବଂ ସଫା ମଧ୍ୟ ରହିବ ।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

37 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

59 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

1 hour ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago