କ୍ଷୀର ପିଇବାକୁ ଭଲ ପାଉଛନ୍ତି କି? ତେବେ ହୋଇଯାନ୍ତୁ ସତର୍କ

ନିଜ ଛୋଟ ବେଳରୁ ଆମେ ଶୁଣି ଆସିଛୁ ଯେ କ୍ଷୀର ପିଇଲେ ବହୁ ଫାଇଦା ହୋଇଥାଏ । ଏମିତିକି ବହୁ ଲୋକ କ୍ଷୀରକୁ ଏକ ପୂର୍ଣ୍ଣ ପୌଷ୍ଟିକ ଆହାର ଭାବେ ମଧ୍ୟ ଗ୍ରହଣ କରିଥାନ୍ତି । କ୍ଷୀରରେ କ୍ୟାଲସିୟମ, ମ୍ୟାଗସିୟମ ପରି ବହୁ ଉପାଦାନ ମଧ୍ୟ ଭରପୁର ଥାଏ । ଗୋଟେ ଗ୍ଲାସ କ୍ଷୀର ପିଇଦେଲେ ଆଉ କିଛି ଖାଇବା ଦରକାର ନାହିଁ । ଛୋଟ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷୀର ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ । କିନ୍ତୁ ନିକଟରେ ଫୁଡ ଷ୍ଟାଣ୍ଡାର୍ଡ ଓ ସେଫଟି ଅଥରିଟି ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣ ବିଷୟରେ ଯଦି ଆପଣ ଶୁଣିବେ ତେବେ ଆପଣଙ୍କ ହୋସ ଉଡିଯିବ ନିଶ୍ଚିତ । ଭାରତର ଖାଦ୍ୟ ନିରାପତ୍ତା ଅଧିକାରୀ ଏଫଏସଏସଆଇ କ୍ଷୀରର ଏକ ବଡ ସାମ୍ପଲ ନେଇ ଏକ ସର୍ଭେ କରିଥିଲେ ।

ସାରା ଦେଶର ବିଭିନ୍ନ ପ୍ରାନ୍ତରୁ ଏଥିପାଇଁ ଦୁଧର ନମୁନା ନିଆଯାଇ ପରୀକ୍ଷା କରାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ନମୁନା ଗୁଡିକର ସମୁଦାୟ ୪୧ ପ୍ରତିଶତ ନମୁନା ଗୁଣବତ୍ତା ରକ୍ଷା କରିପାରିନଥିଲା । ଖାଲି ଏତିକି ନୁହେଁ ୭ ପ୍ରତିଶତ ନମୁନାରୁ ତ ଏମିତି ତଥ୍ୟ ମିଳିଲା ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ଏଫଏସଏସଆଇର ଅଧ୍ୟକ୍ଷ ପବନ କୁମାର ଅଗ୍ରୱାଲ କହିଛନ୍ତିକି ପରୀକ୍ଷା ପାଇଁ ନିଆଯାଇଥିବା ସାମ୍ପଲ ମାନଙ୍କରୁ ଜଣା ଯାଇଥିଲା କି ୪୦ ପ୍ରତିଶତ କ୍ଷୀରର ଗୁଣବତା ହିଁ ଠିକ ନଥିଲା । ଏମିତିକି ପ୍ରୋସେସଡ଼ କ୍ଷୀର ଗୁଡିକ ବି ନିଜ ଗୁଣବତ୍ତା ରକ୍ଷା କରିପାରୁନାହାନ୍ତି ।

ସେ ଏହା ମଧ୍ୟ କହିଥିଲେ କି ଯେଉଁ ୭ ପ୍ରତିଶତ କ୍ଷୀରର ସେଫଟି ମାନକ ନିଆଯାଇଥିଲା ତା ମଧ୍ୟରୁ ୫.୭ ପ୍ରତିଶତ କ୍ଷୀରରେ ଏଫ୍ଲାକ୍ସଟିନ ଏମ -୧ର କିଛି ଅଂଶ ମିଳିଥିଲା । ଅବଶ୍ୟ ଏଗୁଡିକ ସାରା ଦେଶରୁ ମିଳିଥିବା ତଥ୍ୟରୁ ନୁହେଁ କେବଳ କିଛି ରାଜ୍ୟ ମାନଙ୍କ ତଥ୍ୟରୁ ହିଁ ମିଳିଥିଲା । ଆପଣଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିବ ଏଫ୍ଲାକ୍ସଟିନ ଏମ -୧ଅଂଶ ବ୍ରାଣ୍ଡେଡ କ୍ଷୀର ମାନଙ୍କରେ ମଧ୍ୟ ମିଳିଛି । ଡାକ୍ତରଙ୍କ ଅନୁଯାୟୀ ଏହା କ୍ୟାନ୍ସର ପରି ମାରାତ୍ମକ ରୋଗର କାରଣ ମଧ୍ୟ ହୋଇପାରେ ।

ଏହା ସହ ପଢନ୍ତୁ: କଣ ବଳକା ଖାଦ୍ୟକୁ ପୁଣି ଗରମ କରି ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଶିଶୁ ରୋଗ ବିଶେଷଜ୍ଞ ଡ. ରବି ମଲିକ କହିଛନ୍ତିକି ଏହା ଦ୍ୱାରା ମନୁଷ୍ୟ ଶରୀରରେ ଲିଭର କାନ୍ସର ପରି ରୋଗ ମଧ୍ୟ ଦେଖାଦେଇପାରେ । ଛୋଟ ପିଲାଙ୍କ ଉପରେ ବି ଏହା ଅଧିକ ମାତ୍ରାରେ ପ୍ରଭାବ ପକାଇଥାଏ । ପିଲାଙ୍କ ଲିଭର ଉପରେ ବି ଏହା କୁପ୍ରଭାବ ପକାଇପାରେ । ସେମାନଙ୍କ ଠାରେ ଗ୍ୟାସ ସମସ୍ୟା ବି ଦେଖା ଦେଇପାରେ । ଯାହା ଦ୍ୱାରା ସେମାନଙ୍କ ଗ୍ରୋଥ ଅଟକି ଯାଇପାରେ । ନିୟମିତ ଏହି କ୍ଷୀରର ସେବନ ଦ୍ୱାରା ଶରୀରରେ କାର୍ସିନୋଜେନିକ ଜମା ହୋଇପାରେ । ଶରୀରରେ ଏହା ଦ୍ୱାରା କ୍ୟାନ୍ସର ପରି ଗୁରୁତର ସମସ୍ୟା ସୃଷ୍ଟି କରିପାରେ ।

KNews Bureau

Recent Posts

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

33 mins ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

34 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

41 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

1 hour ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

2 hours ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

2 hours ago