ରାତି ଖାଇବାକୁ ସ୍ପେଶାଲ କରିବା ପାଇଁ ପ୍ରସ୍ତୁତ କରନ୍ତୁ ‘ପାଳଙ୍ଗ କୋଫତା କରୀ’

ଛୋଟ ପିଲା ମାନେ ସାଧାରଣତଃ ସବୁଜ ପନିପରିବା ଖାଇବାକୁ ସେତେଟା ପସନ୍ଦ କରନ୍ତି ନାହିଁ । ଯଦି ସେହି ପରିବାକୁ କିଛିଟା ଭିନ୍ନ ଅନ୍ଦାଜରେ ପ୍ରସ୍ତୁତ କରାଯାଏ ପିଲା ମାନେ ଖୁସିରେ ଖାଇଦିଅନ୍ତି । ଶୀତ ଦିନେ ମିଳୁଥିବା ପାଳଙ୍ଗକୁ ଆହୁରି ସ୍ୱାଦିଷ୍ଟ କରିବା ପାଇଁ ଚାଲନ୍ତୁ ପ୍ରସ୍ତୁତ କରିବା ‘ପାଳଙ୍ଗ କୋଫତା କରୀ’ । ପ୍ରଥମେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧. ପାଳଙ୍ଗ – ୫୦ ଗ୍ରାମ

୨. ରିଫାଇନ ତେଲ- ୧ ଛୋଟ ଚାମଚ

୩. ଅଦା ପେଷ୍ଟ- ୧ ଚାମଚ

୪. ଲୁଣ ସ୍ୱାଦ ଅନୁଯାୟୀ

୫. ବାଦାମ- ୪ ରୁ ୫ ଟି

୬. ଆଳୁ – ୧

୭. ଯାୟତ୍ରୀ ପାଉଡର- ୧୦ ଗ୍ରାମ

୮. ଧଳା ରାଶି- ୧୦ ଗ୍ରାମ

୯. ଲଙ୍କା ଗୁଣ୍ଡ- ୧ ଚାମଚ

୧୦. ପିଆଜ- ୧

୧୧. ଦେଶୀ ଘିଅ – ୨ ଚାମଚ

୧୨. କଳା ଜିରା – କିଛି

୧୩. କଞ୍ଚା ଲଙ୍କା- ୨ ଟି

୧୪. ତେଜ ପତ୍ର

୧୫. ଅଖରୋଟ – ୧ ଟି

୧୬. କାଜୁ – ୪ ରୁ ୫ ଟି

୧୭. ପନିର-୨୦୦ ଗ୍ରାମ

୧୮ . ଡାଲଚିନି ପାଉଡର- ୧ ଚାମଚ

୧୯. ମଇଦା- ୧ ଚାମଚ

୨୦. ଧନିଆ – ୧ ଚାମଚ

୨୧. ନଡ଼ିଆ – କୋରା ଯାଇଥିବା

୨୨. ହଳଦୀ- ଗୋଟେ ଚୁଟକୀ

୨୩. ରସୁଣ – ୫ ପାଖୁଡା

ପ୍ରସ୍ତୁତ ପ୍ରଣାଳୀ:

– ଗୋଟେ ପ୍ୟାନରେ ତେଲ ଗରମ କରନ୍ତୁ, ସେଥିରେ କିଛି ଜିରା ପକେଇ ଭଲ ଭବେ ଭାଜି ଦିଅନ୍ତୁ । ସାଥିରେ ଅଦା ଓ ଲଙ୍କା ପେଷ୍ଟ ବି ଦିଅନ୍ତୁ ।
– ପରେ ସେଥିରେ କଟା ଯାଇଥିବା ପାଳଙ୍ଗକୁ ପକେଇ ଦିଅନ୍ତୁ । ଆଉ ୩ ରୁ ୫ ମିନିଟ ପାଇଁ ଭଲଭାବେ ଭାଜନ୍ତୁ ।
– ଏବେ ସେଥିରେ କଟା ଯାଇଥିବା ବାଦାମ, କାଜୁ, ଅଖରୋଟ ଆଦିକୁ ପକାନ୍ତୁ ।
– ଏବେ ଅନ୍ୟ ଏକ ପାତ୍ରରେ ପନିର, ସିଝା ଆଳୁ, ଡ଼ାଲ ଚିନି,ଯାୟତ୍ରୀ ପାଉଡର ଓ ମଇଦା ଆଦି ପକେଇ ଭାଲଭାବେ ମିକ୍ସ କରି ଦିଅନ୍ତୁ । ଏବେ ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ | ଥଣ୍ଡା ହେବା ପରେ ମିକ୍ଚରରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ ।
– ପରେ ଗୋଲଡେନ ବ୍ରାଉନ ରଙ୍ଗର ହେବା ପର୍ଯ୍ୟନ୍ତ ତେଲରେ ଭାଜନ୍ତୁ । ଏକ ଗ୍ରାଇଣ୍ଡରରେ ବାଦାମ, ରାଶି, ଗୋଟା ଧନିଆ, ଜିରା, ଲଙ୍କା ଗୁଣ୍ଡ, କାଜୁ, ହଳଦୀ, ନଡ଼ିଆ ଆଦି ଦେଇ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ।
– ଏବେ ଏକ ପ୍ୟାନରେ ଘିଅ ଗରମ କରନ୍ତୁ । ଏବେ ସେଥିରେ କଟା ଯାଇଥିବା ରସୁଣ, ପିଆଜ ଆଦି ଦେଇ ସୁନେଲି ରଙ୍ଗ ହେବା ଯାଏଁ ଭାଜନ୍ତୁ ।
– ଏବେ କଡେଇରେ କଟା ଅଦା, ଗୁଣ୍ଡ ମଶଲା ଆଦି ଦେଇ ହାଲୁକା ଆଞ୍ଚରେ ଭାଜନ୍ତୁ ।
– ଏବେ ଏଥିରେ ୫୦୦ ମିଲି ପାଣି ଦେଇ ୨୦ ରୁ ୨୫ ମିନିଟ ପାଇଁ ଗ୍ୟାସରେ ବସାନ୍ତୁ । ପ୍ରସ୍ତୁତ ହୋଇଥିବା ମସଲାକୁ ବଲ ଉପରେ ଦେଇ ଧନିଆ ପତ୍ର ଦେଇ ସଜେଇ ଦିଅନ୍ତୁ । ଏବେ ଗରମ ଗରମ ରୁଟି କିମ୍ବା ଭାତ ସହ ପରସନ୍ତୁ ‘ପାଳଙ୍ଗ କୋଫତା କରୀ’ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago