ରବିବାର ଡିନରକୁ ସ୍ପେଶାଲ କରିବାକୁ ଚାହୁଁଥିଲେ, ଘରେ ବନାନ୍ତୁ ଟେଷ୍ଟି “ମଲାଇଦାର ସବନମ କରୀ”

ସପ୍ତାହକୁ ଗୋଟିଏ ଦିନ ଛୁଟି ମିଳୁଥିବାରୁ ରବିବାର ଦିନ ସାଧାରଣତଃ କିଛି ସ୍ପେଶାଲ କରି ଖାଇବାକୁ ଇଚ୍ଛା ହୁଏ । ଆମିଷାଶୀ ମାନେ ବାହାରର ହୋଟେଲ  ମାନଙ୍କରେ ଏହାର ମଜା ନେଇଥାନ୍ତି । କିନ୍ତୁ ନିରାମିଷାଶୀ ମାନେ ସେତେଟା ଉପଭୋଗ କରିପାରନ୍ତି ନାହିଁ । କିନ୍ତୁ ନିଜ ହାତରେ ଅତି ସହଜ ଉପାୟରେ ସେମାନେ ମଧ୍ୟ ଖାଦ୍ୟ ପ୍ରସ୍ତୁତ କରି ଏହାର ଭରପୁର ମଜା ନେଇପାରିବେ । ତେବେ ଆସନ୍ତୁ ଜାଣିନେବା ଏକ ସ୍ୱାଦିଷ୍ଟ ଭେଜ ଆଇଟମ ବିଷୟରେ । ଯାହାର ନାଁ ରହିଛି “ମଲାଇଦାର ସବନମ କରୀ” । ଯାହାକୁ ଖାଇବା ମାତ୍ରେ ଆପଣ ଆଙ୍ଗୁଳି ନ ଚାଟି ରହି ପାରିବେ ନାହିଁ ।

ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧. କଞ୍ଚା ମଟର – ୨୦୦ ଗ୍ରାମ

୨. ତାଜା ଛତୁ – ୨୦୦ ଗ୍ରାମ

୩. ପିଆଜ – ୧୫୦ ଗ୍ରାମ

୪. ଟମାଟୋ- ୧୦୦ ଗ୍ରାମ

୫. ରସୁଣ – ୨୦ ଗ୍ରାମ

୬. ଖୁଆ -୫୦ ଗ୍ରାମ

୭. ରିଫାଇନ ତେଲ – ୧୦୦ ମିଲି ଗ୍ରାମ

୭. ତେଜ ପତ୍ର- ୪ ରୁ ୫ ଟି

୮. ଲବଙ୍ଗ

୯. ହଳଦୀ ଗୁଣ୍ଡ

୧୦. ଗୁଣ୍ଡ ଗରମ ମସଲା

୧୧. ଲଙ୍କା ଗୁଣ୍ଡ

୧୨. ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଛତୁକୁ ମଧ୍ୟମ ଆକାରରେ କାଟି ଦିଅନ୍ତୁ । ପୂର୍ବରୁ ପିଆଜ, ରସୁଣ କୁ ଖଣ୍ଡ ଖଣ୍ଡ କରି କାଟି ପାଣି ସହ କିଛି ସମୟ ସିଝାଇ ଏକ ପେଷ୍ଟ ବନାଇ ଦିଅନ୍ତୁ । ଖୁଆକୁ କୋରି ଦିଅନ୍ତୁ । ଏବେ ଏକ କଡେଇରେ ତେଲ ଗରମ କରନ୍ତୁ ଓ ଛତୁକୁ ହାଲକା ଆଞ୍ଚରେ ୨ ରୁ ୩ ମିନିଟ ଫ୍ରାଏ କରାଇ ଦିଅନ୍ତୁ । ଏବେ କଡେଇରେ ବଳି ଯାଇଥିବା ତେଲରେ ଲବଙ୍ଗ, ତେଜ ପତ୍ର ଅଧା ମିନିଟ ପାଇଁ ପକେଇ ପୂର୍ବରୁ ଥିବା ପିଆଜ ପେଷ୍ଟକୁ ଦେଇ ହାଲକା ଆଞ୍ଚରେ ଛାଡି ଦିଅନ୍ତୁ । କିଛି ସମୟ ପରେ ଗୁଣ୍ଡ ମସଲା ଗୁଡିକୁ ପକାଇ ୫ ମିନିଟ ପାଇଁ ଛାଡି ଦିଅନ୍ତୁ । ଏବେ ସେଥିରେ ୨ କପ ପାଣି, ମଟର, ଛତୁ, ଖୁଆ, ଲୁଣ ଦେଇ ଛାଡି ଦିଅନ୍ତୁ । ତେଲ ଯେବେ ବାହାରକୁ ବାହାରିବ ଆରମ୍ଭ ହେଲେ ଆପଣ ଜାଣିଯିବେ ଯେ ଆପଣଙ୍କ ତରକାରୀ ପ୍ରସ୍ତୁତ ହୋଇଗଲା । ଏବେ ସେଥିରେ କଟା ଯାଇଥିବା ଧନିଆ ପତ୍ର ପକାଇ ଗରମ ଗରମ ଭାତ କିମ୍ବା ରୁଟି ସହ ପରସନ୍ତୁ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago