ଲାଇଫ୍ ଷ୍ଟାଇଲ୍

ଖିରି ନୁହେଁ ଏବେ ଖାଆନ୍ତୁ ସିମେଇ ଉପମା, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ସିମେଇ ଖାଇବାକୁ ଖୁବ୍‌ ସ୍ୱାଦିଷ୍ଟ ଲାଗିଥାଏ। ଘରେ କିଛି ଖାସ୍‌ ସମୟରେ ସିମେଇ ତିଆରି କରାଯାଇଥାଏ। ଯଦି ଆପଣଙ୍କୁ ସିମେଇ ଖାଇବା ଖୁବ୍‌ ପସନ୍ଦ ତେବେ ଆଜି ଆମେ ଆପଣଙ୍କୁ ସିମେଇରେ ପ୍ରସ୍ତୁତ କିଛି ନୂଆ ରେସିପି ବିଷୟରେ ଜଣାଇବୁ। କଣ ଆପଣ କେବେ ସିମେଇ ଉପମା ଖାଇଛନ୍ତି କି? ଯଦି ନା ତେବେ ଆଜି ହିଁ ସିଖନ୍ତୁ କିପରି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ:

୧ କପ ସିମେଇ

୨ ଚାଚମ ତେଲ

୧ ଚାମଚ ଜୀରା

୧ ଚାମଚ ସୋରିଷ

୨ ରୁ ୩ ଚାମଚ ଲଙ୍କାଗୁଣ୍ଡ

୧ ବା ୨ଟି କଞ୍ଚା ଲଙ୍କା

୭ ରୁ ୮ଟି ଭୃସଙ୍ଗ ପତ୍ର

ଅଳ୍ପ ସିମଲା ଲଙ୍କା ଏବଂ ଅଳ୍ପ କଟା ଗାଜର

୧ କପ ସ୍ୱିଟ୍‌ କର୍ଣ୍ଣ

୧ କପ ବାଦାବ

୨ କପ ପାଣି

୧ ଚାମଚ ଟମାଟ ସସ୍‌

ହଳଦୀ ପାଉଡର

ଲଙ୍କା ଗୁଣ୍ଡ

ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତ ପ୍ରଣାଳୀ:

ପ୍ରଥମେ ୧କପ ସିମେଇ ନେଇ ଏହାକୁ ହାଲୁକା ଭାଜି ଦିଅନ୍ତୁ। ଏବେ ଗରମ ତେଲରେ ଜୀରା, ସୋରିଷ, ଶୁଖିଲା ଲଙ୍କା, କଞ୍ଚା ଲଙ୍କା, ଭୃସଙ୍ଗ ପତ୍ର, ବାଦାମ, ଗାଜର, ସ୍ୱିଟ୍‌ କର୍ଣ୍ଣ, ସିମଲା ଲଙ୍କା, ବିନ୍ସ ପକାଇ ୨ ରୁ ୩ ମିନିଟ୍‌ ଭାଜି ଦିଅନ୍ତୁ। ଏବେ ଏଥିରେ ସିମେଇ ପକାନ୍ତୁ ଏବଂ ଖାଦ୍ୟ ଅନୁଯାୟୀ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଟମାଟ ସସ୍‌ ଏବଂ ଅଳ୍ପ ଲେମ୍ବୁ ରସ ପକାଇ ମଧ୍ୟମ ଆଞ୍ଚରେ ରଖନ୍ତୁ। ଏବେ ସେଥିରେ ୨ କପ ପାଣି ପକାଇ ୭ ରୁ ୮ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ସିମେଇ ଯେପରି ସବୁ ପାଣି ସୁଖାଇଦେବ ତାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟେଷ୍ଟି ସିମେଇ ଉପମା।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

13 hours ago