ଦୀପାବଳିିରେ ଗର୍ଭବତୀ ମହିଳାମାନେ ଏମିତି ନିଅନ୍ତୁ ନିଜ ଯତ୍ନ, ଗର୍ଭସ୍ଥ ଶିଶୁ ରହିବ ସୁରକ୍ଷିତ

ଆଲୋକର ପର୍ବ ଦୀପାବଳି ପାଇଁ ସହରଠୁ ଗାଁ ଯାଏଁ ସବୁଆଡ଼ ଉତ୍ସବ ମୁଖରିତ ହୋଇପଡ଼ିଛି। ବର୍ଷକକୁ ଥରଟିଏ ପଡ଼ୁଥିବା ଏହି ଉତ୍ସବ ପାଇଁ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ। ଦୀପାବଳିର ଉତ୍ସାହ ଉଦ୍ଦୀପନାରେ ଲୋକମାନେ ବେଳେ ବେଳେ ଏତେ ମାତ୍ରାରେ ମାତି ଯାଇଥାନ୍ତି ଯେ ନିଜ ଆଖପାଖର ଲୋକଙ୍କ କଥା ଚିନ୍ତା କରିବାକୁ ସେମାନଙ୍କ ପାଖେ ସମୟ ନଥାଏ। ଏଭଳି ସ୍ଥିତିରେ ପଡ଼ୋଶୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବାଣର ଧୂଆଁ ଓ ଶବ୍ଦର ପ୍ରଭାବ ହୃଦରୋଗୀଙ୍କ ସମେତ ଗର୍ଭବତୀଙ୍କ ଉପରେ ମଧ୍ୟ ପଡ଼ିଥାଏ। ଫଳରେ ଗର୍ଭସ୍ଥ ଶିଶୁ ପ୍ରଭାବିତ ହେବା ଆଶଙ୍କା ରହିଛି। ତେବେ ଆସନ୍ତୁ ଜାଣିବା ଦୀପାବଳିରେ ଗର୍ଭବତୀମାନେ କିପରି ନିଜ ଯତ୍ନ ନେବା ଉଚିତ୍‌…

ପୋଷାକକୁ ନେଇ ରୁହନ୍ତୁ ସାବଧାନ:

ଦୀପାବଳିରେ ପ୍ରାୟ ସମସ୍ତେ ନୂଆ ଡ୍ରେସ୍‌ ପିନ୍ଧିଥାନ୍ତି। ଏଭଳି ସ୍ଥିତିିରେ ଯଦି ଆପଣ ମା’ ହେବାକୁ ଯାଉଛନ୍ତି, ତେବେ ସିଲ୍କ ବା ସିନ୍ଥେଟିକ୍‌ ଶାଢ଼ି ପିନ୍ଧିବା ଅପେକ୍ଷା କଟନ୍‌ର କିଛି ଏଭଳି ଡ୍ରେସ୍‌ ପିନ୍ଧନ୍ତୁ ଯେଉଁଥିରେ ଆପଣଙ୍କୁ ଆରାମ ଲାଗୁଥିବ।

ବାଣଠାରୁ ଦୂରେଇ ରୁହନ୍ତୁ:

ଗର୍ଭବତୀ ମହିଳାମାନେ ବାଣ ଠାରୁ ଯଥା ସମ୍ଭବ ଦୂରରେ ରୁହନ୍ତୁ। ବାଣରୁ ନିର୍ଗତ ଧୂଅାଁ ଗର୍ଭସ୍ଥ ଶିଶୁ ପାଇଁ ହାନିକାରକ ହୋଇଥାଏ। ଏଥିସହ ବାଣର ଶବ୍ଦ ମଧ୍ୟ ଶିଶୁ ପାଇଁ ବିପଦଜନକ ହୋଇପାରେ। ଏଣୁ ବାଣ ଫୁଟୁଥିବା ସ୍ଥାନକୁ ଯାଆନ୍ତୁ ନାହିଁ।

ଖାଦ୍ୟପେୟ ଉପରେ ଦିଅନ୍ତୁ ବିଶେଷ ଧ୍ୟାନ:

ପର୍ବପର୍ବାଣୀ ବେଳେ ଆମେ ପ୍ରାୟତଃ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେଇନଥାଉ। ମାତ୍ର ଗର୍ଭବତୀ ଥିଲେ ଖାଦ୍ୟ ଉପରେ ନିହାତି ଗୁରୁତ୍ୱ ଦିଅନ୍ତୁ। ତେଲଛଣା, ଅଧିକ ମିଠା କିମ୍ବା ବାହାରର ଖାଦ୍ୟ ଗ୍ରହଣ ନ କରି ମହିଳାମାନେ ସାଧାରଣ ଘରୋଇ ଖାଦ୍ୟ କିମ୍ବା ଫଳ ଆହାର ଗ୍ରହଣ କରନ୍ତୁ।

ଏହାସହ ପଢ଼ନ୍ତୁ: ଦୀପାବଳିରେ ବନ୍ଧୁବାନ୍ଧବଙ୍କୁ ଗିଫ୍ଟ କରନ୍ତୁ ଆପଣଙ୍କ ହାତ ତିଆରି ଫ୍ରୁଟ୍‌ ଆଣ୍ଡ ନଟ୍ସ କୁକିଜ୍‌, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

କୋଲ୍ଡ ଡ୍ରିଙ୍କ୍ସ ପାନରୁ ବିରତ ରୁହନ୍ତୁ:

ଦୀପାବଳିରେ ଘରକୁ ଅତିଥି ଆସିବା ଏକ ସାଧାରଣ କଥା। ଏଣୁ କୋଲ୍ଡ ଡ୍ରିଙ୍କ୍ସ ତଥା ଅନ୍ୟ ମୃଦୁପାନୀୟ ପିଇବା ଲାଗି ଆୟୋଜନ କରାଯାଇଥାଏ। ଗର୍ଭବତୀ ମହିଳାଙ୍କ ପାଇଁ ଏହି ପାନୀୟ ସେବନ କ୍ଷତିକାରକ ହୋଇପାରେ। କୋଲ୍ଡ ଡ୍ରିଙ୍କ ବଦଳରେ ଆପଣ ଫଳ ରସ ପିଇପାରିବେ।

ପ୍ରଚୁର ପାଣି ପିଅନ୍ତୁ:

ପ୍ରଦୂଷିତ ବାତାବରଣରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପ୍ରଚୁର ପାଣି ପିଅନ୍ତୁ। କେବଳ ଗର୍ଭବତୀ ନୁହେଁ ଦୀପାବଳିର ଧୂଅାଁ ଓ ସ୍ୱାସ୍ଥ୍ୟ ଅନୁପଯୋଗୀ ପରିବେଶରୁ ଶରୀରକୁ ରକ୍ଷା କରିବାକୁ ପାଇଁ ସମସ୍ତେ ପାଣି ପିଇବା ଆବଶ୍ୟକ।

WCW 11

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

2 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

2 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

3 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

4 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

5 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

5 hours ago